Gold rate today: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ହେବା ପରେ ମାର୍କେଟ୍ରେ ଏକାଧିକ ପରିବର୍ତ୍ତନ ହୋଇଛି। ତୈଳ ଦର ହ୍ରାସ ପାଇଛି। ବିଭିନ୍ନ ଏସୀୟ ଦେଶର ଶେୟାର ମାର୍କେଟ୍ରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ହେଲେ ସୁନା ଓ ରୁପା ଉପରେ ଏହାର ଓଲଟା ପ୍ରଭାବ ପଡ଼ିଛି।
ଯୁଦ୍ଧ ବିରାମ ଘୋଷଣା ପରେ ସୁନା ଓ ରୁପା ଦରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ଆଜି, (୮ ଏପ୍ରିଲ) ସୁନା ଏବଂ ରୁପା ମୂଲ୍ୟ ବୃଦ୍ଧି ପାଇଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟରେ ୪,୦୦୦ ଟଙ୍କା ବୃଦ୍ଧି ପାଇ ଦାମ ₹୧.୫୨ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ, ଏପ୍ରିଲ ୭ ତାରିଖରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ₹୧.୪୮ ଲକ୍ଷ ଟଙ୍କା ଥିଲା।
ଅନ୍ୟପଟେ ସୁନା ଠାରୁ ବି ଆଜି ରୁପା ଅଧିକ ମହଙ୍ଗା ହୋଇଛି। ଏକ କିଲୋ ରୁପା ମୂଲ୍ୟରେ ବୁଧବାର ୧୩ ହଜାର ଟଙ୍କା ବଢ଼ି କେଜି ମୂଲ୍ୟ ₹୨.୪୪ ଲକ୍ଷରେ ହୋଇଛି। ଏହା ପୂର୍ବରୁପ ରୁପା କେଜି ମୂଲ୍ୟ ₹୨.୩୧ ଲକ୍ଷ ଟଙ୍କା ଥିଲା।
କ୍ୟାରେଟ ହିସାବରେ ସୁନା ମୂଲ୍ୟ
|
କ୍ୟାରେଟ |
ଦାମ (ଟଙ୍କା/୧୦ ଗ୍ରାମ) |
|
୨୪ |
₹୧,୫୨,୦୬୮ |
|
୨୨ |
₹୧,୩୯,୨୫୪ |
|
୧୮ |
₹୧,୧୪,୦୫୧ |
|
୧୪ |
₹୮୮,୯୬୦ |
ଭୁବନେଶ୍ୱର ସମେତ ବଡ଼ ସହରରେ ସୁନା ଦର-
|
ସହର |
୧୦ ଗ୍ରାମ ୨୪ କ୍ୟାରେଟ୍ |
|
ଦିଲ୍ଲୀ |
₹୧,୫୩,୯୭୦ |
|
ମୁମ୍ବାଇ |
₹୧,୫୩,୮୨୦ |
|
କୋଲକାତା |
₹୧,୫୩,୮୨୦ |
|
ଚେନ୍ନାଇ |
₹୧,୫୪,୯୧୦ |
|
ଭୁବନେଶ୍ୱର |
₹୧,୫୩,୯୭୦ |
ତେବେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧ ଲକ୍ଷ ୪୧ ହଜାର ଟଙ୍କା ରହିଛି।
୨୦୨୬ରେ ସୁନା ₹୧୯,୦୦୦ ଏବଂ ରୁପା ₹୧୪,୦୦ ମହଙ୍ଗା
୨୦୨୬ରେ ଏପର୍ଯ୍ୟନ୍ତ ସୁନା ₹୧୯,୦୦୦ ଏବଂ ରୁପା ₹୧୪,୦୦୦ ମହଙ୍ଗା ହୋଇଛି। ୩୧ ଡିସେମ୍ବର ୨୦୨୫ରେ ୧୦ ଗ୍ରାମ ସୁନାର ମୂଲ୍ୟ ₹୧.୩୩ ଲକ୍ଷ ଟଙ୍କା ରହିଥିଲା। ଯାହା ଏବେ ₹୧.୫୨ ଲକ୍ଷ ଟଙ୍କାରେ ପହଞ୍ଚିଛି। ସେହିପରି ରୁପା ମୂଲ୍ୟରେ ଏପର୍ଯ୍ୟନ୍ତ ୧୪ ହଜାର ଟଙ୍କା ମହଙ୍ଗା ହେଲାଣି। ୩୧ ଡିସେମ୍ବରରେ ଏକ କିଲୋଗ୍ରାମ ରୁପା ମୂଲ୍ୟ ₹୨.୩୦ ଲକ୍ଷ ଟଙ୍କା ଥିଲା, ଯାହା ଏବେ ₹୨.୪୪ ଲକ୍ଷ ଟଙ୍କାରେ ପହଞ୍ଚିଛି।
Also read- India’s Stock Market rise: ଆମେରିକା-ଇରାନ ଯୁଦ୍ଧବିରତି ଘୋଷଣା ପରେ ସେୟାର ମାର୍କେଟ୍ର ହାଇ ଜମ୍ପ, ଖସିଲା ତୈଳ ଦର




