ପାକିସ୍ତାନରେ ଲକଡାଉନ୍ ଭଳି ସ୍ଥିତି, ସନ୍ଧ୍ୟାରୁ ବନ୍ଦ ହୋଇଯିବ ସବୁ ଦୋକାନ ବଜାର

ପାକିସ୍ତାନରେ-ଲକଡାଉନ୍-ଭଳି-ସ୍ଥିତି,-ସନ୍ଧ୍ୟାରୁ-ବନ୍ଦ-ହୋଇଯିବ-ସବୁ-ଦୋକାନ-ବଜାର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଜାରି ତିକ୍ତତା ଏବଂ ହର୍ମୁଜ ଷ୍ଟ୍ରେଟକୁ ଇରାନ ବନ୍ଦ କରିବା ପରେ ବିଶ୍ବରେ ଇନ୍ଧନ ସଙ୍କଟ ଉତ୍ପନ୍ନ ହୋଇଛି। ଯେଉଁଥିରେ ଗୁରୁତର ଭାବରେ ପ୍ରଭାବିତ ହୋଇଛି ପାକିସ୍ତାନ। ଏମିତିରେ ପଟ୍ରୋଲ, ଡିଜେଲ ଏବଂ ଏଲପିଜି ସଂରକ୍ଷଣ ପାଇଁ ପାକିସ୍ତାନ ସରକାର କଡ଼ା ପଦକ୍ଷେପ ନେଇ ଦେଶରେ ‘ସ୍ମାର୍ଟ ଲକଡାଉନ’ ଭଳି ଉପାୟ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ନିଷ୍ପତ୍ତି ଅନୁସାରେ, ଦେଶରେ ବିଭିନ୍ନ ଅଞ୍ଚଳରେ ବଜାର, ସପିଂ ମଲ୍ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ବିକ୍ରି ହେଉଥିବା ଦୋକାନ ରାତି ୮ଟା ସୁଦ୍ଧା ବନ୍ଦ କରାଯିବ। ସୋମବାର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ସ୍ମାର୍ଟ ଲକଡାଉନରୁ ସିନ୍ଧ ପ୍ରଦେଶକୁ ବାଦ ଦିଆଯାଇଛି।

Also Read: Israel Warns Iranians: ‘ଟ୍ରେନ୍ରେ ଗଲେ ଯିବ ଜୀବନ, ରେଳ ଲାଇନ୍ଠୁ ଦୂରେଇ ରୁହ’: ଇରାନବାସୀଙ୍କୁ ଇସ୍ରାଏଲ୍ ସେନାର ଚେତାବନୀ…

ପାକିସ୍ତାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ବିବୃତ୍ତି ଜାରି

ପାକିସ୍ତାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଏହି ନିଷ୍ପତ୍ତି ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବଂ ହର୍ମୁଜ ଦେଇ ଆମଦାନୀ ବନ୍ଦ ହେବା କାରଣରୁ ଉପୁଜିଥିବା ଇନ୍ଧନ ସଙ୍କଟରୁ ବର୍ତ୍ତିବା ପାଇଁ ନିଆଯାଇଛି। ଏହାଦ୍ବାରା ଦେଶରେ ଇନ୍ଧନ ସଞ୍ଚୟ ହୋଇପାରିବ। ପାକ୍ ପ୍ରଧାନମନ୍ତ୍ରୀ ଆହୁରି କୁହାଯାଇଛି ଯେ, ସିନ୍ଧ ସରକାର ମଧ୍ୟ ଅନ୍ୟ ପ୍ରଦେଶ ଭଳି ଶକ୍ତି ସଂରକ୍ଷଣ ଉପାୟ ଲାଗୁ କରିବେ।

ମଙ୍ଗଳବାର ରାତି ୮ଟାରୁ ନିୟମ ଲାଗୁ

ବିବୃତ୍ତିରେ କୁହାଯାଇଛି ଖୈବରପଖତୁନଖ୍ବା, ପଞ୍ଜାବ, ବଲୁଚିସ୍ତାନ, ଇସଲାମାବାଦ, ଗିଲଗିତ- ବାଲିସ୍ତାନ ଏବଂ ଜମ୍ମୁ- କାଶ୍ମୀର (PoJk)ରେ ବଜାର ଏବଂ ସପିଂ ମଲ୍ ରାତି ୮ ଟା ସୁଦ୍ଧା ବନ୍ଦ ହେବ। ତେବେ ଖୈବର ପଖତୁନଖ୍ବାର ମୁଖ୍ୟାଳୟରେ ବଜାର ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିପାରିବ। ବେକରୀ, ରେସ୍ତୋରାଁ, ତନ୍ଦୁର ଏବଂ ଖାଦ୍ୟ ପଦାର୍ଥ ବିକ୍ରି ହେଉଥିବା ଦୋକାନ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିପାରିବ।

Also Read: Iran War: ଗୋଟିଏ ରାତିରେ ଇରାନକୁ ଶେଷ କରିପାରିବୁ, ପୁଣି ଧମକ ଦେଲେ ଟ୍ରମ୍ପ

ବିବାହ ସମାରୋହ ପାଇଁ ବ୍ୟବହାର ହେଉଥିବା ହଲ, ଟେଣ୍ଟ ଏବଂ ଅନ୍ୟ ସ୍ଥଳ ମଧ୍ୟ ରାତି ୧୦ଟା ସୁଦ୍ଧା ବନ୍ଦ ହେବ। ନିଜ ଘର କିମ୍ବା ସମ୍ପତ୍ତି ରାତି ୧୦ଟା ପର୍ଯ୍ୟନ୍ତ ବିବାହ ସମାରୋହ ଆୟୋଜିତ କରିବା ଉପରେ ପ୍ରତିବନ୍ଧକ ରହିବ। ଏହା ବ୍ୟତୀତ ଔଷଧ ଦୋକାନ ଏବଂ ଫାର୍ମାସୀକୁ ଏଥିରୁ ବାଦ ଦିଆଯାଇଛି। ମଙ୍ଗଳବାର ରାତି ୮ଟାରୁ ଲାଗୁ ହେବ।

Scroll to Top