ପ୍ରେମ ପାଇଁ ମହିଳାଙ୍କ ଭୟାନକ ପ୍ଲାନ୍, ଟେଟ୍ରା ପ୍ୟାକ୍‌ର ମଦରେ ବିଷ ମିଶାଇ ୩ ଜଣଙ୍କୁ ମାରିଦେଲେ

ପ୍ରେମ-ପାଇଁ-ମହିଳାଙ୍କ-ଭୟାନକ-ପ୍ଲାନ୍,-ଟେଟ୍ରା-ପ୍ୟାକ୍‌ର-ମଦରେ-ବିଷ-ମିଶାଇ-୩-ଜଣଙ୍କୁ-ମାରିଦେଲେ

ପ୍ରେମ ପାଇଁ ମହିଳାଙ୍କ ଭୟାନକ ପ୍ଲାନ୍, ଟେଟ୍ରା ପ୍ୟାକ୍‌ର ମଦରେ ବିଷ ମିଶାଇ ୩ ଜଣଙ୍କୁ ମାରିଦେଲେ

ବହୁଚର୍ଚ୍ଚିତ ମଦକାଣ୍ଡରେ ପୋଲିସର ନୂଆ ଖୁଲାସା । ବିଶାକ୍ତ ମଦ ପିଇ ତିନି ଜଣଙ୍କ ମୃତ୍ୟୁ ପଛରେ ଲୁଚିଛି ସାଂଘାତିକ ଷଡ଼ଯନ୍ତ୍ର।

Published By: Kirti – Prameya-News7 Bureau | April 06, 2026 02:33 PM

NEWS7

police

ମିରଟ ୦୬।୦୪ : ମିରଟର ବହୁଚର୍ଚ୍ଚିତ ମଦକାଣ୍ଡରେ ପୋଲିସର ନୂଆ ଖୁଲାସା । ପ୍ରେସମିଟରେ ପୋଲିସ ଯାହା ତଥ୍ୟ ରଖିଛି । ତାହା ସମସ୍ତଙ୍କୁ ଚକିତ କରିଦେଇଛି । ବିଶାକ୍ତ ମଦ ପିଇ ତିନି ଜଣଙ୍କ ମୃତ୍ୟୁ ପଛରେ ଲୁଚିଛି ସାଂଘାତିକ ଷଡ଼ଯନ୍ତ୍ର। ଅଭିଯୁକ୍ତଙ୍କ ମଧ୍ୟରେ ମୃତ ଅଙ୍କିତଙ୍କ ଭଉଣୀ ଅଳକା, ତାଙ୍କ ପ୍ରେମିକ ଏବଂ ଅନ୍ୟ ଜଣେ ବ୍ୟକ୍ତି ସାମିଲ ଅଛନ୍ତି। ପୋଲିସ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୋଲିସ ମୁତାବିକ, ମୃତ ଅଙ୍କିତାଙ୍କ ଭଉଣୀ ଅଳକାଙ୍କର ପବନ ନାମକ ଜଣେ ଯୁବକଙ୍କ ସହିତ ପ୍ରେମ ସଂପର୍କ ରହିଥିଲା । ଅଙ୍କିତ ପ୍ରାୟତଃ ଭଉଣୀ ଅଳକାଙ୍କୁ ମାର୍‌ପିଟ୍‌ କରୁଥିଲେ । ଏପିରିକି ତାଙ୍କ ପ୍ରେମ ସଂପର୍କକୁ ମଧ୍ୟ ବିରୋଧ କରିଆସୁଥିଲେ । ଏହିସବୁ ଘଟଣା ସଂପର୍କରେ ଅଳକା ପ୍ରେମିକ ପବନଙ୍କୁ କହିଥିଲେ । ପରେ ଉଭୟ ଆରମ୍ଭ କରିଥିଲେ ଷଡ଼ଯନ୍ତ୍ର । କିପରି ଅଙ୍କିତକୁ ରାସ୍ତାରୁ ହଟାଇବେ, ସେନେଇ ଆରମ୍ଭ କରିଥିଲେ ଯୋଜନା ।

Scroll to Top