ଶବରିମାଲା ଘିଅ ଦୁର୍ନୀତି ମାମଲାର ତଦନ୍ତ ପାଇଁ VACBକୁ ମିଳିଲା ଅତିରିକ୍ତ ୩୦ ଦିନ ସମୟ

ଶବରିମାଲା-ଘିଅ-ଦୁର୍ନୀତି-ମାମଲାର-ତଦନ୍ତ-ପାଇଁ-vacbକୁ-ମିଳିଲା-ଅତିରିକ୍ତ-୩୦-ଦିନ-ସମୟ

ତିରୁ୍ଅନନ୍ତପୁରମ: ଶବରିମାଲା ଅୟପ୍ପା ମନ୍ଦିରରେ ଭକ୍ତଙ୍କୁ ବିକ୍ରି କରାଯାଉଥିବା ପବିତ୍ର ପ୍ରସାଦ ‘ଆଦିୟା ସିଷ୍ଟମ ଘି’ ସମ୍ପର୍କିତ କଥିତ ଅନିୟମିତତାର ଯାଞ୍ଚ ପୁରାକରିବାକୁ ଭିଜିଲାନ୍ସ ଆଣ୍ଡ ଆଣ୍ଟି କରପସନ ବ୍ୟୁରୋ (ଭିଏସିବି)କୁ କେରଳ ହାଇକୋର୍ଟ ଅତିରିକ୍ତ ୩୦ ଦିନ ସମୟ ଦେଇଛନ୍ତି। ଭିଏସିବି କୋର୍ଟଙ୍କୁ କହିଛନ୍ତି ଯେ ଟ୍ରାଭାନକୋର ଦେବସ୍ୱଅମ ବୋର୍ଡ (ଟିଡିବି)ର ଆଉ ୯ କର୍ମଚାରୀ ଏହି ଦୁର୍ନୀତିରେ ସାମିଲ ଥିବା ସନ୍ଦେହ କରାଯାଉଛି। ଏଣୁ ସେମାନଙ୍କ ଭୂମିକା ଯାଞ୍ଚ କରାଯିବା ବାକି ରହିଛି। ଏଥିରେ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ରାଜା ବିଜୟ ରାଘବନ ଭି ଓ ଜଷ୍ଟିସ୍ କେ.ଭି.ଜୟକୁମାରଙ୍କ ପୀଠ ତଦନ୍ତ ନିମନ୍ତେ ଅତିରିକ୍ତ ସମୟ ଦେବାକୁ ସହମତ ହୋଇଛନ୍ତି।

୩୩ ଜଣଙ୍କ ବିରୋଧରେ ରୁଜୁ ହୋଇଛି ଏଫଆଇଆର
ଭିସିବି ଘିଅ ବିକ୍ରିରୁ ପ୍ରାପ୍ତ ଧନ ହେରଫେର ମାମଲାରେ ପୂର୍ବରୁ ୩୩ ଜଣଙ୍କ ବିରୋଧରେ ଏତଲା ରୁଜୁ କରିଥିଲେ। ଭିଏସିବି କୋର୍ଟଙ୍କୁ କହିଛନ୍ତି ଯେ ଟିଡିବି ଦ୍ୱାରା ଅଡିଟକୁ ଦିୟିତ୍ୱହୀନ ଭାବେ ଓ ଅବ୍ୟବସ୍ଥିତ ରକ୍ଷଣାବେକ୍ଷଣ କରୁଥିଲେ। ଏଣୁ ଏହା ଏବେ ତଦନ୍ତ ଅଗ୍ରଗତିରେ ବାଧା ସୃଷ୍ଟି କରୁଛି। ଏଣୁ ନିର୍ଦ୍ଧାରିତ ସମୟରେ ତଦନ୍ତ ଶେଷ କରିବା ସମ୍ଭବ ହୋଇ ପାରୁନାହିଁ। ଏଣୁ ତଦନ୍ତକାରୀ ସଂସ୍ଥାଙ୍କ ତର୍କକୁ ଧ୍ୟାନରେ ରଖି କୋର୍ଟ ଅତିରିକ୍ତ ସମୟ ଦାବି କରାଯିବା ଉଚିତ ବୋଲି କହିଛନ୍ତି।

ବିଶ୍ୱସ୍ଥ ଓ ଦାୟିତ୍ୱବାନ ଅଧିକାରୀ
ପୀଠ କହିଛନ୍ତି ଯେ ତଦନ୍ତ ପୁରା କରିବା ପାଇଁ ଅତିରିକ୍ତ ୩୦ ଦିନ ସମୟ ଦିଆଯାଉଛି। ତେବେ ଚୂଡ଼ାନ୍ତ ରିପୋର୍ଟ ଦାଖଲ ପୂର୍ବରୁ ବ୍ୟୁରୋଙ୍କୁ ନ୍ୟାୟାଳୟରୁ ଅନୁମତି ନେବାକୁ ପଡିବ। କୋର୍ଟ ଭିଏସିବିଙ୍କୁ କହିଛନ୍ତି ଯେ ବ୍ୟାପକ ଓ ଗହନ ତଦନ୍ତ କରି ମାମଲାରେ ସାମିଲ ପ୍ରତ୍ୟେକ ଅଭିଯୁକ୍ତଙ୍କ ସ୍ପଷ୍ଟ ରୂପେ ଭୂମିକା ନିର୍ଦ୍ଧାରଣ କରିବେ ଓ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରିବେ। ଏହା ଦ୍ୱାରା ଅବିଳମ୍ବେ ଉଚିତ ପଦକ୍ଷେପ ନିଆଯାଇ ପାରିବ।

ଶବରିମାଲା ଘିଅ ଦୁର୍ନୀତି ମାମଲାରେ କେରଳ ହାଇକୋର୍ଟ ଚଳିତବର୍ଷ ଜାନୁୟାରୀ ମାସରେ ଭିଏସିବିଙ୍କୁ ମାମଲା ରୁଜୁ କରିବାକୁ ତଦନ୍ତ ଲାଗି ବିଶ୍ୱସ୍ଥ ତଥା ଦକ୍ଷ ଅଧିକାରୀଙ୍କ ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Scroll to Top