ନୂଆଦିଲ୍ଲୀ: ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲା ଆର୍ଟେମିସ୍-୨ ଚନ୍ଦ୍ରଯାନ। ସକାଳ ୫ଟା ୩୭ରେ ପ୍ରଶାନ୍ତ ମହାସାଗରର ସାନ୍ ଡିଏଗୋ ଉପକୂଳରେ ଅବତରଣ କରିଛି। ନାସାର ଚର୍ଚ୍ଚିତ ଚନ୍ଦ୍ର ଅଭିଯାନ ଆର୍ଟେମିସ୍-୨ -ଚନ୍ଦ୍ର ପରିକ୍ରମା ଶେଷ କରି ୪ ମହାକାଶଚାରୀଙ୍କୁ ଧରି ଫେରିଛି ଆର୍ଟେମିସ୍-୨। ୧୯୭୨ ପରେ ଏହା ପ୍ରଥମ ମାନବ ଚନ୍ଦ୍ର ଅଭିଯାନ।ଏପ୍ରିଲ ୧ ରେ ଲଞ୍ଚ୍ ହୋଇଥିବା ଏହି ମିଶନ୍ ୧୦ ଦିନର ଥିଲା।
Welcome home Reid, Victor, Christina, and Jeremy! 🫶
The Artemis II astronauts have splashed down at 8:07pm ET (0007 UTC April 11), bringing their historic 10-day mission around the Moon to an end. pic.twitter.com/1yjAgHEOYl
— NASA (@NASA) April 11, 2026
ମିଶନର ଲକ୍ଷ୍ୟ
ଆର୍ଟେମିସ୍-୨ ଲ୍ୟାଣ୍ଡିଂ ମିଶନ ନୁହେଁ । ଅର୍ଥାତ ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଣରେ ଅବତରଣ କରିବେ ନାହିଁ । ସେମାନେ କେବଳ ଏହାର ଚାରିପାଖରେ ଚକ୍କର କାଟିବେ । ମହାକାଶଚାରୀମାନେ ଅତି ନିକଟରୁ ଜହ୍ନର ପରୀକ୍ଷା କରିବେ । ଏହାପରେ ପୃଥିବୀକୁ ଚାଲିଆସିବେ । ସମସ୍ତ ପ୍ରକ୍ରିୟା ୧୦ ଦିନରେ ଶେଷ ହେବ । ଏହି ସମୟରେ ଓରିଅନ୍ କ୍ୟାପସୁଲରର କ୍ଷମତା, ଜୀବନ ରକ୍ଷା ପ୍ରଣାଳୀ, ନାଭିଗେସନ, କମ୍ୟୁନିକେସନର ଯାଞ୍ଚ୍ କରାଯିବ । ଫେରିବା ବେଳେ ଓରିଅନ୍ ଘଣ୍ଟା ପ୍ରତି ୪୦ ହଜାର କିଲୋମିଟର ବେଗରେ ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିବ ।
କ’ଣ ରହିଛି ମହତ୍ତ୍ୱ
ଏହି ଲଞ୍ଚ୍ ଏଥିପାଇଁ ଐତିହାସିକ କାରଣ ଆପୋଲା-୧୭ ପରେ ପ୍ରଥମ ଥର ପାଇଁ କୌଣସି ମହାକାଶଚାରୀ ଚନ୍ଦ୍ର ନିକଟକୁ ଯାଉଛନ୍ତି । ଏହାର ସଫଳତା ପରେ ନାସା ଆର୍ଟେମିସ୍-୩ ଆରମ୍ଭ କରିବ ଏବଂ ଜହ୍ନ ପୃଷ୍ଣରେ ମାନବଙ୍କୁ ଓହ୍ଲାଇବ । ଯାହା ଭବିଷ୍ୟତରେ ନାସାର ମଙ୍ଗଳ ମିଶନର ମୂଳଦୁଆ ପକାଇବ ।




