Unespected Death: ପୂଜା ପାଇଁ ଖଜୁରି ଆଣିବାକୁ ଚଢିଥିଲେ ଗଛରେ, ଖସିଗଲା ଗୋଡ…

unespected-death:-ପୂଜା-ପାଇଁ-ଖଜୁରି-ଆଣିବାକୁ-ଚଢିଥିଲେ-ଗଛରେ,-ଖସିଗଲା-ଗୋଡ…

ବଙ୍ଗୀୟ ସମ୍ପ୍ରଦାୟ ଲୋକଙ୍କ ପକ୍ଷରୁ ଗାଁରେ ଚଡକ ପୂଜା ଚାଲିଥିଲା । ତେବେ ପୂଜା ନିମନ୍ତେ ଏମଭି ୭୨ ଗ୍ରାମ ନିକଟରେ ଥିବା ଏକ ଖଜୁରୀ ଗଛରେ ଚଢି ଏମପିଭି ୩୬ ଗ୍ରାମର ଜଗଦୀଶ ସାନା ଖଜୁରୀ କୋଳି ତୋଳୁଥିବା ବେଳେ ଅସାବଧାନତା ଯୋଗୁଁ ଗଛରୁ ଖସି ପଡ଼ିଥିଲେ ।

Published By: Prativa – Prameya-News7 Bureau | April 14, 2026 10:57 AM

NEWS7

mv puja

ମାଲକାନଗିରି: ଆଝି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ପୁରପଲ୍ଲୀ ଉତ୍ସବ ମୁଖର । ଘରେ ଘରେ ଲାଗିଛି ପୂଜା ପର୍ବର ମାହୋଲ । ବିଭିନ୍ନ ସ୍ଥାନରେ କିଛି ସଂପ୍ରଦାୟ ବି ତାଙ୍କର ସ୍ୱତନ୍ତ୍ର ପୂଜା କରୁଛନ୍ତି । ଏମିତି କିଛି ଖାସ୍ ପୂଜା ହେଉଥିଲା ମାଲକାନଗିରିରେ । ହେଲେ ଏହି ପୂଜା ପାଲଟିଛି ଅଭିଶାପ । ପୂଜା କରିବେ କଣ ଖେଳିଗଲା ଶୋକର ଛାୟା । ଖଜୁରି ଗଛରେ ଚଢି ପୂଜା କରିବା ହେଲା କାଳ । ୨୦ ଫୁଟ ତଳକୁ ଖସି ପଡି ଯୁବକଙ୍କ ହୋଇଛି ମୃତ୍ୟୁ ।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚାୟତର ଏମପିଭି ୩୬ ଗ୍ରାମରେ ବଙ୍ଗୀୟ ସମ୍ପ୍ରଦାୟ ଲୋକଙ୍କ ପକ୍ଷରୁ ଗାଁରେ ଚଡକ ପୂଜା ଚାଲିଥିଲା । ତେବେ ପୂଜା ନିମନ୍ତେ ଏମଭି ୭୨ ଗ୍ରାମ ନିକଟରେ ଥିବା ଏକ ଖଜୁରି ଗଛରେ ଚଢି ଏମପିଭି ୩୬ ଗ୍ରାମର ଜଗଦୀଶ ସାନା ଖଜୁରୀ କୋଳି ତୋଳୁଥିବା ବେଳେ ଅସାବଧାନତା ଯୋଗୁଁ ଗଛରୁ ଖସି ପଡ଼ିଥିଲେ । ଗାଁ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣା ପରେ ଚଡକ ପୂଜା ବନ୍ଦ ହୋଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଟିକିଏ ଭଲ ଭାବେ ଦେଖନ୍ତୁ ଏହି ଦୃଶ୍ୟ ଯୁବକଙ୍କ ହାତ ଖସିବାରୁ ଖଜୁରି ଗଛ ଉପରୁ କେମିତି ତଳକୁ ଖସି ପଢୁଛନ୍ତି । ଏଇଠି ଆମେ କେବଳ ଏତିକି କହିବୁ ଲୋକେ ଧାର୍ମିୟ ଭାବନା ରଖନ୍ତୁ ପୂଜା କରନ୍ତୁ ହେଲେ ଦୁଃସାହସ ନଦେଖାନ୍ତୁ ।

Scroll to Top