ସରକାରଙ୍କ ବଡ଼ ନିଷ୍ପତ୍ତି ! ଏବେ ଜବରଦସ୍ତି ଡାଟା ପ୍ଲାନ ରିଚାର୍ଜ ସମାପ୍ତ, କମ୍ପାନିକୁ ଆଣିବାକୁ ପଡ଼ିବ କଲ୍-SMS ପ୍ଲାନ

ସରକାରଙ୍କ-ବଡ଼-ନିଷ୍ପତ୍ତି-!-ଏବେ-ଜବରଦସ୍ତି-ଡାଟା-ପ୍ଲାନ-ରିଚାର୍ଜ-ସମାପ୍ତ,-କମ୍ପାନିକୁ-ଆଣିବାକୁ-ପଡ଼ିବ-କଲ୍-sms-ପ୍ଲାନ

 Telecome news: ଗ୍ରାହକଙ୍କୁ ମିଳିବ ଶସ୍ତା କଲ୍ ଓ ଏସଏମଏସ ପ୍ଲାନ୍। ଭଏସ ସହ ଡାଟା ପ୍ଲାନ ନେବାକୁ ବାଧ୍ୟ କରିପାରିବେନି ଟେଲିକମ୍ କମ୍ପାନି। ଗ୍ରାହକ ଚାହିଁଲେ ନେଇପାରିବେ କେବଳ କଲ୍ କିମ୍ବା ଏସଏମଏସ ପ୍ୟାକ୍ । ଭାରତୀୟ ଟେଲିକମ୍ ନିୟାମକ TRAI ମଙ୍ଗଳବାର, ଟେଲିକମ୍ କମ୍ପାନିଙ୍କୁ ମୋବାଇଲ ପ୍ଲାନ ଉପରେ ନୂଆ ପ୍ରସ୍ତାବ ଦେଇଛି। ଯେଉଁଥିରେ ଶସ୍ତା ଭଏସ ଓନଲି ଏବଂ ଏସଏମଏସ ପ୍ଲାନ ଆଣିବାକୁ କୁହାଯାଇଛି। ସବୁ କିଛି ଠିକ୍ ରହିଲେ ଆଗକୁ ଫୋନ୍ କଲ୍ ଏବଂ ଏସଏମଏସ ଥିବା ଅଲଗା ଅଲଗା ଶସ୍ତା ପ୍ଲାନ ବାଧ୍ୟତାମୂଳକ ହେବ।

​​​​​​​​​​​​​​ମୋବାଇଲ୍ ରିଚାର୍ଜର ବଢୁଥିବା ମୂଲ୍ୟକୁ ନେଇ ଅସନ୍ତୁଷ୍ଟ ୟୁଜର୍ସ। ଏଥିରେ ସେହି ଲୋକଙ୍କୁ ଅଧିକ ସମସ୍ୟା ହେଉଥିଲା, ଯେଉଁମାନେ କେବଳ କଲ୍ ଏବଂ SMS କରିବାକୁ ଚାହୁଁଥିଲେ। ତଥାପି ସେମାନଙ୍କୁ ବାଧ୍ୟ ହୋଇ ମହଙ୍ଗା ଡାଟା ବିଶିଷ୍ଟ ପ୍ଲାନ ନେବାକୁ ପଡ଼ୁଥିଲା। ଏବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ(TRAI) ଏ ସଂଦର୍ଭରେ ଏକ ନୂଆ ଡ୍ରାଫ୍ଟ ଜାରି କରିଛି। ଏଥିରେ ଟେଲିକମ କମ୍ପାନିକୁ ଏମିତି ପ୍ଲାନ ନେବାକୁ କୁହାଯାଇଛି, ଯେଉଁଥିରେ କେବଳ କଲ୍ ଏବଂ ଏସଏମଏସର ସୁବିଧା ଥିବ ଏବଂ ଡାଟା ନ ଥିବ।

#TRAI has released the Draft Telecom Consumer Protection (13th Amendment) Regulations, 2026 proposing Voice & SMS-only packs across all validity periods, giving consumers more choice & avoiding forced data bundling.
Share comments by 28 April ’26.
Details: https://t.co/a1Hwxi2Hws pic.twitter.com/X7nHuob3QU

— TRAI (@TRAI) April 8, 2026

ଏହି ପ୍ରସ୍ତାବର ଉଦ୍ଦେଶ୍ୟ ୟୁଜର୍ସଙ୍କୁ ଭଲ ବିକଳ୍ପ ଦେବା ଏବଂ ଅନାବଶ୍ୟକ ଡାଟା ପ୍ଲାନକୁ ଏଡ଼ାଇବା। ବିଶେଷ କରି ଗ୍ରାମାଞ୍ଚଳ, ବୟସ୍କ ବ୍ୟକ୍ତି ଏବଂ ଫିଚର ଫୋନ ବ୍ୟବହାରକାରୀଙ୍କୁ  ବଡ଼ ଫାଇଦା ମି। ଯଦି ଏହି ନିୟମ ଲାଗୁ ହୁଏ ତେବେ ମୋବାଇଲ୍ ୟୁଜର୍ସଙ୍କୁ ପ୍ରଥମ ଥର ପ୍ରତିଟି ଭାଲିଡିଟିରେ ଶସ୍ତା ଭଏସ ଓ SMS ପ୍ଲାନର ବିକଳ୍ପ ମିଳିବ।

TRAIର ନୂଆ ପ୍ରସ୍ତାବ

ଟେଲିକମ କମ୍ପାନି ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆକୁ ଏବେ ସବୁ ପ୍ରକାରର ରିଚାର୍ଜ ପ୍ଲାନ ସହିତ ଏକ ଏମିତି ପ୍ଲାନ ଦେବାକୁ ପଡ଼ିବ ଯେଉଁଥିରେ କେବଳ କଲ ଏବଂ SMS ସୁବିଧା ଥିବ। ଅର୍ଥାତ ଯଦି କୌଣସି ୨୮ ଦିନିଆ, ୫୬ ଦିନିଆ କିମ୍ବା ୮୪ ଦିନିଆ ପ୍ଲାନ ରହିଛି, ତେବେ ସେହି ଭାଲିଡିଟିରେ Voice+SMS ବିଶିଷ୍ଟ ପ୍ଲାନ ମଧ୍ୟ ଦେବାକୁ ପଡ଼ିବ।

Also Read: କେଉଁଠି ମିଳୁଛି ୫ କେଜିଆ ସିଲିଣ୍ଡର ? ଜାଣିବାକୁ ସହଜ ବ୍ୟବସ୍ଥା କରିଦେଲେ ସରକାର

TRAI ମୁତାବକ ଏବେ ବଜାରରେ Voice-only ପ୍ଲାନ ବହୁତ କମ ରହିଛି ଏବଂ ଯାହା ବି ରହିଛି ତାହାର ଭାଲିଡିଟି ୮୪ ଦିନ କିମ୍ବା ୩୬୫ ଦିନର ରହିଛି। ଏହା ବ୍ୟତୀତ ଏହି ପ୍ଲାନର ମୂଲ୍ୟ ମଧ୍ୟ ଅଧିକ ରହିଛି। ଆଉ ଏଥିରେ ଡାଟା ସାମିଲ୍ ନ ଥାଏ। TRAI ଏହି ପ୍ରସ୍ତାବ ଉପରେ ଚଳିତ ବର୍ଷ ଏପ୍ରିଲ ୨୮ ସୁଦ୍ଧା ଟେଲିକମ କମ୍ପାନିଗୁଡ଼ିକୁ ରିପୋର୍ଟ ଦେବାକୁ କହି।

ଉପକୃତ ହେବେ ଗ୍ରାହକ

TRAIର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ୟୁଜର୍ସଙ୍କୁ ଶସ୍ତାରେ ଭଏସ ଏବଂ ଏସଏମଏସ ବିଶିଷ୍ଟ ପ୍ଲାନ ମିଳିବ। ଆଉ ବାଧ୍ୟ ହୋଇ ଡାଟା ବିଶିଷ୍ଟ ପ୍ଲାନ ନେବାକୁ ପଡ଼ିବ ନାହିଁ କି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି। ଏହା ଲାଗୁ ହେଲେ କମ୍ପାନିକୁ ନିଜର ପ୍ଲାନ ସହିତ ଏହି ପ୍ଲାନକୁ ଯୋମିବାକୁ ପଡ଼ିବ।

Scroll to Top