Kunal Kamra vs Eknath Shinde​​​​​​​: ମୁଁ ଭୁଲ କରି ନାହିଁ, ଏକନାଥ ସିନ୍ଦେଙ୍କୁ ଆଦୌ କ୍ଷମା ମାଗିବି ନାହିଁ: କୁନାଲ କାମ୍ରା

kunal-kamra-vs eknath-shinde​​​​​​​:-ମୁଁ-ଭୁଲ-କରି-ନାହିଁ,-ଏକନାଥ-ସିନ୍ଦେଙ୍କୁ-ଆଦୌ-କ୍ଷମା-ମାଗିବି-ନାହିଁ:-କୁନାଲ-କାମ୍ରା

Kunal Kamra vs Eknath Shinde​​​​​​​: କମେଡି ଶୋ’ରେ ଏକନାଥ ସିନ୍ଦେଙ୍କୁ ନେଇ କରିଥିବା ଜୋକ୍ ପାଇଁ ମୁଁ ଆଦୌ ଦୁଃଖିତ ନୁହେଁ, କି ଏଥିପାଇଁ କ୍ଷମା ମାଗିବି ନାହିଁ। ମହାରାଷ୍ଟ୍ର ବିଧାନସଭା ବିଶେଷାଧିକାର କମିଟିକୁ ଏଭଳି ରୋକ୍‌ଠୋକ୍ ଶୁଣାଇଛନ୍ତି କମେଡିଆନ କୁନାଲ କାମ୍ରା।

ଏକନାଥ ସିନ୍ଦେଙ୍କୁ ନେଇ କୁନାଲ କାମରାଙ୍କ ମନ୍ତବ୍ୟ ଉପରେ ଅଭିଯୋଗ ହେବା ପରେ ତାଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ ଜାରି କରାଯାଇଥିଲା। ବିଜେପି ଏମ୍ଏଲସି ପ୍ରବୀଣ ଡାରେକର କୁନାଲଙ୍କ ବିରୁଦ୍ଧରେ ଅଭିଯୋଗ କରିଥିବା ବିଶେଷାଧିକାର କମିଟିର ଅଧ୍ୟକ୍ଷ ପ୍ରସାଦ ଲାଡ ସୂଚନା ଦେଇଥିଲେ। ଏହାପରେ ଏକ କମିଟି ଗଠନ କରାଯାଇ ମାମଲାର ବିଚାର କରାଯାଉଥିଲା।

ଗୁରୁବାର ଏହାର ଶୁଣାଣି ହେବା ପରେ କୁନାଲ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। କୁନାଲ କହିଛନ୍ତି ଯେ ସେ ଏବେବି ତାଙ୍କ ମନ୍ତବ୍ୟରେ ଅଟଳ। ତେଣୁ କୌଣସି ପ୍ରକାର କ୍ଷମା ମାଗିପାରିବେ ନାହିଁ।

Also read- Watch Video : ଫୋନରେ ଗପି ଗପି ଡ୍ରେନ୍ ଉପରକୁ ଚାଲିଗଲେ, ହଠାତ ଭାଙ୍ଗିଗଲା ସ୍ଲାବ୍, ତା’ପରେ…

କମିଟି ତାଙ୍କୁ କେଉଁସବୁ ପ୍ରଶ୍ନ କଲା ଏବଂ ଏହି ପ୍ରଶ୍ନଗୁଡ଼ିକରେ ସେ କଣ ଉତ୍ତର ଦେଲେ ସେ ନେଇ ଟ୍ୱିଟ୍ କରି କୁନାଲ ଲେଖିଛନ୍ତି “ଆଜି ସନ୍ଧ୍ୟାରେ ମୋର ଜେରାର ଶେଷ ତିନୋଟି ପ୍ରଶ୍ନକୁ ମୁଁ ଯେପରି ମନେ ରଖିଛି, ତାହା ହେଲା – ତୁମେ ଅନୁତାପ କରୁଛ କି? ନା…. ତୁମେ ଯାହା କହିଛ ସେଥିପାଇଁ ଦୁଃଖିତ କି? …ନା । ଯଦି ତୁମେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କର, ତେବେ ଏହି ମାମଲାକୁ ଭିନ୍ନ ଭାବରେ ଦେଖାଯିବ …. ନା, ମୁଁ କରିପାରିବି ନାହିଁ, କାରଣ କ୍ଷମା ପ୍ରାର୍ଥନା ଠିକ୍ ହେବ ନାହିଁ। ଏହା ସହିତ, ଏହା ଅନ୍ୟ କଳାକାର ଏବଂ ସେମାନଙ୍କ ସ୍ୱାଧୀନତା ପାଇଁ ଏକ ଭୟଙ୍କର ଉଦାହରଣ ସୃଷ୍ଟି କରିବ।”   

ଶୁଣାଣି ସମ୍ପର୍କରେ ପ୍ରସାଦ ଲାଡ ସୂଚନା ଦେଇ କହିଛନ୍ତି ଯେ ଆଜି କୁନାଲ କାମରା ଏବଂ ପ୍ରବୀଣ ଡାରେକର ଉଭୟଙ୍କୁ ମାମଲାରେ ପଚରା ଉଚରା କରାଯାଇଥିଲା। କୁନାଲ କାମରାଙ୍କୁ ପ୍ରାୟ ୨୪ଟି ପ୍ରଶ୍ନ ପଚରାଯାଇଥିଲା। ଏଥିରେ ସାମ୍ବିଧାନିକ ଅଧିକାର ଏବଂ ବିଶେଷାଧିକାର କମିଟିର କ୍ଷମତା ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

Scroll to Top