ପୃଥିବୀରୁ ୬୪,୦୦୦ କିଲୋମିଟର ଦୂରକୁ ପହଞ୍ଚିଲା iPhone 17 Pro Max, ଜିରୋ ଗ୍ରାଭିଟିରେ ବି କରୁଛି କାମ, ଦେଖନ୍ତୁ Video

ପୃଥିବୀରୁ-୬୪,୦୦୦-କିଲୋମିଟର-ଦୂରକୁ-ପହଞ୍ଚିଲା-iphone-17-pro-max,-ଜିରୋ-ଗ୍ରାଭିଟିରେ-ବି-କରୁଛି-କାମ,-ଦେଖନ୍ତୁ-video

ୱାସିଂଟନ: ଆଇଫୋନ ୧୭ ପ୍ରୋ ମାକ୍ସ ମହାକାଶକୁ ପହଞ୍ଚି ଯାଇଛି। ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ନାସାଙ୍କ ଆର୍ଟିମିସ୍-୨ ମିସନରେ ଏହି ଡିଭାଇସକୁ ଓରିୟନ ସ୍ପେସ୍ କ୍ରାଫ୍ଟରେ ଜିରୋ ଗ୍ରାଭିଟିରେ ଭାସୁଥିବାର ଦେଖା ଯାଇଛି। ମିସନରୁ ସାମ୍ନାକୁ ଆସୁଥିବା ଛବି ଓ ଭିଡିଓରେ ମହାକାଶଚାରୀମାନେ ଏହି ସ୍ମାର୍ଟ ଫୋନକୁ ବ୍ୟବହାର କରୁଥିବା ଦେଖାଯାଉଛନ୍ତି। ମିସନ କାଳରେ ଉଠାଯାଇଥିବା ଫଟୋରେ କମାଣ୍ଡର ରୈଡ ୱାଇଜମ୍ୟାନ ଓ ମିସନ ସ୍ପେଶାଲିଷ୍ଟ କ୍ରିଷ୍ଟିନା କୋଚ୍ ଙ୍କୁ ଓରିୟନ ସ୍ପେସ୍ କ୍ରାଫ୍ଟ ଝରକାରେ ପୃଥିବୀ ଆଡକୁ ଅନାଇ ସେଲଫି ନେଉଥିବା ଦେଖାଯାଇଛନ୍ତି।

ରିପୋର୍ଟସ ଅନୁସାରେ ମହାକାଶରେ ଏହି ସବୁ ଫଟୋଚିତ୍ର ଆଇଫୋନ ୧୭ ପ୍ରୋ ମ୍ୟାକ୍ସରୁ କ୍ୟାପଚର କରାଯାଇଛି। ସୋସିଆଲ ମିଡିଆରେ ସାମ୍ନାକୁ ଆସୁଥିବା ଏକ ଭିଡିଓରେ ଏହି ଡିଭାଇସ୍ ମହାକାଶଯାତ୍ରୀଙ୍କ ମଧ୍ୟରେ ଜଣକ ହାତରୁ ଆଉ ଜଣକ ହାତକୁ ଯାଉଥିବା ଦେଖା ଯାଉଛି। ଏହି ସମୟରେ ଫୋନଟି ଜିରୋ ଗ୍ରାଭିଟିରେ ଭାସୁଥିବାର ଦେଖାଯାଇଛି, ଯାହା ଏହି ଦୃଶ୍ୟକୁ ଆହୁରି ଖାସ କରିତୋଳିଛି। ଆର୍ଟିମିସ୍-୨ ମିସନରେ ମହାକାଶଚାରୀଙ୍କୁ ପ୍ରଥମ ଥର ସେମାନଙ୍କ ସ୍ମାର୍ଟ ଫୋନ ସାଙ୍ଗରେ ରଖିବାକୁ ଅନୁମତି ଦିଆଯାଇଛି। ଏହା ପୂର୍ବରୁ ଏହି ସୁବିଧା ସ୍ପେସ୍ ଏକ୍ସ କ୍ରିୟୁ-୧୨ ମିସନରେ ଦିଆଯାଇଥିଲା।

NASA just shot photos of the moon on an iPhone 17 Pro Max. let that satisfize for a second.

→ the Artemis II crew carried Apple’s latest phone on an actual mission to the moon, and the photos are wild.
→ i can’t stop thinking about the fact that a consumer phone just worked in… pic.twitter.com/GapSfKEvVZ

— Steve Oak (@ForbiddenSteve) April 6, 2026

ନିକଟରେ ନାସା ନିଜ ନିୟମରେ ପରିବର୍ତ୍ତନ କରି କ୍ରୁ ମେମ୍ବରଙ୍କୁ ସୀମିତ ପର୍ସନାଲ ଡିଭାଇସ ସାଙ୍ଗରେ ନେବାକୁ ଅନୁମତି ଦେଇଛନ୍ତି। ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ମହାକାଶଚାରୀ ସେମାନଙ୍କ ଅନୁଭବକୁ ସହଜରେ କ୍ୟାପଚର କରିବା ଓ ପୃଥିବୀରେ ଲୋକଙ୍କ ସହ ସେୟାର କରିବାରେ ସହଯୋଗ କରିବା। ଏହାଦ୍ୱାରା ମିସନର ବାସ୍ତବିକ କ୍ଷଣଗୁଡିକ ସିଧା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରିବ।

ନାସା ଏହି ଡିଭାଇସକୁ ମିସନରେ ସାମିଲ କରିବା ପାଇଁ ପୂର୍ବରୁ ଅନେକ ପ୍ରକାରର ପରୀକ୍ଷଣ କରିଥିଲେ। ଏଥିରୁ ଏହା ସୁନିଶ୍ଚିତ କରାଯାଇପାରିଥିଲା ଯେ ଫୋନ ମହାକାଶ ବାତାବରଣରେ ସୁରକ୍ଷିତ ରହିବ ଓ କୌଣସି ପ୍ରକାରର ଜଟିଳତା ସୃଷ୍ଟି କରିବନି। ଖାସ କରି କାଚ ଭାଙ୍ଗିବା ଅନ୍ୟ ସମ୍ଭାବିତ ବିପଦକୁ ଧ୍ୟାନରେ ରଖି ଫୋନର ସୁରକ୍ଷା ମାନକର ଯାଞ୍ଚ ହୋଇଥିଲା। ଯାହା ଏବେ ମହାକାଶରୁ ପ୍ରତି ମୁହୂର୍ତ୍ତର ଟିକିନିକ୍ ଖବର ଆମ ପାଖକୁ ପହଞ୍ଚାଉଛି।

Scroll to Top