8th Pay Commission କର୍ମଚାରୀଙ୍କ ବଢିବ ୧୦୦% ବେତନ, ଜାଣନ୍ତୁ ହିସାବ କିତାବ

8th-pay-commission-କର୍ମଚାରୀଙ୍କ-ବଢିବ-୧୦୦%-ବେତନ,-ଜାଣନ୍ତୁ-ହିସାବ-କିତାବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର କ୍ୟାବିନେଟ ଅଷ୍ଟମ ବେତନ ଆୟୋଗ (ସିପିସି) ର କାର୍ଯ୍ୟକ୍ଷେତ୍ରକୁ ମଞ୍ଜୁରୀ ପ୍ରଦାନ କରିଛି। ଏହା ଛଡା ସରକାର ନୂଆ ସିପିସି ଗଠନ ଓ ଅଧିସୂଚନା ମଧ୍ୟ ଜାରି କରିଛନ୍ତି। ଆୟୋଗଙ୍କ ସୁପାରିଶ ପାଖାପାଖି ୧.୨କୋଟି କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ନିମନ୍ତେ ଲାଗୁ ହେବ। କେନ୍ଦ୍ର ସରକାର ଜାନୁୟାରୀ ୨୦୨୫ରେ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ବେତନ ଓ ଅନ୍ୟ ଲାଭ ସମୀକ୍ଷା ନିମନ୍ତେ ଏଥିରେ ସଂଶୋଧନ ସୁପାରିଶ କରିବା ପାଇଁ ଅଷ୍ଟମ ସିପିସି ଗଠନର ଘୋଷଣା କରିଛନ୍ତି।

ଅଷ୍ଟମ ବେତନ କମିଶନ ପ୍ୟାନେଲରେ ଅଛନ୍ତି କିଏ?
ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇଙ୍କୁ ଅଷ୍ଟମ ବେତନ ଆୟୋଗ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ସେହିପରି ଆଇଆଇଏମ ବେଙ୍ଗାଲୁରୁର ପ୍ରଫେସର ପୁଲକ ଘୋଷଙ୍କୁ ବେତନ ଆୟୋଗର ଅଂଶକାଳୀନ ସଦସ୍ୟ ନିଯୁକ୍ତ କରାଯାଇଛି। ସରକାର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟଙ୍କ ସଚିବ ପଙ୍କଜ ଜୈନଙ୍କୁ ବେତନ ଆୟୋଗଙ୍କ ସଦସ୍ୟ ସଚିବ ନିଯୁକ୍ତ କରିଛନ୍ତି।

ନୂଆ ବେତନ ଆୟୋଗଙ୍କ ସମୟସୀମାସପ୍ତମ ବେତନ ଆୟୋଗ ସୁପାରିଶକୁ ୬ ମାସ ମଧ୍ୟରେ ମଞ୍ଜୁରୀ ମିଳି ଯାଇଥିଲା, ଯାହାକୁ ୧ ଜାନୁୟାରୀ ୨୦୧୬ରୁ ଲାଗୁ କରାଯାଇଥିଲା। ଯଦି ଆମେ ଏହି ସମୟୀମାକୁ ଧରିବା ଅଷ୍ଟମ ବେତନ ଆୟୋଗ ଏବେଠାରୁ ପାଖାପାଖି ୨୦ ମାସ ପରେ ଲାଗୁ ହେବ ବୋଲି ଆଶା କରାଯାଉଛି। ସପ୍ତମ ବେତନ ଆୟୋଗଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ଅଷ୍ଟମ ବେତନ ଆୟୋଗ ପ୍ରାବଧାନ ୧ଜାନୁୟାରୀ ୨୦୨୬ରୁ ଲାଗୁ ହେବ। ସାଧାରଣତଃ ବେତନ ଆୟୋଗଙ୍କ ସୁପାରିଶ ପ୍ରତି ୧୦ ବର୍ଷ ଅନ୍ତରାଳରେ ଲାଗୁ କରାଯାଇଥାଏ। ଏଣୁ ଏହାକୁ ଦେଖିଲେ ଅଷ୍ଟମ ବେତନ ଆୟୋଗ ସୁପାରିଶ ୧ ଜାନୁୟାରୀ ୨୦୨୬ରୁ କାର୍ଯ୍ୟକାରୀ ହେବ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବର୍ତ୍ତମାନର ବେତନ ହାର
ଏବେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀଙ୍କୁ ସପ୍ତମ ବେତନ ଆୟୋଗ ଅନୁସାରେ ବେତନ ଓ ପେନସନ ପ୍ରଦାନ କରାଯାଉଛି। ଏଥିରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସର୍ବ ନିମ୍ନ ମୂଳ ବେତନ ୧୮,୦୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ପେନସନଭୋଗୀଙ୍କ ସର୍ବନିମନ୍ନ ପେନସନ ୯,୦୦୦ ଟଙ୍କା ରହିଛି। ସେହିପରି ସପ୍ତମ ବେତନ ଆୟୋଗ ସୁପାରିଶ ଅନୁସାରେ ସର୍ବାଧିକ ମୂଳ ବେତନ ୨,୨୫,୦୦୦ ଟଙ୍କା ରହିଛି। ଏହି ସମୟରେ କ୍ୟାବିନେଟ ସଚିବ ଓ ଅନ୍ୟ ଉଚ୍ଚ ପଦପଦବୀରେ ଅବସ୍ଥାପିତ ଆଧିକାରୀଙ୍କୁ ମାସିକ ୨,୫୦,୦୦୦ ଟଙ୍କା ବେତନ ମିଳୁଛି। ସପ୍ତମ ବେତନ ଆୟୋଗରେ ଫିଟମେଣ୍ଟ ୨.୫୭% ନିର୍ଧାରଣ କରାଯାଇଥିଲା।ଏହା ଛଡା ବର୍ତ୍ତମାନର ମହଙ୍ଗା ଭତ୍ତା ପ୍ରତିଶତ ୫୮ରେ ରହିଛି।

ଅଷ୍ଟମ ବେତନ ଆୟୋଗରେ ବେତନ ବୃଦ୍ଧି
ବିଶେଷଜ୍ଞଙ୍କ ପୂର୍ବାନୁମାନକୁ ଧ୍ୟାନରେ ରଖି ଅଷ୍ଟଚମ ବେତନ ଆୟୋଗରେ ସ୍ୱୀକୃତ ଫିଟମେଣ୍ଟ ଫ୍ୟାକ୍ଟର ୨ ହୋଇ ପାରେ

ଫିଟମେଣ୍ଟ ଫ୍ୟାକ୍ଟର ୨ ଅନୁସାରେ

  • କର୍ମଚାରୀଙ୍କ ସର୍ବନିମ୍ନ ମୂଳ ବେତନ-୩୬,୦୦୦ ଟଙ୍କା
  • ପେନସନଭୋଗୀଙ୍କ ଲାଗି ସର୍ବନିମ୍ନ ମୂଳ ପେନସନ-୧୮,୦୦୦ ଟଙ୍କା

ଉଲ୍ଲେଖଯୋଗ୍ୟ ଯେ ସପ୍ତମ ବେତନ ଆୟୋଗ ଅନୁସାରେ ମୂଳ ବେତନରେ ବେତନ ଓ ପେନସନ ୧୦୦% ବୃଦ୍ଧି ଯେଉଁଥିରେ ମହଙ୍ଗା/ ମାନ୍ଦାବସ୍ଥା ଭତ୍ତା ମିଳିତ ରହିଛି।

Scroll to Top