Trump Speaks to Modi: ପିଏମ ମୋଦୀଙ୍କ ସହ ୪୦ ମିନିଟ୍ କଥା ହେଲେ ଆମେରିକା ରାଷ୍ଟ୍ରପତି

trump-speaks-to-modi:-ପିଏମ-ମୋଦୀଙ୍କ-ସହ-୪୦-ମିନିଟ୍-କଥା-ହେଲେ-ଆମେରିକା-ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନରେ କଥା ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମଧ୍ୟପ୍ରାଚ୍ୟ ଉତ୍ତେଜନା ଏବଂ ଆମେରିକା ଦ୍ୱାରା ହର୍ମୁଜ୍ ପ୍ରଣାଳୀ ଅବରୋଧ ମଧ୍ୟରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ୪୦ ମିନିଟ୍ ଆଲୋଚନା ହୋଇଛି । ଯୁଦ୍ଧବିରତି ଏବଂ ଇସଲାମାବାଦ ଆଲୋଚନା ବିଫଳରେ ପରେ ଦୁଇ ନେତାଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ, ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ସହ ଫୋନରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ପୋଷ୍ଟ କରିଛନ୍ତି, ‘ମୁଁ ମୋ ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କଠାରୁ ଏକ ଫୋନ୍ କଲ ପାଇଲି। ଆମେ ବିଭିନ୍ନ କ୍ଷେତ୍ରରେ ଆମର ଦ୍ୱିପାକ୍ଷିକ ସହଯୋଗରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ସମୀକ୍ଷା କରିଛୁ। ଆମେ ସମସ୍ତ କ୍ଷେତ୍ରରେ ଆମର ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତାକୁ ଆହୁରି ମଜଭୁତ କରିବା ପାଇଁ ପ୍ରତିବଦ୍ଧ। ଆମେ ପଶ୍ଚିମ ଏସିଆର ପରିସ୍ଥିତି ବିଷୟରେ ମଧ୍ୟ ଆଲୋଚନା କରିଛୁ ଏବଂ ହର୍ମୁଜ୍ ପ୍ରଣାଳୀକୁ ଖୋଲା ଏବଂ ସୁରକ୍ଷିତ ରଖିବାର ଗୁରୁତ୍ୱ ଉପରେ କଥା ହୋଇଛୁ ।’

Received a call from my friend President Donald Trump. We reviewed the substantial progress achieved in our bilateral cooperation in various sectors. We are committed to further strengthening our Comprehensive Global Strategic Partnership in all areas. We also discussed the…

— Narendra Modi (@narendramodi) April 14, 2026

ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋରଙ୍କ ଅନୁଯାୟୀ, ଆମେରିକା ଭାରତକୁ ଭଲ ପାଏ ବୋଲି ଟ୍ରମ୍ପ କହିବାକୁ ଚାହୁଁଛନ୍ତି । ଇରାନ ବନ୍ଦରଗୁଡ଼ିକର ଆମେରିକାର ସାମରିକ ଅବରୋଧ ଆରମ୍ଭ ହେବା ପରେ, ବିଶ୍ୱ ବଜାରରେ ପ୍ରତିଦିନ ପ୍ରାୟ ୨ ନିୟୁତ ବ୍ୟାରେଲ ଇରାନ ତେଲ ପହଞ୍ଚିପାରିବ ନାହିଁ । ଏହା ବିଶ୍ୱ ଯୋଗାଣ ଉପରେ ଚାପ ବୃଦ୍ଧି କରିବ ଏବଂ ପେଟ୍ରୋଲିୟମ ଉତ୍ପାଦ ମୂଲ୍ୟ ଆହୁରି ବୃଦ୍ଧି କରିପାରେ।

Also Read: Us Iran War Breaking: ଆମେରିକା-ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା, ହୋର୍ମୁଜ୍ ନେଇ ଆସିବ ବଡ ଅପଡେଟ୍

ସେପଟେ ଗୋଟିଏ ମାସ ଭିତରେ ଏହି ପଥରେ ୮ରୁ ଅଧିକ ଏଲପିଜି ଟ୍ୟାଙ୍କର ଭାରତ ଆସିଛି । ଡୋନାଲ୍ଡ ଟ୍ରମ୍ପ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ, ଇରାନକୁ ଟୋଲ୍ ଦେବାକୁ ଥିବା କୌଣସି ଜାହାଜକୁ ଆମେରିକା ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଅନୁମତି ଦେବ ନାହିଁ। ହର୍ମୁଜରେ ଭାରତୀୟ ଟ୍ୟାଙ୍କର କୌଣସି ଟୋଲ୍ ଦେଇନାହାନ୍ତି, କିନ୍ତୁ ଆଗକୁ ସ୍ଥିତି କଣ ହେବ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି ।

Scroll to Top