BJP State Executive Committee: ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା ପ୍ରକାଶ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଲିଷ୍ଟରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ସାମିଲ

bjp-state-executive-committee:-ବିଜେପି-ରାଜ୍ୟ-କାର୍ଯ୍ୟକାରିଣୀ-ସଦସ୍ୟଙ୍କ-ତାଲିକା-ପ୍ରକାଶ,-ସ୍ଥାୟୀ-ନିମନ୍ତ୍ରିତ-ସଦସ୍ୟ-ଲିଷ୍ଟରେ-ମୁଖ୍ୟମନ୍ତ୍ରୀ-ଓ-କେନ୍ଦ୍ରମନ୍ତ୍ରୀ-ସାମିଲ

ଭୁବନେଶ୍ବର ୧୦।୪: ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ତାଲିକା ଘୋଷଣା କରାଯାଇଛି । ଏହାସହ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ତାଲିକା ମଧ୍ୟ ଘୋଷଣା ହୋଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ତାଲିକାରେ ୭୨ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୩୮ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ୨୩ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ସ୍ଥାନ ପାଇଛି ।

ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାମ ରହିଛି । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ବିନୀ ବୈଷ୍ଣବ, ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନାମ ମଧ୍ୟ ସ୍ଥାନ ପାଇଛି ।

କାର୍ଯ୍ୟକାରିଣୀ, ସ୍ୱତନ୍ତ୍ର ନିମନ୍ତ୍ରିତ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ତାଲିକା

Scroll to Top