Petrol Price: ପଶ୍ଚିମବଙ୍ଗ ସମେତ ୫ ରାଜ୍ୟରେ ନିର୍ବାଚନ ପରେ ବଢ଼ିପାରେ ପେଟ୍ରୋଲ- ଡିଜେଲ ଦାମ୍ !

petrol-price:-ପଶ୍ଚିମବଙ୍ଗ-ସମେତ-୫-ରାଜ୍ୟରେ-ନିର୍ବାଚନ-ପରେ-ବଢ଼ିପାରେ-ପେଟ୍ରୋଲ-ଡିଜେଲ-ଦାମ୍-!

ନୂଆଦିଲ୍ଲୀ: ଅଶୋଧିତ ତେଲର ବଢ଼ୁଥିବା ଦାମ୍ କାରଣରୁ ପ୍ରତି ଲିଟର ପେଟ୍ରୋଲ ୧୮ ଟଙ୍କା ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହୋଇପାରେ। ବିଦେଶୀ ବ୍ରୋକରେଜ ସଂସ୍ଥା ମ୍ୟାକ୍ବାୟରୀ ଏହି ଆକଳନ କରିଛି। ସଂସ୍ଥାର ରିପୋର୍ଟ ଅନୁସାରେ, ଅଶୋଧିତ ତେଲ ମହଙ୍ଗା ହେବା ସତ୍ତ୍ବେ ଦେଶରେ ପଟ୍ରୋଲ- ଡିଜେଲ ଦାମ୍ ସ୍ଥିର ଅଛି। ଏହା ଯୋଗୁ କମ୍ପାନିଙ୍କୁ କ୍ଷତି ହେଉଛି। ଏମିତିରେ ପଶ୍ଚିମବଙ୍ଗ ସମେତ ୫ ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ କମ୍ପାନିମାନେ ଦାମ୍ ବଢ଼ାଇପାରନ୍ତି।

ପ୍ରତିଦିନ ୧୬୦୦ କୋଟି ଟଙ୍କାର କ୍ଷତି ସହୁଛନ୍ତି କମ୍ପାନି

ଅଶୋଧିତ ତେଲ ମହଙ୍ଗା ହେବା ଯୋଗୁ କମ୍ପାନିଙ୍କୁ ଲିଟର ପିଛା ପେଟ୍ରୋଲ ଉପରେ ୧୮ ଟଙ୍କା ଏବଂ ଡିଜେଲ ଉପରେ ୩୫ ଟଙ୍କା କ୍ଷତି ହେଉଛି। ଗତ ମାସରେ ତିନି କମ୍ପାନି ପ୍ରାୟ ୨୪୦୦ କୋଟି ଟଙ୍କା କ୍ଷତି ସହୁଥିଲେ। ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦ ଶୁଳ୍କରେ ୧୦ ଟଙ୍କା ଛାଡ଼ ପରେ ଏହା ଖସି ୧୬୦୦ କୋଟି ଟଙ୍କା ହୋଇଛି। ପ୍ରତି ୧୦ ଡିଲାର ବୃଦ୍ଧି ହିସାବରେ ପ୍ରତି ଲିଟରରେ ପ୍ରାୟ ୬ ଟଙ୍କା ବଢ଼ୁଛି।

Also Read: ଭାରତରେ ବଢ଼ିବକି ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ମୂଲ୍ୟ ? ବଡ଼ ଘୋଷଣା କଲେ ମୋଦି ସରକାର

ଭାରତ ୮୮% ଅଶୋଧିତ ତେଲ ଆମଦାନୀ କରୁଛି

ଭାରତ ନିଜ ଆବଶ୍ୟକତାର ପ୍ରାୟ ୮୮% ଅଶୋଧିତ ତେଲ ଆମଦାନୀ କରୁଛି। ଏଥିରେ ୪୫% ମଧ୍ୟପ୍ରାଚ୍ୟ ଏବଂ ୩୫% ରୁଷରୁ ଆସୁଛି। କଞ୍ଚାତେଲ ବଢ଼ୁଥିବା ଦାମ୍ କେବଳ ତେଲ କମ୍ପାନି ନୁହେଁ ବରଂ ଦେଶର ଚାଲୁ ଖାତା କ୍ଷତି (CAD) ପାଇଁ ମଧ୍ୟ ବିପଦ। ଅନୁମାନ କରାଯାଉଛି ୨୦୨୬ର ପ୍ରଥମ ତ୍ରୈମାସିକରେ ଏହି କ୍ଷତି ବଢ଼ି ୨୦ ବିଲିୟନ ଡଲାର ପହଞ୍ଚିପାରେ।

୯ ବର୍ଷରେ ଏକ୍ସାଇଜ ଡ୍ୟୁଟି ୨୨%ରୁ ୮%

ସରକାରୀ ରାଜସ୍ବରେ ତେଲ ଉପରେ ଲାଗୁଥିବା ଏକ୍ସାଇଜ ଡ୍ୟୁଟିର ଯୋଗଦାନ ଲଗାତାର କମୁଛି। ଆର୍ଥିକ ବର୍ଷ ୨୦୧୭ରେ ଏହା ୨୨% ଥିଳଶ। ଯାହା ଏବେ ହ୍ରାସ କରାଯାଇ ୮% ରହିଛି। ଯଦି ସରକାର ସଂପୂର୍ଣ୍ଣ ଏକ୍ସାଇଜ ଡ୍ୟୁଟି ହଟାଉଛନ୍ତି, ତା’ହେଲେ ବର୍ତ୍ତମାନ ଦାମ୍ରେ ତେଲ କମ୍ପାନିଙ୍କ କ୍ଷତି ସଂପୂର୍ଣ୍ଣ ଭାବରେ ଶେଷ ହେବନାହିଁ।

Also Read: ଆମେରିକା-ଇରାନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା, ହୋର୍ମୁଜ୍ ନେଇ ଆସିବ ବଡ ଅପଡେଟ୍

ଆମେରିକା ସହ ଅନେକ ଦେଶ ବଢ଼ାଇଛନ୍ତି ପେଟ୍ରୋଲ- ଡିଜେଲ ଦାମ

ଆମେରିକାରେ ପେଟ୍ରୋଲର ହାରାହାରି ଦାମ୍ ୨୦୨୨ ପରେ ପ୍ରଥମ ଥର ୪ ଡଲାର ପ୍ରତି ଗ୍ୟାଲ ଉପରେ ପହଞ୍ଚିଛି। ସେହିଭଳି ପାକିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କା ସହ ଅନେକ ପଡ଼ୋଶୀ ଦେଶ ମଧ୍ୟ ପେଟ୍ରୋଲ- ଡିଜେଲର ଦାମ୍‌ରେ ବୃଦ୍ଧି କରାଯାଇଛି।

Scroll to Top