IPL 2026: ଅଭିଷେକଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ତଥାପି ଏତିକି ରନରେ ଆଣ୍ଠେଇଲା SRH

ipl-2026:-ଅଭିଷେକଙ୍କ-ବିସ୍ଫୋରକ-ଅର୍ଦ୍ଧଶତକ,-ତଥାପି-ଏତିକି-ରନରେ-ଆଣ୍ଠେଇଲା-srh

ଆଇପିଏଲ୍ ୨୦୨୬ର ୧୭ତମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳା ଯାଉଛି। ମ୍ୟାଚରେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ରନ ବଳରେ ହାଇଦ୍ରାବାଦ ୫ ଓ୍ଵିକେଟ୍ ହରାଇ ୨୩୦ ରନର ବିଶାଳ ସ୍କୋର କରିଛି। ଏକଦା ୬ ଓଭରରେ ୧୦୫ ରନ କରିଥିବା ହାଇଦ୍ରାବାଦ ପାଖାପାଖି ୨୫୦ ରନ କରିବ ବୋଲି ଆଶା କରାଯାଉଥିଲା।

Published By: Deepak – Prameya-News7 Bureau | April 11, 2026 05:31 PM

NEWS7

SRH vs PBKS 2026

ନ୍ୟୁଚଣ୍ଡିଗଡ଼: ଆଇପିଏଲ୍ ୨୦୨୬ର ୧୭ତମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳା ଯାଉଛି। ମ୍ୟାଚରେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ରନ ବଳରେ ହାଇଦ୍ରାବାଦ ୬ ଓ୍ଵିକେଟ୍ ହରାଇ ୨୧୯ ରନର ବିଶାଳ ସ୍କୋର କରିଛି। ଏକଦା ୬ ଓଭରରେ ୧୦୫ ରନ କରିଥିବା ହାଇଦ୍ରାବାଦ ପାଖାପାଖି ୨୫୦ ରନ କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ପଞ୍ଜାବ ବୋଲର ଭଲ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଭିଷେକ ୨୮ ବଲରୁ ୭୪ ରନ କରିଥିବା ବେଳେ ଟ୍ରେଭିସ ହେଡ ୩୮ ରନ ଓ କ୍ଲାସେନ ୩୯ ରନ କରିଥିଲେ। ପଞ୍ଜାବ ଆଗରେ ୨୨୦ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ଶଶାଙ୍କ ସିଂ ୨ଟି ଓ୍ଵିକେଟ୍ ଏବଂ ଅର୍ଶଦୀପ ମଧ୍ୟ ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ୫୦ ରନ ବ୍ୟୟ କରିଛନ୍ତି।

Updating… 

Scroll to Top