ରାଷ୍ଟ୍ରପତି ନା ଖଟି ଟୋକା ? ଇରାନକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କଲେ ଟ୍ରମ୍ପ

ରାଷ୍ଟ୍ରପତି-ନା-ଖଟି-ଟୋକା-?-ଇରାନକୁ-ଅଶ୍ରାବ୍ୟ-ଭାଷାରେ-ଗାଳିଗୁଲଜ-କଲେ-ଟ୍ରମ୍ପ

ରାଷ୍ଟ୍ରପତି ନା ଖଟି ଟୋକା ? ଇରାନକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କଲେ ଟ୍ରମ୍ପ

Published By: Chandan – Prameya-News7 Bureau | April 06, 2026 08:01 AM

NEWS7

Social Media Attack

ଓ୍ବାଶିଂଟନ: ଇରାନ ଚାହିଁଲେ ଚୁକ୍ତି ହୋଇପାରିବ। କିନ୍ତୁ ଏଥିପାଇଁ ମାତ୍ର ସୋମବାର ପର୍ଯ୍ୟନ୍ତ ସମୟ ଅଛି । ଏହା ଏକ ଭଲ ସୁଯୋଗ। ଯଦି ଇରାନ ତୁରନ୍ତ ଚୁକ୍ତି କରିବାରେ ବିଫଳ ହୁଏ, ତେବେ ମୁଁ ଏହାର ସବୁ କିଛି ଉଡ଼ାଇଦେବି। ଏହାର ତେଲକୁ ନେଇଯିବି। ମଙ୍ଗଳବାର ଇରାନରେ ବିନାଶଲୀଳା ହେବ। ଇରାନକୁ ଏଭଳି ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ ।

୨୪ ଘଣ୍ଟାରେ ଦ୍ଵିତୀୟ ଥର ଧମକାଇଛନ୍ତି ଟ୍ରମ୍ । ଏମିତିକି ଆଜି ସେ ଅଶ୍ରାବ୍ୟ ଭାଷାରେ ଗାଳି ବି କରିଛନ୍ତି। ହର୍ମୁଜ ପ୍ରଣାଳୀ ନ ଖୋଲିଲେ ଭୟଙ୍କର ଆକ୍ରମଣ ପାଇଁ ଚେତାବନୀ ଦେଇଛନ୍ତି। ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ ଲେଖିଛନ୍ତି, ଇରାନ ଯଥାଶୀଘ୍ର ହୋର୍ମୁଜ ପ୍ରଣାଳୀ ଖୋଲିଦେବା ଉଚିତ। ନଚେତ୍ ଏହାର ସବୁ ଛାରଖାର କରି ଦିଆଯିବ। ବ୍ରିଜ୍ ଭଳି ଭିଭିଭୂମି ବ୍ୟବସ୍ଥା ଉପରେ ସାଙ୍ଘାତିକ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି।

Scroll to Top