ଗାଧୋଇବାକୁ ଯାଇଥିଲେ ଦୁଇ ସାଙ୍ଗ, ପାଣିରେ ବୁଡ଼ି ଚାଲିଗଲା ଉଭୟଙ୍କ ଜୀବନ

ଗାଧୋଇବାକୁ-ଯାଇଥିଲେ-ଦୁଇ-ସାଙ୍ଗ,-ପାଣିରେ-ବୁଡ଼ି-ଚାଲିଗଲା-ଉଭୟଙ୍କ-ଜୀବନ

ଗାଧୋଇବାକୁ ଯାଇଥିଲେ ଦୁଇ ସାଙ୍ଗ, ପାଣିରେ ବୁଡ଼ି ଚାଲିଗଲା ଉଭୟଙ୍କ ଜୀବନ

ପୋଖରୀକୁ ଦୁଇ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଘଟିଲା ଅଘଟଣ ।

Published By: Kirti – Prameya-News7 Bureau | April 07, 2026 11:11 AM

NEWS7

digapahandi

ଦିଗପହଣ୍ଡି ୦୭।୦୪ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡ ବ୍ଲକ ପତାଣ୍ଡ ଗାଁରେ ଅଘଟଣ । ପୋଖରୀକୁ ଦୁଇ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ହେଲେ ଘଟିଲେ ଅଘଟଣ । ପୋଖରୀରେ ବୁଡ଼ି ଦୁଇ ସାଙ୍ଗଙ୍କ ମୃତ୍ୟୁ ହୋଇଯାଇଛି ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପତାଣ୍ଡ ଗାଁରୁ ମଙ୍ଗଳବାର ସକାଳୁ ଆସିଛି ଏକ ଦୁଃଖଦ ଖବର । ସପ୍ତମ ଶ୍ରେଣୀରେ ପଢୁଥିବା ଦୁଇ ଜଣ ସାଙ୍ଗ ଗାଁ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ୧୩ ବର୍ଷର ଝିଅ ମାନିନୀ ପ୍ରଥମେ ବୁଡ଼ିଯାଇଥିଲେ । ଯାହାକୁ ଦେଶି ସାଙ୍ଗ ପ୍ରାଞ୍ଜଳୀ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଉଦ୍ଧାର କରିବା ବଦଳରେ ସେ ବି ବୁଡ଼ିଯାଇଥିଲେ ।

Also Read:-ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ଭିତରକାଠ ନିକଟରେ ପଡ଼ିଥିଲା ରକ୍ତ

ଶେଷରେ ଦୁଇ ଜଣ ସାଙ୍ଗ ପୋଖରୀରେ ବୁଡ଼ିଯାଇଥିଲେ । ଯାହାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଦୁଇ ଜଣ ଝିଅଙ୍କୁ ଗୁରୁତର ଭାବେ ପାଣିରୁ ଉଦ୍ଧାର କରାଯାଇଥିଲା । ଏହାପରେ ସେମାନଙ୍କୁ ଦିଗପହଣ୍ଡି ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେପଟେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଖବର ଶୁଣି ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି । କାନ୍ଦବୋବାଳିରେ ପୁରା ଗାଁ ଫାଟିପଡୁଛି ।

Scroll to Top