ମୁମ୍ୱାଇ: ସ୍ୱରର ରାଣୀ ଆଶା ଭୋସଲ । ଶେଷ ଯାତ୍ରାରେ ମେଲୋଡି କୁଇନ୍ । ଆଶା ତାଇଙ୍କ ବିୟୋଗରେ କାନ୍ଦୁଛି ସାରା ଭାରତ ବର୍ଷ । ସୋସିଆଲ ମିଡିଆରେ ଆଶା ଭୋଁସଲେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିବାରେ ଲାଗିଛି । ସେ ଆଉ ଆମ ସହିତ ନାହାଁନ୍ତି, କିନ୍ତୁ ତାଙ୍କ ଗୀତ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ହୃଦୟରେ ସର୍ବଦା ବଞ୍ଚି ରହିବେ। ତାଙ୍କର ଅନ୍ତିମ ସଂସ୍କାର ସୋମବାର, ଏପ୍ରିଲ ୧୩ ତାରିଖରେ ଅନୁଷ୍ଠିତ ହେବ ।
#WATCH | Maharashtra: Cricket legend Sachin Tendulkar and his wife Anjali Tendulkar pay their last respects to legendary singer Asha Bhosle at her residence in Mumbai.
Asha Bhosle passed away at the age of 92 yesterday at Breach Candy Hospital in Mumbai. pic.twitter.com/piD3SCnTFY
— ANI (@ANI) April 13, 2026
ଜନସାଧାରଣ ସକାଳ ୧୦:୩୦ ରୁ ଅପରାହ୍ନ ୨:୦୦ ଟା ପର୍ଯ୍ୟନ୍ତ କସା ଗ୍ରାଣ୍ଡେ ବିଲ୍ଡିଂରେରେ ମରଶରୀରକୁ ଦର୍ଶନ କରିପାରିବେ। ତା’ପରେ ତାଙ୍କର ଅନ୍ତିମ ସଂସ୍କାର ଅପରାହ୍ନ ୪:୦୦ ଟାରେ ଶିବାଜୀ ପାର୍କରେ କରାଯିବ।ଆଶା ଭୋଁସଲେଙ୍କ ଶେଷ ଦର୍ଶନ ପାଇଁ ସେଲିବ୍ରିଟିମାନେ ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରୁଛନ୍ତି । ତେବେ ଆଶାଙ୍କ ପରିବାର ଏବେ ଆଶାହୀନ ହୋଇପଡିଛନ୍ତି । ପରିବାର ଲୋକଙ୍କ ଆଖିରୁ ଶୁଖୁନି ଲୁହ । ଗାୟିକାଙ୍କ ନାତୁଣୀ ଜେନାଇ ଭାବପ୍ରବଣ ହୋଇ ପଡ଼ିଛନ୍ତି । ତେବେ କେବଳ ପରିବାର ଲୋକ ନୁହଁନ୍ତି ବରଂ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବି ଏତେ ଭାଙ୍ଗି ପଡିଛନ୍ତି ଯେ, ତାଙ୍କ ଆଖିରେ ଦେଖିବାକୁ ମିଳିଥିଲା ଲୁହ ।
Also Read…Asha Bhosle Evergreen Songs: ଆଶାଙ୍କ ଗୀତ ବାରମ୍ବାର ଗୁଣଗୁଣେଇବାକୁ ଇଚ୍ଛା ହେଉଛି… ୟେ ଦିଲ୍ ଅଭି ଭରା ନେହିଁ…
କ୍ରିକେଟ ଅଫ ଗଡ଼ ସଚିନ ତେନ୍ଦୁଲକର ଓ ତାଙ୍କ ପତ୍ନୀ ଆଶା ଭୋଁସଲେଙ୍କୁ ଦେଇଛନ୍ତି ଅନ୍ତିମ ବିଦାୟ ।ଆଶା ଭୋଁସଲେଙ୍କ ଶେଷକୃତ୍ୟ ପାଇଁ ତାଙ୍କ ଘର କାସା ଗ୍ରାଣ୍ଡେରେ ପ୍ରସ୍ତୁତି ଚାଲିଛି । ଗାୟିକାଙ୍କ ପାର୍ଥିବ ଶରୀରକୁ ତାଙ୍କ ବାସଭବନରେ ରଖାଯାଇଛି । ଯେଉଁଠାରେ ବନ୍ଧୁ ଏବଂ ପ୍ରଶଂସକମାନେ ଆଶାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସିପାରିବେ ।
ସେପଟେ ଆଶା ଭୋଁସଲେଙ୍କ ପୁଅ ଆନନ୍ଦ, ପ୍ରଶଂସକମାନଙ୍କୁ ତାଙ୍କ ଘରକୁ ଆସି ତାଙ୍କୁ ଶେଷ ସମ୍ମାନ ଜଣାଇବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ୧୩ ଏପ୍ରିଲ୍ ସକାଳ ୧୦:୩୦ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ, ଲୋକମାନେ କାସା ଗ୍ରାଣ୍ଡେ କୋଠାକୁ ଆସିପାରିବେ । ଯେଉଁଠାରେ ମୋ ମାଆ ରହୁଥିଲେ, ତାଙ୍କର ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ । ସନ୍ଧ୍ୟା ୪ଟା ପରେ ଲୋକମାନେ ଶ୍ମଶାନକୁ ନ ଆସିଲେ ଭଲ ହେବ, କାରଣ ସେଠାରେ ବହୁତ ଭିଡ଼ ହେବାର ସମ୍ଭାବନା ଅଛି । ଆଶା ଭୋଁସଲେଙ୍କ ଶେଷକୃତ୍ୟ ଆଜି ସନ୍ଧ୍ୟାରେ ଶିବାଜୀ ପାର୍କରେ କରାଯିବ।




