“ଏ ପାଗଳକୁ ଅଟକାଅ ନହେଲେ…”: IAEAର ପୂର୍ବତନ ନିର୍ଦ୍ଦେଶକଙ୍କ ଚରମ ଚେତାବନୀ, ବିଶ୍ୱ ନେତାଙ୍କୁ ଏକାଠି ହେବାକୁ ଆହ୍ୱାନ

“ଏ-ପାଗଳକୁ-ଅଟକାଅ-ନହେଲେ…”:-iaeaର-ପୂର୍ବତନ-ନିର୍ଦ୍ଦେଶକଙ୍କ-ଚରମ-ଚେତାବନୀ,-ବିଶ୍ୱ-ନେତାଙ୍କୁ-ଏକାଠି-ହେବାକୁ-ଆହ୍ୱାନ

ଓ୍ୱାଶିଂଟନ୍‌: ଭୟଙ୍କର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ଆମେରିକା ମାତ୍ ଦେଉଛି ଇରାନ। ପଛକୁ ହଟିବାକୁ ନାରାଜ। ଶେଷରେ ଟ୍ରମ୍ପ ଦେଇଛନ୍ତି ଚରମ ଚେତାବନୀ। ଇରାନକୁ ୪୮ ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀରେ ସମସ୍ତ ପ୍ରତିବନ୍ଧକ ଉଠାଇବାକୁ ସେ ଧମକ ଦେଇଛନ୍ତି। ନଚେତ୍ ସେ ଇରାନକୁ ନର୍କରେ ପରିଣତ କରିଦେବେ। ଯଦି ଇରାନ ତୁରନ୍ତ ଚୁକ୍ତି କରିବାରେ ବିଫଳ ହୁଏ, ତେବେ ମୁଁ ଏହାର ସବୁ କିଛି ଉଡ଼ାଇଦେବି। ଏହାର ତେଲକୁ ନେଇଯିବି। ମଙ୍ଗଳବାର ଇରାନରେ ବିନାଶଲୀଳା ହେବ।

ଖାଲି ସେତିକି ନୁହେଁ ଅଶ୍ରାବ୍ୟ ଭାଷାରେ ଗାଳି ଦେଇଛନ୍ତି ଟ୍ରମ୍ପ। ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତି କଟୁ ଭାଷା ବ୍ୟବହାର କରି ଇରାନକୁ ଚେତାବନୀ ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, ‘ମନେଅଛି ଯେତେବେଳେ ମୁଁ ଇରାନକୁ ଏକ ଚୁକ୍ତି କରିବାକୁ କିମ୍ବା ହର୍ମୁଜ୍ ଖୋଲିବାକୁ ୧୦ ଦିନ ସମୟ ଦେଇଥିଲି ? ସମୟ ଦ୍ରୁତ ଗତିରେ ପଳାଉଛି, ୪୮ ଘଣ୍ଟା ପରେ ସେମାନେ ନର୍କକୁ ସାମ୍ନା କରିବେ। ମଙ୍ଗଳବାର ଇରାନରେ ଶକ୍ତି ଦିବସ, କାରଖାନା ଦିବସ ଏବଂ ସେତୁ ଦିବସ ଏକାସାଙ୍ଗରେ ଦେଖ! ଆଲ୍ଲାଙ୍କୁ ପ୍ରାର୍ଥନା କର। ଟ୍ରମ୍ପ ଆଶାଳୀନ ବ୍ୟବହାର କରିଥିବାରୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିଛନ୍ତି।

also read- ରାଷ୍ଟ୍ରପତି ନା ଖଟି ଟୋକା ? ଇରାନକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କଲେ ଟ୍ରମ୍ପ

ଟ୍ରମ୍ପଙ୍କ ଏପରି ଆଚରଣକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA)ର ପୂର୍ବତନ ନିର୍ଦ୍ଦେଶକ ଜେନେରାଲ ମହମ୍ମଦ ଏଲବାରା। ସେ ଉପସାଗରୀୟ ଦେଶ ଏବଂ ଜାତିସଂଘକୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଆହ୍ୱାନ କରିଛନ୍ତି। ଏଲବାରାଦେଇ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଟ୍ରମ୍ପଙ୍କ ଧମକ ସମ୍ବଳିତ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଏହାର କ୍ୟାପସନ ଦେଇଛନ୍ତି, ” ଏହି ଅଞ୍ଚଳକୁ ଅଗ୍ନିପିଣ୍ଡୁଳାରେ ପରିଣତ ହେବା ପୂର୍ବରୁ ଏହାକୁ ରୋକିବା ପାଇଁ ଆପଣଙ୍କ ଶକ୍ତିରେ ସବୁକିଛି କରନ୍ତୁ। ଦୟାକରି କିଛି କରନ୍ତୁ।

ଏଲବାରା କେବଳ ଆଞ୍ଚଳିକ ନେତାମାନଙ୍କୁ ନୁହେଁ ବରଂ ବିଶ୍ୱ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ପ୍ରଶ୍ନ କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ ସେ ସୁରକ୍ଷା ପରିଷଦ, ଆଣ୍ଟୋନିଓ ଗୁଟେରେସ, ଚୀନ୍ ଏବଂ ରୁଷ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି ଯେ ଏହି ପାଗଳାମିକୁ ବନ୍ଦ କରିବା ପାଇଁ କିଛି କରାଯାଇପାରିବ ନାହିଁ?”

ହର୍ମୁଜକୁ ନେଇ ଟ୍ରମ୍ପଙ୍କ ଅପମାନଜନକ ମନ୍ତବ୍ୟ ପରେ କଡ଼ା ପ୍ରତିକ୍ରିୟା ରଖିଛି ଇରାନ। IRGC ନୌସେନା କମାଣ୍ଡ X ରେ ଲେଖିଛନ୍ତି- ହର୍ମୁଜ୍ ପ୍ରଣାଳୀ କେବେବି ପୂର୍ବ ଅବସ୍ଥାକୁ ଫେରିବ ନାହିଁ। ବିଶେଷକରି ଆମେରିକା ଏବଂ ଇସ୍ରାଏଲ ପାଇଁ। “IRGC ନୌସେନା ନୂତନ ପର୍ସିଆନ୍ ଗଲ୍ଫ ଅର୍ଡର ପାଇଁ ଇରାନ କର୍ତ୍ତୃପକ୍ଷଙ୍କ ଯୋଜନା ପାଇଁ କାର୍ଯ୍ୟକ୍ଷମ ପ୍ରସ୍ତୁତି ସମାପ୍ତ କରୁଛି।

ସେପଟେ ଇରାନର ସଂସଦର ବାଚସ୍ପତି ମହମ୍ମଦ-ବାଘେର ଗାଲିବାଫ୍ ଟ୍ରମ୍ପଙ୍କ ଧମକର ଜବାବରେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତିଙ୍କ “ବେପରୁଆ ପଦକ୍ଷେପ ର ଅର୍ଥ “ଆମର ସମଗ୍ର ଅଞ୍ଚଳ ଜଳିଯିବ”। ନେତାନ୍ୟାହୁଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଜିଦ୍ ଧରିଛ। ଆମେରିକାକୁ ଜୀବନ୍ତ ନର୍କକୁ ଟାଣି ନେଉଛ। ଏକମାତ୍ର ପ୍ରକୃତ ସମାଧାନ ହେଉଛି ଇରାନୀ ଲୋକଙ୍କ ଅଧିକାରକୁ ସମ୍ମାନ ଦେବା ଏବଂ ଏହି ବିପଦପୂର୍ଣ୍ଣ ଖେଳକୁ ଶେଷ କରିବା। ୬ ସପ୍ତାହ ଧରି ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ଧରି ଚାଲିଛି। ଟ୍ରମ୍ପଙ୍କ ଧମକ ଓ ଇରାନ ପ୍ରତି ଜବାବ ଗୋଟିଏ ବଡ଼ ବିପଦ ସୃଷ୍ଟି ନେଇ ଆଶଙ୍କା କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ।

Scroll to Top