ସରଣ୍ଡାରେ ଲୁଚିଛି ମିସିର ବେସରା, ତାକୁ ଧରିବାକୁ ଅପରେସନ ବେଳେ ଆଇଇଡି ବିସ୍ଫୋରଣ
Published By: Ruby – Prameya-News7 Bureau | April 06, 2026 12:51 PM
NEWS7
ରାଉରକେଲା ୬।୪: ସୁରକ୍ଷା ବାହିନୀକୁ ପୁଣି ଟାର୍ଗେଟ୍ । ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ଖଞ୍ଜିଲେ IED । ସର୍ଚ୍ଚ ଅପରେସନ ବେଳେ ଫାଟିଲା IED । ଅଳ୍ପକେ ବର୍ତ୍ତିଲେ ସୁରକ୍ଷା ବାହିନୀ । କୋବ୍ରା ବାଟାଲିୟନର ଜଣେ ଯବାନ ଗୁରୁତର । ଗୁରୁତର ଯବାନଙ୍କୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି ।
ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମର ଘଞ୍ଚ ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ ଷଡ଼ଯନ୍ତ୍ର ପୁଣି ଥରେ ସାମ୍ନାକୁ ଆସିଛି । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାବଳକୁ ଟାର୍ଗେଟ୍ କରି ଖଞ୍ଜାଯାଇଥିବା IED । ସେହି IEDଟି ବିସ୍ଫୋରଣ ହେବା ଫଳରେ କୋବ୍ରା ବାଟାଲିୟନ ଜବାନ ଅନୁଜ କୁମାର ଗୁରୁତର ହୋଇଛନ୍ତି । ଗୁରୁତର ଅନୁଜଙ୍କ ଗୋଡ଼ ଛିଣ୍ଡିଯାଇଛି । ସୁରକ୍ଷା ବାହିନୀ ସରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ଚଳାଇଥିଲେ । ସେହି ସମୟରେ ଟିମ୍ ଆଗକୁ ବଢ଼ୁଥିବା ବେଳେ ପୂର୍ବରୁ ଲଗାଯାଇଥିବା IED ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଫଳରେ ଗୁରୁତର ହୋଇଥିବା ଯବାନଙ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇ ରାଞ୍ଚି ପଠାଯାଇଛି ।
Also Read:- ରାଜ୍ୟରେ ପେଟ୍ରୋଲ-ଡିଜେଲ-LPG ସବୁ ମହଜୁଦ, PNG ସଂଯୋଗ ନେବାକୁ ଯୋଗାଣ ସଚିବଙ୍କ ପରାମର୍ଶ
ଉଲ୍ଲେଖଯୋଗ୍ୟ ଯେ, ଟପ୍ ମାଓନେତା ମିସିର ବେସରା ବର୍ତ୍ତମାନ ସରଣ୍ଡା ଜଙ୍ଗଲରେ ଲୁଚି ରହିଥିବା ସୂଚନା ରହିଛି । ତାକୁ ଧରିବାକୁ ଏହି ଅପରେସନ ଚାଲିଥିଲା । ଅପରେସନ ଚାଲିଥିବା ବେଳେ IED ବିସ୍ଫୋରଣ ହୋଇଥିଲା ।




