Virat Kohli : ବିରାଟ କୋହଲିଙ୍କ ‘ନୋ ଲୁକ୍’ ସଟ୍, ଖୁସିରେ ଝୁମିଲେ ଅନୁଷ୍କା ଶର୍ମା : ଦେଖନ୍ତୁ ଭିଡିଓ

virat-kohli-:-ବିରାଟ-କୋହଲିଙ୍କ-‘ନୋ-ଲୁକ୍’-ସଟ୍,-ଖୁସିରେ-ଝୁମିଲେ-ଅନୁଷ୍କା-ଶର୍ମା-:-ଦେଖନ୍ତୁ-ଭିଡିଓ

ଚେନ୍ନାଇ, ୦୫/୦୪ : ବିରାଟ ମାରିଲେ ସଟ୍ । ଖୁସି ହୋଇଗଲେ କଲେ ଅନୁଷ୍କା । ଚେନ୍ନାଇ ବିପକ୍ଷ ମୁକାବିଲାରେ କିଛି ଏପରି ଦେଖିବାକୁ ମିଳିଛି । ବିରାଟ କୋହଲିଙ୍କୁ ନୋ ଲୁକ୍ ସଟ୍ ଅନୁଷ୍କାଙ୍କୁ ଖୁସ୍ କରିଛି ।

ବିରାଟଙ୍କ ନୋ ଲୁକ୍ ସଟ୍

ଆରସିବିର ବ୍ୟାଟିଂ ସମୟରେ କ୍ରିଜରେ ଥିଲେ ବିରାଟ କୋହଲି । ବୋଲିଂ ପାଇଁ ଆସିଲେ ମ୍ୟାଟ୍ ହେନରୀ । ସେ ବିରାଟଙ୍କ ଓ୍ୱିକେଟ୍ ନେବାକୁ ବଲ୍ ପକାଇଥିଲେ ବି କୋହଲି ଏହାକୁ ମିଡ୍ ଓ୍ୱିକେଟକୁ ଖେଳିଥିଲେ । ଏହି ସଟକୁ ବିରାଟ ଏତେ ଜୋରରେ ପ୍ରହାର କରିଥିଲେ ଯେ ସେ ଆଉ ସଟ୍ କୁ ଦେଖିନଥିଲେ । ଅର୍ଥାତ ରନ୍ ମେସିନ୍ ନୋ ଲୁକ୍ ସଟ୍ ଖେଳିଥିଲେ । ଯାହା ଦେଖି ଏମ୍ ଚିନ୍ନାସ୍ୱାମୀରେ ଉପସ୍ଥିତ ୩୨ ହଜାର ଦର୍ଶକ ନିଜ ଚେୟାରରୁ ଠିଆ ହୋଇ ପଡିଥିଲେ ।

𝙏𝙝𝙚 𝙆𝙄𝙉𝙂 𝙙𝙤𝙚𝙨𝙣’𝙩 𝙚𝙫𝙚𝙣 𝙣𝙚𝙚𝙙 𝙩𝙤 𝙡𝙤𝙤𝙠 😮‍💨@imVkohli turns a good length into a maximum with ease 🤌#TATAIPL 2026 | #RCBvCSK | LIVE NOW 👉 https://t.co/2TGcMIndez pic.twitter.com/wQuV6oqesr

— Star Sports (@StarSportsIndia) April 5, 2026

ଖାଲି ଦର୍ଶକ ନୁହେଁ ସଟ୍ ଦେଖିବା ପରେ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଖୁସିରେ ଝୁମି ଉଠିଥିଲେ । ସେ ତାଳି ମାରିବା ସହ ତାଙ୍କ ଓଠରୁ ହସ ଝରିଥିଲା ।

ବେଙ୍ଗାଲୁରୁର ଦମଦାର୍ ବ୍ୟାଟିଂ

ଆରସିବିର ଟପ୍ ଅର୍ଡରଠୁ ନେଇ ମଧ୍ୟକ୍ରମ ବ୍ୟାଟର ସମସ୍ତେ ଧୂଆଁଧାର ବ୍ୟାଟିଂ କରିଥିଲେ। ବିଶେଷ କରି ଅଧିନାୟକ ରଜତ ପାଟିଦାର ୧୯ ବଲରୁ ୪୮ ରନ ଓ ଟିମ୍ ଡେଭିଡ୍ ୨୫ ବଲରୁ ୭୦ ରନର ବିଧ୍ଵଂସୀ ଇନିଂସ ଖେଳିଥିଲେ। ଟସ୍ ଜିତି ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଅଧିନାୟକ ଋତୁରାଜ ଗାଏକ୍ଵାଡ଼ଙ୍କ ଏହି ନିଷ୍ପତ୍ତି ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଆରସିବି ପକ୍ଷରୁ ଓପନିଂରେ ୩୭ ରନ ଯୋଡ଼ିଥିଲେ ବିରାଟ କୋହଲି ଓ ଫିଲିପ ସଲ୍ଟ। କୋହଲି ୨୮ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଦେବଦତ୍ତ ପାଡିକଲ ଓ ଫିଲିପ ସଲ୍ଟ ୨ୟ ଓ୍ଵିକେଟ୍ ପାଇଁ ୫୬ ରନ ଯୋଡ଼ିଥିଲେ। ଫିଲିପ ସଲ୍ଟ ୩୦ ବଲରୁ ୩ ଚୌକା ଓ ୨ ଛକା ସହ ୪୬ ରନ କରି ପାଭିଲିୟନ ଫେରିଥିଲେ।

ମଧ୍ୟକ୍ରମରେ ଦେବଦତ୍ତ ପାଡିକଲ ଏକ ଦମଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ପାଡିକଲ ୨୯ ବଲରୁ ୫ ଚୌକା ଓ ୨ ଛକା ସହାୟତାରେ ୫୦ ରନ କରିଥିଲେ। ପାଟିଦାର ୧୯ ବଲରୁ ୧ ଚୌକା ଓ ୬ ଛକା ସହାୟତାରେ ୪୮ ରନ ଓ ଟିମ୍ ଡେଭିଡ୍ ମାତ୍ର ୨୫ ବଲରୁ ୩ ଚୌକା ଓ ୮ ଛକା ସହ ୭୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଫଳରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୫୦ ରନ କରିଥିଲା।

Scroll to Top