ଚାକିରି କରିବେ ସ୍ୱର୍ଗତ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ, ରାଜ୍ୟ ସରକାରଙ୍କ ଅଫରକୁ ସ୍ୱାଗତ

ଚାକିରି-କରିବେ-ସ୍ୱର୍ଗତ-ପ୍ରଶାନ୍ତ-ଶତପଥୀଙ୍କ-ପତ୍ନୀ,-ରାଜ୍ୟ-ସରକାରଙ୍କ-ଅଫରକୁ-ସ୍ୱାଗତ

ବାଲେଶ୍ୱର ୧୮/୦୮: ସ୍ୱାମୀ ଯିବାର ବିତିଗଲାଣି ଅନେକ ମାସ । ଧୀରେ ଧୀରେ ଜୀବନରେ ଆଗକୁ ବଢୁଛନ୍ତି ସ୍ତ୍ରୀ । ଏମିତିକି ଘର ପ୍ରତିପୋଷଣ ପାଇଁ ବି ଘରୁ ଗୋଡ କାଢିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜ୍ଞା ହଁ ଆମେ କହୁଛୁ ସ୍ୱର୍ଗତ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କ କଥା । 

ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦେଇଛନ୍ତି ନିଯୁକ୍ତି ସୁଯୋଗ । ତେବେ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କଲେ ଓଡିଶା ବାହାରକୁ ବଦଳି ହେବାର ସମ୍ଭାବନା ରହିଛି । ତେଣୁ ପୁଅ ଆଉ ଘରର ପରିସ୍ଥିତିକୁ ଲକ୍ଷ କରି ସେ ସିପେଟରେ ରାଜ୍ୟ ସରକାରଙ୍କ ଅଫରରେ ଚାକିରି କରିବେ ବୋଲି ସ୍ପଷ୍ଟ କରିଛନ୍ତି ।  

ସୂଚନାଥାଉକି, ଏପ୍ରିଲ ୨୨ ଜମୁ କାଶ୍ମୀର ପହଲଗାମରେ ଆତଙ୍କୀ ହମ୍‌ଲା । ପ୍ରାଣ ହରାଇଥିଲେ ୨୬ରୁ ଅଧିକ । ଯେଉଁଥିରେ ଥିଲେ ଓଡ଼ିଶା ବାଲେଶ୍ୱର ପ୍ରଶାନ୍ତ ଶତପଥୀ । ସେଦିନ ପତ୍ନୀ ଆଉ ପୁଅଙ୍କ ସମ୍ମୁଖରେ ଆତଙ୍କବାଦୀମାନେ ହତ୍ୟା କରିଥିଲେ ପ୍ରଶାନ୍ତଙ୍କୁ । ସେତେବେଳେ ମେରେ ପତିକୋ ବଚା ଲୋ କହି ଚିତ୍କାର କରୁଥିଲେ ପ୍ରିୟଦର୍ଶିନୀ । ସେଠାରେ ହତ୍ୟା କରାଯାଇଥିବା ଟୁରିଷ୍ଟଙ୍କ ମଧ୍ୟରୁ ପ୍ରଶାନ୍ତ ଥିଲେ ଏକମାତ୍ର ଓଡିଆ । 

ତାଙ୍କ ମରଶରୀର ଓଡିଶା ପହଞ୍ଚିବା ପରେ ତାଙ୍କ ପତ୍ନୀଙ୍କୁ ରାଜ୍ୟ ସରକାରଙ୍କ ଚାକିରି ମିଳିବ ବୋଲି ମୂଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଥିଲେ । ପ୍ରଶାନ୍ତ କେନ୍ଦ୍ର ସରକାରଙ୍କ ବୈଷୟିକ ଶିକ୍ଷାନୁଷ୍ଠାନ ସିପେଟରେ ଚାକିରି କରିଥିଲେ । ଆଉ ତାଙ୍କ ଶୁଦ୍ଧିକ୍ରିୟା ସରିବା ଆଗରୁ ସିପେଟ ତାଙ୍କୁ ଜବ ଅଫର ଲେଟର ଦେଇଥିଲା । 

Scroll to Top