Watch Video : ଫୋନରେ ଗପି ଡ୍ରେନ୍ ଉପରକୁ ଚାଲିଗଲେ, କିନ୍ତୁ ହଠାତ ଭାଙ୍ଗିଗଲା ସ୍ଲାବ୍, ତା’ପରେ…

watch-video-:-ଫୋନରେ-ଗପି-ଡ୍ରେନ୍-ଉପରକୁ-ଚାଲିଗଲେ,-କିନ୍ତୁ-ହଠାତ-ଭାଙ୍ଗିଗଲା-ସ୍ଲାବ୍,-ତା’ପରେ…

ଗାନ୍ଧୀନଗର, ୦୯/୦୪ : ଫୋନରେ ଗପୁଥିଲେ । ନଜର ନଥିଲା ତଳେ ଅଛି ବିପଦ । ଅନ୍ୟମନସ୍କରେ ଡ୍ରେନ୍ ଉପରକୁ ଚାଲିଗଲେ । ହେଲେ ହଠାତ ଖସି ପଡିଲା ଡ୍ରେନର ସ୍ଲାପ୍ । ଆଉ ଖସି ପଡିଲେ ଯୁବକ । ଗୁଜୁରାଟରେ ଏମିତି ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ସ୍କାଏ ରଙ୍ଗର ଏକ ଟି ସାର୍ଟ ପରିଧାନ କରିଥନ୍ତି । ତାଙ୍କ ହାତରେ ଫୋନ୍ ଅଛି ଏବଂ ସେ କଥାରେ ପୁରା ମସଗୁଲ ହୋଇଯାଇଛନ୍ତି । କଥା ହେଉ ହେଉ ସେ ଏକ ଡ୍ରେନ୍ ଉପରକୁ ଆସି ଯାଉଛନ୍ତି । ତେବେ ସେହି ଡ୍ରେନ୍ ଉପରେ ସୁରକ୍ଷା ପାଇଁ ସ୍ଲାବ୍ ପଡିଛି । ହେଲେ ଯୁବକଙ୍କ ପାଦ ପଡିବା ପରେ ସ୍ଲାବ୍ ଟି ଭାଙ୍ଗି ଯାଉଛି । ଏହାସହ ଯୁବକ ଜଣଙ୍କ ମଧ୍ୟ ଡ୍ରେନ୍ ମଧ୍ୟରେ ଖସି ପଡୁଛନ୍ତି ।

CCTV: Mobile shop owner Nikhilbhai falls into a collapsing gutter on NH48 at Pardi Char Rasta, South Gujarat. Multiple covers missing. Bystanders pull him out safely. Infrastructure fail gone viral.

pic.twitter.com/QRwn9SR9RZ

— Ghar Ke Kalesh (@gharkekalesh) April 7, 2026

ତେବେ ଏହି ଘଟଣା ଦେଖି ସେଠାରେ ଉପସ୍ଥିତ କିଛି ବ୍ୟକ୍ତି ଯୁବକଙ୍କୁ ତୁରନ୍ତ ଉଦ୍ଧାର କରୁଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନେଟିଜେନ୍ସ ଭିଡିଓରେ ରିଆକ୍ସନ୍ ମଧ୍ୟ ଦେଉଛନ୍ତି । କେହି କେହି ଏହା ସ୍ଥାନୀୟ ପ୍ରଶାସନର ଦାୟିତ୍ୱହୀନତା ବୋଲି ମତ ଦେଉଛନ୍ତି ।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ‘ଘର୍ କେ କଲେଶ୍’ ନାମକ ଜଣେ ୟୁଜର ଲେଖିଛନ୍ତି ଯେ, ଡ୍ରେନରେ ଖସି ପଡିଥିବା ଯୁବକ ହେଲେ ଜଣେ ମୋବାଇଲ ଦୋକାନୀ । ତାଙ୍କ ନାଁ ନିଖିଲ ଭାଇ । ଦକ୍ଷିଣ ଗୁଜୁରାଟର ପାରଦି ଚାର୍ ଦେଇଯାଇଥିବା ଏନଏଚ-୪୮କଡରେ ତାଙ୍କର ଦୋକାନ ଅଛି । ଏଠାରେ ତାଙ୍କ ସହ ଅଘଟଣ ଘଟିଛି । କେବଳ ଏଗୋଟିଏ ଡ୍ରେନ୍ ନୁହେଁ ଅନେକ ଡ୍ରେନ ମୁକୁଳା ହୋଇ ରହିଥିବା ସେ ପ୍ରକାଶ କରିଛନ୍ତି ।

Scroll to Top