Asha and RD Burman Love Story : ୩ ସନ୍ତାନର ମାଆଙ୍କୁ ମନ ଦେଇ ବସିଥିଲେ ଆର୍.ଡି.ବର୍ମନ, ଶେଷ ସମୟରେ କାହିଁକି ଦେଖିବାକୁ ମନା କରିଦେଇଥିଲା ଆଶା

asha-and-rd-burman-love-story-:-୩-ସନ୍ତାନର-ମାଆଙ୍କୁ-ମନ-ଦେଇ-ବସିଥିଲେ-ଆର୍ଡି.ବର୍ମନ,-ଶେଷ-ସମୟରେ-କାହିଁକି-ଦେଖିବାକୁ-ମନା-କରିଦେଇଥିଲା-ଆଶା

It All Began With an Autograph : ପ୍ରେମ… ଖଟା ମିଠା ସମ୍ପର୍କ.. ନିଆରା ଏକ ଅନୁଭୂତି… ପ୍ରେମରେ ଯଦି ଯନ୍ତ୍ରଣା ନାହିଁ ତ୍ୟାଗ ନାହିଁ… ସେ କି ପ୍ରେମ… ଏହି ପ୍ରେମ କାହାଣୀରେ କିନ୍ତୁ ସବୁ ଅଛି…, ଶ୍ରଦ୍ଧା, ସମ୍ମାନ, ବିରହ, ଯନ୍ତ୍ରଣା, ମିଳନ । ସଂଗୀତ ଜଗତର ଯେତେବେଳେ ପ୍ରେମ,ଯନ୍ତ୍ରଣା ଏବଂ ସମ୍ପର୍କକୁ ନେଇ ଆଲୋଚନା କରାଯାଏସେତେବେଳେ ଆଶା ଭୋସଲେ ଏବଂ ଆର.ଡି. ବର୍ମନଙ୍କ କାହାଣୀର ସବୁଠାରୁ ମର୍ମସ୍ପର୍ଶୀ ଅଧ୍ୟାୟ ଭାବେ ମନରେ ଆସିଯାଏ।

୧୨ ଏପ୍ରିଲ୍, ୨୦୨୬… ୯୨ ବର୍ଷ ବୟସରେ ଅଫେରା ରାଇଜକୁ ଚାଲିଯାଇଛନ୍ତି ସ୍ୱର ରାଗିଣୀ ଆଶା ଭୋସଲେ । ଆଶାଙ୍କ ବିୟୋଗରେ ସ୍ତବ୍ଧ ପୂରା ଦେଶ। ହେଲେ ସେ ସବୁବେଳେ ବଞ୍ଚି ରହିବେ ଗୀତ ହୋଇ ସମସ୍ତଙ୍କ ମନରେ। ଆମ ସମସ୍ତଙ୍କ ପାଇଁ ଛାଡ଼ି ଯାଇଛନ୍ତି… ଗୀତର ଭଣ୍ଡାର। ଆଉ ଶିଖାଇ ଦେଇ ଯାଇଛନ୍ତି ସଙ୍ଗୀତର କାନଭାସରେ ପ୍ରେମର ଛବି। ଭାରତୀୟ ସଙ୍ଗୀତ ଜଗତରେ ସବୁଠୁ ଜଟିଳ ଏବଂ ନିଆରା ପ୍ରେମ କାହାଣୀ ମଧ୍ୟରୁ ଗୋଟିଏ ଏ କାହାଣୀ।ଆର୍.ଡି. ବର୍ମନ୍ ଓ ଆଶା ଭୋସଲେ। ଜଣେ ସଙ୍ଗୀତର ବାଦସାହ। ଆଉ ଜଣେ ସ୍ୱର ରାଗିଣୀକିନ୍ତୁ ପ୍ରେମରେ ଦୁହେଁ ବାଜିଗର।

କାହାଣୀ 1956ଏକ ରେକର୍ଡିଂ ଷ୍ଟୁଡିଓରୁ ଆମ୍ଭଆଶା ଭୋସଲେ ସେତେବେଳେ 23 ବର୍ଷର ଜଣେ ପ୍ରସିଦ୍ଧ ପ୍ଲେବ୍ୟାକ୍ ଗାୟିକାଅର୍ମାନ ଚଳଚ୍ଚିତ୍ର ପାଇଁ‘ଚାହେ ତୁମ୍ କିତନା ଭୁଲାଓ’ ଗୀତ ରେକର୍ଡିଂକରୁଥିଲେ। ସେ ସେମୟରେ 17ବର୍ଷର ଥିଲେ ଆର୍.ଡି.ବର୍ମନ ବା ପଞ୍ଚମ ଦା। ସେ ତାଙ୍କ ବାପାଙ୍କ ସହ ରେକର୍ଡିଂ ଷ୍ଟୁଡିଓ ଆସିଥିଲେଖୁବ୍ ପତଳା ଥିଲେ , ପିନ୍ଧିଥିଲେ ଏକ ଧଳାସାର୍ଟ କୁ କଳା ଚଷମା। ଉଚ୍ଚତାରେ ଛୋଟ ଯୋଗୁ ଆର୍.ଡି.ବର୍ମନ ପ୍ରକୃତ ବୟସଠାରୁ ଆହୁରି ଛୋଟ ଦେଖାଯାଉଥିଲେ। ଆଶାଙ୍କୁ ଦେଖି ଖୁସି ହୋଇ ଯାଇଥିଲେ, ତାଙ୍କୁ ମାଗିଥିଲ ଅଟୋଗ୍ରାଫ୍। ଏହାସହ ସେ ପୂର୍ବରୁ ରେଡିଓରେ ଆଶାଙ୍କ ମରାଠୀ ଗୀତ ଶୁଣିଥିବା କଥା କହିଥିଲେ। ଧିରେ ଧିରେ ଦୁହିଁଙ୍କ ସଂପର୍କ ବଢ଼ିଲା। କିଛି ଦିନ ପରେ ଆରମ୍ଭ ହେଲାସେମାନଙ୍କର ବୃତ୍ତିଗତ ସହଭାଗୀତାବିଜୟ ଆନନ୍ଦଙ୍କ ଫିଲ୍ମତୀସରୀ ମଞ୍ଜିଲ୍’ ୧୯୬୬ ରେ ଏକାଠି କାମ କରିଥିଲେ ଉଭୟେ। ଯେଉଁଥିରେ ଶମ୍ମି କପୁର ଏବଂ ଆଶା ପାରେଖ ଅଭିନୟ କରି ଥିଲେ। ପରେ“ଆଜା ଆଜା ମେଁ ହୁଁ ପ୍ୟାର୍ ତେରା”ଏବଂ “ୱ ହସିନା ଜୁଲଫନ୍ ୱାଲି”ଗୀତଟି ଉଭୟଙ୍କୁ ସୁପରହିଟ୍ ଯୋଡ଼ି ଭାବେ ଦେଲା ପରିଚୟ ।ସମୟ ସହିତ,ଆଶା ବର୍ମନଙ୍କ ପାଇଁ ୨୮୭ଟି ଚଳଚ୍ଚିତ୍ରରେ ପ୍ରାୟ ୮୪୦ଟି ଗୀତ ରେକର୍ଡ କରିଥିଲେଏହି ସବୁ ଗୀତ ଭିତରେ “ଦମ୍ ମାରୋ ଦମ୍,” “ଚୁରା ଲିୟା ହୈ ତୁମନେ,”ଏବଂ “ପିଆ ତୁ ଅବ୍ ତୋ ଆଜା” ଭଳି କାଳଜୟୀ ଗୀତ ରହିଛି

ଧିରେ ଧିରେ ସମ୍ପର୍କ ବଢ଼ିଲା। ଉଭୟ ନିଜ ନିଜ ପ୍ରଥମ ବିବାହରେ ଅସନ୍ତୁଷ୍ଟ ଥିଲେ। ମାତ୍ର16 ବର୍ଷ ବୟସରେ, ଭୋଁସଲେ ଲତା ମଙ୍ଗେସକରଙ୍କ ପୂର୍ବତନ ସଚିବ ଗଣପତରାଓ ଭୋସଲେଙ୍କୁ ବିବାହ କରିଥିଲେକିନ୍ତୁ ପରେ ତାଙ୍କ ସହିତ ସମ୍ପର୍କ ଭାଙ୍ଗିଯାଇଥିଲାବର୍ମନ୍ମଧ୍ୟ1971 ମସିହାରେ ତାଙ୍କର ପ୍ରଥମ ପତ୍ନୀ ରୀତା ପଟେଲଙ୍କଠାରୁ ଅଲଗା ହୋଇଯାଇଥିଲେ। ଫଳସ୍ୱରୂପ, ସେମାନେ ପରସ୍ପରର ସାନ୍ତ୍ୱନା ପାଇଲେଯାହା କେବଳ ଷ୍ଟୁଡିଓ ପର୍ଯ୍ୟନ୍ତ ସୀମିତ ନଥିଲା, ବରଂ ଏହା ଏକ ସଂପର୍କରେ ହୋଇଥିଲା ପରିଣତବର୍ମନଙ୍କୁ ଚଢ଼ିଥିଲା ଆଶାଙ୍କ ପ୍ରେମର ପରୱାନା। ବର୍ମନ ଅନେକ ଥର ଆଶାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେକିନ୍ତୁ ପ୍ରଥମ ବିବାହରେ ବିଫଳ ହୋଇ ଆଉ ବିବାହ ପାଇଁ ରାଜି ହୋଇ ନଥିଲେ ଆଶାତାପରେ ପୁଣି ତିନି ସନ୍ତାନର ମା ଥିଲେ ଆଶାଦାୟିତ୍ୱର ଭାର ତାଙ୍କ ପାଦରେ ବାନ୍ଧିଥିଲା ଜଞ୍ଜୀର।

ଆଶା ଏକ ସାକ୍ଷାତ କାରରରେ କହିଥିଲେ, ବର୍ମନ ହାର ମାନି ନଥିଲେ। ମୋତେ ମନେଇବାକୁ କହିଥିଲେ “‘ଆଶା, ତୁମେ ହିଁ ଏକମାତ୍ର ଯିଏ ପ୍ରକୃତରେ ମୋତେ ବୁଝିପାରୁଛ। ତୁମେ ଚେଷ୍ଟା କଲେ ମଧ୍ୟ, ତୁମେ କେବେବି ବେସୁରା ଗୀତ ଗାଇ ପାରିବ ନାହିଁ।” ଯେଉଁ କଥା ମୋତେ ଖୁବ୍ ଖୁସି ଦେଇଥିଲାକିନ୍ତୁ ମୁଁ ବିବାହ କରିବାର ଭୁଲ୍ କରିବାକୁ ଚାହୁଁ ନଥିଲିବର୍ଷ ବର୍ଷ ଧରିସେମିତି ପିଛା କରୁଥିଲେ ବର୍ମନ୍, ବିବାହ କରିବାକୁ କହୁଥିଲେ। ଶେଷରେ , ସେ ବିଶ୍ୱାସ ଦେଲେ ଯେ, ସେ ମୋ ସ୍ୱରକୁ ଭଲ ପାଇଛନ୍ତି। ଶେଷରେ, ତାଙ୍କ କଥା ମାନିଥିଲି। ବିବାହ କରିବାକୁ ହୋଇଥିଲି ରାଜି। ଆମ ବିଷୟରେ ବଡ଼ ଭଉଣୀ ଲତା ଦିଦିଙ୍କ ସମେତ ପୂରା ପରିବାର ଜାଣି ଥିଲେବର୍ମନ ଏହି ସମ୍ପର୍କକୁ ଏତେ ସମ୍ମାନ କରୁଥିଲେ ଯେ ବିବାହ ସମୟରେ, ସେ ଲତା ଦିଦିଙ୍କୁ କହିଥିଲେ ଯେ ସେ କୌଣସି ମହଙ୍ଗା ଉପହାର ଚାହାଁନ୍ତି ନାହିଁକେବଳ ତାଙ୍କ ବୈବାହିକ ଜୀବନକୁ ସୁନ୍ଦର କରିବା ପାଇଁ ପରାମର୍ଶ ଚାହିଁଥିଲେ

ସଂଘର୍ଷ ପିଛା ଛାଡ଼ି ନଥିଲା। ବର୍ମନ ଆଶାଙ୍କ ଠୁ ଛଅ ବର୍ଷ ସାନ ଥିଲେସେ 3 ଟି ପିଲାର ମାଆ ଥିବାରୁ ବର୍ମନଙ୍କ ମାଆ ଏହି ବିବାହର ଘୋର ବିରୋଧ କରିଥିଲେଏହି ବାଧା ସତ୍ତ୍ୱେ,ବର୍ମନ ତାଙ୍କ ସଂକଳ୍ପରେ ଅଟଳ ରହିଥିଲେ। ଶେଷରେ 1980 ରେ ଦୁହେଁ ବିବାହ କରିଥିଲେ। ବିବାହ ପରେ ଦୁହିଁଙ୍କ ଦିନ ଗୁଡ଼ିକ ପ୍ରାୟତଃ ଗୀତ ଶୁଣିବାରେ ବିତିଯାଉଥିଲା। କ୍ଲାସିକାଲ୍ ଠାରୁ ଆରମ୍ଭ କରୁ ପପ୍ ଓ ୱେଷ୍ଟର୍ଣ୍ଣ ସବୁ ପ୍ରକାରର ଗୀତ ଶୁଣୁଥିଲେ। ସାକଳୁ ଦୁହେଁ ଘଣ୍ଟା ଘଣ୍ଟା ଧରି ଗୀତ ଶୁଣିବା,ଗୁଣୁଗୁଣାଇବାରେ ବିତାଉଥିଲେ। ୧୯୮୦ ଦଶକର ଶେଷ ସୁଦ୍ଧା,ସେମାନଙ୍କ ସମ୍ପର୍କରେ ଏକ ପରିବର୍ତ୍ତନ ଆସିଥିଲା। ଜୀବନଶୈଳୀରେ ପାର୍ଥକ୍ୟ ଯୋଗୁଁ ସେମାନେ ଅଲଗା ରହିବା ଆରମ୍ଭ କରିଥିଲେ। ତଥାପି,ଏହି ଶାରୀରିକ ଦୂରତା ଭାବପ୍ରବଣ ବିଚ୍ଛେଦ ସୃଷ୍ଟି କରିନଥିଲା।ସେମାନେ ପାରସ୍ପରକୁ ସମ୍ମାନ କରୁଥିଲେ। ଦୁହିଁଙ୍କ ମଧ୍ୟରେ ବୁଝାମଣା ଭଲ ଥିଲାସେମାନଙ୍କର ବ୍ୟକ୍ତିଗତ ସମ୍ପର୍କ ଅତୁଟ ରହିଥିଲା।

ଜାନୁଆରୀ ୪,୧୯୯୪ ମସିହା। ୫୪ ବର୍ଷ ବୟସରେ ଆର.ଡି. ବର୍ମନଙ୍କ ଦେହାନ୍ତ ହୋଇଥିଲାଆଶାଙ୍କ ପାଇଁ,ଏହି କ୍ଷତି ଅସହ୍ୟ ଥିଲା। ଫଳରେ ସେ ତାଙ୍କୁ ଶେଷ ଥର ପାଇଁ ନ ଦେଖିବାକୁ ନିଷ୍ପତ୍ତି ନେଇଥିଲେ।ଆଶା କହିଥିଲେ” ତାଙ୍କୁ ମୃତ ଦେଖିବା ମୋ ପାଖେ ନତିଲା ସମ୍ଭବ,”ଆଶାଙ୍କ ମନରେ ବର୍ମନ ସବୁବେଳେ ଥିଲେ ଜୀବନ୍ତ

Scroll to Top