ଦଣ୍ଡନାଚ ଦେଖି ଫେରୁଥିଲେ ପୁରା ପରିବାର, ରାସ୍ତାରେ ହାତୀ ହାବୁଡ଼ରେ ପଡ଼ିଲେ
କିଏ ଜାଣିଥିଲା, ବାଟରେ ଜୀବନ ଚାଲିଯିବ। ଘର ଆଉ ଟିକିଏ ଦୂର ଥାଏ। ହଠାତ୍ ଆକ୍ରମଣ କଲା ଦନ୍ତା।
Published By: Chandan – Prameya-News7 Bureau | April 10, 2026 07:35 AM
NEWS7
ଅନୁଗୁଳ: ରାତିରେ ଦଣ୍ଡନାଚ ଦେଖି ଖୁସିରେ ପରିବାର। ବାପା, ମାଆ, ଝିଅଙ୍କ ଖୁସି କହିଲେ ନସରେ। ହେଲେ କିଏ ଜାଣିଥିଲା, ବାଟରେ ଜୀବନ ଚାଲିଯିବ। ଘର ଆଉ ଟିକିଏ ଦୂର ଥାଏ। ହଠାତ୍ ଆକ୍ରମଣ କଲା ଦନ୍ତା। ମାଆ, ଝିଅଙ୍କୁ ଦଳିଦେଲା। ସେଇଠି ହିଁ ପ୍ରାଣବାୟୁ ଉଡିଗଲା। ଅନୁଗୁଳ ମଧୁପୁର ଗାଁରେ ହାତୀ ଆକ୍ରମଣରେ ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଛି।
ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ହାତୀ ଦଳି ଦେଇଥିଲା। ପୋକତୁଙ୍ଗା ଗାଁରେ ଦଣ୍ଡନାଚ ଚାଲୁଥିଲା। ସେଠାରୁ ଦେଖି ବାପା, ମା’ ଓ ଝିଅ ଫେରୁଥିଲେ। ମଧୁପୁର ଆମ୍ବ ବଗିଚା ନିକଟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ଆକ୍ରମଣରୁ ବାପା ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘଟଣାସ୍ଥଳକୁ ଯାଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି।




