RCB vs RR : ରଜତ ପଟିଦାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ରାଜସ୍ଥାନକୁ ୨୦୨ ରନର ଟାର୍ଗେଟ୍ ଦେଲା ଆରସିବି

rcb-vs-rr-:-ରଜତ-ପଟିଦାରଙ୍କ-ବିସ୍ଫୋରକ-ଅର୍ଦ୍ଧଶତକ,-ରାଜସ୍ଥାନକୁ-୨୦୨-ରନର-ଟାର୍ଗେଟ୍-ଦେଲା-ଆରସିବି

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଫିଲ୍ ସଲ୍ଟ୍ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ହେଲେ ବିରାଟ କୋହଲି କିଛି ସମୟ ସ୍ଥିତି ସମ୍ଭାଳିଥିଲେ । ସେ ୧୬ ବଲରୁ ୩୨ରନ୍ କରିଥିଲେ । ଏହାପରେ ଦେବଦତ୍ତ ପାଡିକଲ ୧୪ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ରଜତ ପଟିଦାର ୬୩ ରନର ଜବରଦସ୍ତ ଇନିଂସ ଖେଳିଥିଲେ । ସେହିପରି ଟିମ୍ ଡେଭିଡ୍ ଏବଂ ଆର୍ ସେଫାର୍ଡ ଯଥାକ୍ରମେ ୧୩ ଓ ୨୨ରନ୍ କରିଥିଲେ । ଫଳରେ ଦଳ ୨୦୧ କରିବାରେ ସକ୍ଷମ ହୋଇଥିଲା ।

Published By: Ankit M – Prameya-News7 Bureau | April 10, 2026 10:27 PM

NEWS7

RCB RR

ନୂଆଦିଲ୍ଲୀ, ୧୦/୦୪ : ରଜତ ପଟିଦାରଙ୍କ ଧୂଆଧାର ବ୍ୟାଟିଂ ।୨୦୦ ଡେଇଁଲା ଆରସିବିର ସ୍କୋର୍ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୨୦୧ ରନ୍ କରିଛି । ନିର୍ଧାରିତ ୨୦ ଓଭରରେ ଦଳ ୮ ଓ୍ୱିକେଟ୍ ହରାଇ ୨୦୧ କରିବା ସହ ରାଜସ୍ଥାନକୁ ୨୦୨ ରନର ଟାର୍ଗେଟ୍ ଦେଇଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଫିଲ୍ ସଲ୍ଟ୍ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ହେଲେ ବିରାଟ କୋହଲି କିଛି ସମୟ ସ୍ଥିତି ସମ୍ଭାଳିଥିଲେ । ସେ ୧୬ ବଲରୁ ୩୨ରନ୍ କରିଥିଲେ । ଏହାପରେ ଦେବଦତ୍ତ ପାଡିକଲ ୧୪ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ରଜତ ପଟିଦାର ୬୩ ରନର ଜବରଦସ୍ତ ଇନିଂସ ଖେଳିଥିଲେ । ସେହିପରି ଟିମ୍ ଡେଭିଡ୍ ଏବଂ ଆର୍ ସେଫାର୍ଡ ଯଥାକ୍ରମେ ୧୩ ଓ ୨୨ରନ୍ କରିଥିଲେ । ଫଳରେ ଦଳ ୨୦୧ କରିବାରେ ସକ୍ଷମ ହୋଇଥିଲା ।

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର, ରବି ବିଷ୍ଣୋଇ ଏବଂ ବ୍ରିଜେଶ ଶର୍ମା ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ଅନ୍ୟ ଦିଗରେ ସନ୍ଦିପ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଶିକାର କରିଥିଲେ ।

Scroll to Top