ହର୍ମୁଜରେ ଫସିଥିଲେ ଓଡ଼ିଆ ଯୁବକ, ୪୦ ଦିନ ପରେ ଫେରିଲେ ଓଡ଼ିଶା

ହର୍ମୁଜରେ-ଫସିଥିଲେ-ଓଡ଼ିଆ-ଯୁବକ,-୪୦-ଦିନ-ପରେ-ଫେରିଲେ-ଓଡ଼ିଶା

ହର୍ମୁଜରେ ଫସିଥିଲେ ଓଡ଼ିଆ ଯୁବକ, ୪୦ ଦିନ ପରେ ଫେରିଲେ ଓଡ଼ିଶା

Published By: Chikun – Prameya-News7 Bureau | April 11, 2026 11:14 PM

NEWS7

Odia youth Ashok Dixit stranded in Hormuz  returned home on Saturday evening

ଭୁବନେଶ୍ବର: ଓଡ଼ିଶା ଫେରିଲେ ହର୍ମୁଜରେ ଫସିଥିବା ଓଡ଼ିଆ ଯୁବକ। ଶନିବାର ସନ୍ଧ୍ୟାରେ ଘରକୁ ଫେରିଛନ୍ତି ଅଶୋକ ଦୀକ୍ଷିତ। ଯୁଦ୍ଧର ୪୦ଦିନ ପରେ ଘରକୁ ଫେରିଥିବା ବେଳେ ଖୁସିରେ ଆତ୍ମହରା ହୋଇଛନ୍ତି ତାଙ୍କ ସ୍ତ୍ରୀ ଓ କୁନି ଝିଅ।

ସୂଚନାଥାଉକି, ନନ୍ଦାଦେବୀ ଜାହାଜ ଭାରତ ଫେରୁଥିବା ବେଳେ ଫସି ରହିଥିଲେ ଏକାଧିକ ଭାରତୀୟ। ହେଲେ ଯୁଦ୍ଧ କାରଣରୁ ହର୍ମୁଜ ପ୍ରଣାଳୀରେ ଅଟକି ରହିଥିଲେ। ତେବେ ପ୍ରାୟ ୪୦ ଦିନ ପରେ ଅଶୋକ, LPG ବୋଝେଇ ଜାହାଜ ସହ ଭାରତ ଫେରିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଭୁବନେଶ୍ୱର ଫେରିଛନ୍ତି ବୋଲି କହିଛନ୍ତି ଅଶୋକ।

ଏହା ସହ ଅଶୋକ ନିଜ ଦେଶବାସୀଙ୍କ ପାଇଁ ଗୁଣ୍ଡୁଚି ମୂଷା ପରି କାମରେ ଆସିବାରୁ ନିଜକୁ ଧନ୍ୟ ମନେ କରିଛନ୍ତି। ଭାରତୀୟ ନୌସେନାକୁ ସାଲ୍ୟୁଟ କରିବା ସହ ସମସ୍ତ ଭାରତବାସୀଙ୍କୁ ହୃଦୟରୁ ଧନ୍ୟବାଦ ଦେଇଛନ୍ତି।

Scroll to Top