ବିରାଟଙ୍କ ନାଁ ଶୁଣି ରାଗିଗଲେ ବାବର : ସାମ୍ବାଦିକଙ୍କୁ ମନଇଚ୍ଛା ଶୁଣାଇଦେଲେ…ଦେଖନ୍ତୁ ଭିଡିଓ

ବିରାଟଙ୍କ-ନାଁ-ଶୁଣି-ରାଗିଗଲେ-ବାବର-:-ସାମ୍ବାଦିକଙ୍କୁ-ମନଇଚ୍ଛା-ଶୁଣାଇଦେଲେ…ଦେଖନ୍ତୁ-ଭିଡିଓ

କରାଚୀ, ୦୯/୦୪ : ରାଗିଗଲେ ବାବର ଆଜମ୍ । ବିରାଟ କୋହଲିଙ୍କ ନାଁ ଶୁଣି ଚିହିଁକି ଉଠିଲେ । ଏପରିକି ସାମ୍ବାଦିକଙ୍କୁ ଗାଳି ଗୁଲଜ ମଧ୍ୟ କଲେ । ଏମିତି ଘଟଣା ଘଟିଛି ପିଏସଏଲରେ । ଏଠାରେ ବାବରଙ୍କୁ କୋହଲିଙ୍କୁ ନେଇ ଏମିତି ଏକ ପ୍ରଶ୍ନ ପଚରା ଯାଇଥିଲା, ଯାହା ଶୁଣିବା ପରେ ବାବର ନିଜର ହିତାହିତ ଜ୍ଞାନ ହରାଇ ବସିଥିଲେ ।

ଏପ୍ରିଲ ୮ ତାରିଖରେ ପିଏସଏଲରେ କରାଚୀ ନ୍ୟାଶନାଲ ଷ୍ଟାଡିୟମରେ ପେଶାଓ୍ୱାର୍ ଜାଲମି ଏବଂ ହାଇଦ୍ରାବାଦ୍ କିଙ୍ଗସମ୍ୟାନ୍ ମୁହାଁମୁହିଁ ହୋଇଥିଲେ । ମ୍ୟାଚରେ ବାବରଙ୍କ ନେୃତ୍ୱାଧିନ ପେଶାଓ୍ୱାର ୬ ଓ୍ୱିକେଟ୍ ହରାଇ ୧୪୬ ରନର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା । ତେବେ ଶେଷ ବଲରେ ହିଁ ମ୍ୟାଚର ଫଇସଲା ହୋଇଥିଲା ।

🚨 BABAR RESPONDED TO A QUESTION ON KOHLI-BABAR COMPARISON 🚨

• Journalist – “Virat Kohli comes with the same shot of game as you but he finishes the match which you lack. People compare him with you what are your views on the comparison?”

• Babar Azam – “Let these things to… pic.twitter.com/A69fIV9urI

— Abdullah. (@Abdullahh_56) April 8, 2026

ମ୍ୟାଚ୍ ପରେ ବାବର ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇଥିଲେ । ଏଠାରେ ତାଙ୍କୁ ଜଣେ ସାମ୍ବାଦିକ ବିରାଟଙ୍କ ସହ ତୁଳନା ନେଇ ପ୍ରଶ୍ନ ପଚାରିଥିଲେ । ଏପରିକି ମ୍ୟାଚ୍ ଫିନିଶ୍ କରିବାରେ କୋହଲି ଅଧିକ ସଫଳ ବୋଲି ସାମ୍ବାଦିକ କହିଥିଲେ । ଏହା ଶୁଣିବା ପରେ ବାବର ରାଗି ଯାଇଥିଲେ । ଉତ୍ତର ଦେଇ ସେ କହିଥିଲେ ଯେ, ଏହି କଥା ଏଠାରେ ହିଁ ଶେଷ କରନ୍ତୁ । ଏସବୁ ଜିନିଷ ନିଜ ପାଖରେ ରଖନ୍ତୁ । କିଛି କୁହନ୍ତୁ ନାହିଁ । ତୁଳନା କରିବା ବନ୍ଦ କରନ୍ତୁ । ବାବର ମ୍ୟାଚ୍ ଫିନିଶ୍ କରନ୍ତି କିନ୍ତୁ ସାମ୍ବାଦିକମାନଙ୍କୁ ଏହା ଦେଖାଯାଏ ନାହିଁ ବୋଲି ବାବର ରାଗରେ ପ୍ରକାଶ କରିଥିଲେ । ତେବେ ତାଙ୍କର ଏପରି ଉତ୍ତର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଫ୍ୟାନ୍ସ ମଧ୍ୟ ଟାର୍ଗେଟ୍ କରୁଛନ୍ତି ।

Also Read :-David Miller: ଗୋଟିଏ ଭୁଲ୍ ପାଇଁ ହାତରୁ ଗଲା ମ୍ୟାଚ୍, ଦୁଃଖରେ ଭାଙ୍ଗିପଡିଲେ DC ଖେଳାଳି…

ବାବରଙ୍କ ଧିମା ବ୍ୟାଟିଂ

ମୁକାବିଲାରେ ବାବର ଧିମା ଗତିରେ ରନ୍ ସଂଗ୍ରହ କହିଥିଲେ । ସେ ୩୭ବଲ୍ ଖେଳିଥିଲେ ମଧ୍ୟ ୪୩ ରନ୍ ସ୍କୋର୍ କରିଥିଲେ । ଯେଉଁଥିରେ ଟି ଚଉକା ସାମିଲ ଥିଲା । ଏବେସୁଦ୍ଧା ସେ ପିଏସଏଲରେ ଦୁଇଟି ମ୍ୟାଚ୍ ଖେଳି ୧୨୬ ଷ୍ଟ୍ରାଇକ୍ ରେଟରେ ୮୨ରନ୍ କରିଛନ୍ତି । ତାଙ୍କର ଆଭରେଜ୍ ରହିଛି ୪୧

Scroll to Top