Ranthambore:ମୃତ୍ୟୁର ଇଲାକାରେ ୯୦ ମିନିଟ, ଆତଙ୍କ ଓ ଭୟରେ ଛାତି ହେଲା ଧଡ଼ଧଡ଼…ଶୁଣିଲେ ଲୋମଟାଙ୍କୁରି ଉଠିବ

ranthambore:ମୃତ୍ୟୁର-ଇଲାକାରେ-୯୦-ମିନିଟ,-ଆତଙ୍କ-ଓ-ଭୟରେ-ଛାତି-ହେଲା-ଧଡ଼ଧଡ଼…ଶୁଣିଲେ-ଲୋମଟାଙ୍କୁରି-ଉଠିବ

ପର୍ଯ୍ୟଟକ ମାନେ ବାରମ୍ବାର ଅନୁରୋଧ କରିଥିଲେ ସହାୟତା ପାଇଁ , କିନ୍ତୁ ବନ ବିଭାଗ ପକ୍ଷରୁ ଠିକ ସମୟରେ ସାହାଯ୍ୟ ପହଞ୍ଚି ନଥିଲା। ଶେଷରେ ଜଣେ ପର୍ଯ୍ୟଟକ ଅନ୍ୟ ଏକ ଜିପ୍ସୀରେ ରାଜବାଗ ନାକା ଚୌକି ପର୍ଯ୍ୟନ୍ତ ପହଞ୍ଚି ସେଠାରୁ ସହାୟତା ଆଣି ଅନ୍ୟ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ ।

ଖୁବ ଉତ୍ସାହର ସହ ବୁଲିବାକୁ ଆସିଥିଲେ । ମଜାମସ୍ତି ବି କରୁଥିଲେ । ପାଖରୁ ବାଘ ଦେଖିବେ ବୋଲି । କିନ୍ତୁ ସେହି ଖୁସି ବେଶୀ ସମୟ ରହିଲା ନାହିଁ । ହଠାତ ଖୁସି ଓ ମଜାମସ୍ତି ପାଲଟିଗଲା ଆତଙ୍କ ଓ ଭୟରେ । ରଣଥମ୍ଭୋର ଜାତୀୟ ଉଦ୍ୟାନରେ ଆତଙ୍କର ୯୦ ମିନିଟ ।

ବାଘମାନଙ୍କ ମଧ୍ୟରେ ପର୍ଯ୍ୟଟକଙ୍କୁ ଅନ୍ଧାରରେ ଛାଡ଼ି ପଳାଇଲା ଗାଇଡ୍ । ପର୍ଯ୍ୟଟକମାନେ ସନ୍ଧ୍ୟା ୬ଟାରୁ ୭:୩୦ ପର୍ଯ୍ୟନ୍ତ ଅନ୍ଧକାର ଓ ଭୟର ପରିବେଶରେ ୨୦ ଜଣ ପର୍ଯ୍ୟଟକ ଫସି ରହିଥିଲେ। ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଥିଲେ। ଅନ୍ଧାରରେ ଶିଶୁମାନେ ମୋବାଇଲର ଆଲୋକରେ ବସିଥିଲେ । ଡରରେ କାନ୍ଦି ବି ଥିଲେ। କିନ୍ତୁ ସେ କାନ୍ଦ କେହି ବି ଶୁଣିନଥିଲେ । ମିଳିନଥିଲା ଠିକ ସମୟରେ ସାହାଯ୍ୟ । ଏହି ଘଟଣା ଅଗଷ୍ଟ ୧୬ର ।

Also Read

ରାଜସ୍ଥାନର ସାୱାଇ ମାଧୋପୁରସ୍ଥିତ ରଣଥମ୍ଭୋର ନ୍ୟାସନାଲ ପାର୍କରେ ପର୍ଯ୍ୟଟକଙ୍କ ସୁରକ୍ଷା ସହ ଜଡ଼ିତ ଏକ ବଡ଼ ଅବହେଳା ସାମ୍ନାକୁ ଆସିଛି। ଜୋନ୍ ନମ୍ବର-୬ରେ ବାଘମାନଙ୍କ ମଧ୍ୟରେ ଜଙ୍ଗଲରେ ସଫାରୀ ସମୟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କ୍ୟାଣ୍ଟର ହଠାତ୍ ଜଙ୍ଗଲ ମଝିରେ ଖରାପ ହୋଇଗଲା। ଅଭିଯୋଗ ହୋଇଛି ଯେ କ୍ୟାଣ୍ଟରରେ ଥିବା ଗାଇଡ୍ ପର୍ଯ୍ୟଟକଙ୍କୁ ଏହା କହି ଚାଲିଗଲେ କି ମୁଁ ଅନ୍ୟ ଏକ କ୍ୟାଣ୍ଟର ଆଣିବାକୁ ଯାଉଛି ।

ପର୍ଯ୍ୟଟକ ମାନେ ବାରମ୍ବାର ଅନୁରୋଧ କରିଥିଲେ ସହାୟତା ପାଇଁ , କିନ୍ତୁ ବନ ବିଭାଗ ପକ୍ଷରୁ ଠିକ ସମୟରେ ସାହାଯ୍ୟ ପହଞ୍ଚି ନଥିଲା। ଶେଷରେ ଜଣେ ପର୍ଯ୍ୟଟକ ଅନ୍ୟ ଏକ ଜିପ୍ସୀରେ ରାଜବାଗ ନାକା ଚୌକି ପର୍ଯ୍ୟନ୍ତ ପହଞ୍ଚି ସେଠାରୁ ସହାୟତା ଆଣି ଅନ୍ୟ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ ।

ଅଭିଯୋଗ ପରେ ବନ ବିଭାଗ ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ବିନା ଲାଇଟ ଏକ କ୍ୟାଣ୍ଟର ପଠାଇଥିଲା, ଯାହାକୁ ଡ୍ରାଇଭର ଟର୍ଚ୍ ଆଲୋକରେ ଚଲାଇଥିଲା । ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ରଣଥମ୍ଭୋର ନ୍ୟାସନାଲ ପାର୍କର ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଓଟିଭି ହ୍ଵାଟ୍ସଅପ

Scroll to Top