Raghav Chadha to AAP: ରବିବାର ଆପ୍‌କୁ ପୁଣି ଟାର୍ଗେଟ୍ କଲେ ରାଘବ ଚଢା: ଭିଡିଓ ଶେୟାର କରି ଲେଖିଲେ ପିକ୍‌ଚର ଅଭି ବାକି ହେ…

raghav-chadha-to-aap:-ରବିବାର-ଆପ୍‌କୁ-ପୁଣି-ଟାର୍ଗେଟ୍-କଲେ-ରାଘବ-ଚଢା:-ଭିଡିଓ-ଶେୟାର-କରି-ଲେଖିଲେ-ପିକ୍‌ଚର-ଅଭି-ବାକି-ହେ…

ଆପ୍‌କୁ ଟାର୍ଗେଟ୍ କରି ଏକ ଭିଡିଓ ପୋଷ୍ଟ କଲେ ରାଘବ ଚଢା। କହିଲେ, ଇଏ ଥିଲା ଟ୍ରେଲର, ପିକ୍‌ଚର ଅଭି ବାକି ହେ। ଏହି ୩ ମିନିଟର ଭିଡିଓ କ୍ଲିପରେ କଣ ରହିଛି ଆସନ୍ତୁ ଜାଣିବା।

Published By: abinash – Prameya-News7 Bureau | April 05, 2026 04:42 PM

NEWS7

aghav Chadha's response to AAP
photo credit-indiatoday

Raghav Chadha to AAP: ଆମ ଆଦମୀ ପାର୍ଟି ଓ ରାଘବ ଚଢାଙ୍କ ମଧ୍ୟରେ ଚାଲିଥିବା ବିବାଦ ରବିବାର ଆହୁରି ଉଗ୍ର ହୋଇଛି। ରାଘବ ଚଢା ଦଳକୁ ଠାର୍ଗେଟ୍ କରି ଆଉ ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ସେ ଦଳୀୟ ଅଭିଯୋଗକୁ ମିଥ୍ୟ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି। ରାଘବଙ୍କ ଉପରେ ଅଶନ୍ତୋଷ ପ୍ରକାଶ କରି ଦଳ ଅଭିଯୋଗ କରିଥିଲା ଯେ ସେ ସଂସଦରେ ପଞ୍ଜାବର ସମସ୍ୟା ଉଠାଉ ନାହାନ୍ତି। ଏହାକୁ ଟାର୍ଗେଟ୍ କରି ରାଘବ ସଂସଦରେ ଉଠାଇଥିବା କିଛି ପ୍ରସଙ୍ଗର ଭିଡିଓ କ୍ଲିପ୍ ଶେୟାର କରିଛନ୍ତି। ଏହି ୩ ମିନିଟର ଭିଡିଓ କ୍ଲିପରେ ସେ ପଞ୍ଜାବର ଧାର୍ମିକ ପ୍ରସଙ୍ଗ ଠାରୁ ଆରମ୍ଭ କରି କୃଷକଙ୍କ କଥା ମଧ୍ୟ କହିଛନ୍ତି।

ଭିଡିଓ ଶେୟାର କରି ରାଘବ ଲେଖିଛନ୍ତି ମୁଁ ସଂସଦରେ ପଞ୍ଜାବ ପ୍ରସଙ୍ଗ ଉଠାଇବାରେ ବିଫଳ ହୋଇଛି ବୋଲି କହି ମୋର ଆପ ସହକର୍ମୀମାନେ ମୋତେ ଏହି ଭିଡିଓ ଶେୟାର କରିବାକୁ ବାଧ୍ୟ କରିଦେଲେ। ତେବେ ଏହା ଏକ ଛୋଟ ଟ୍ରେଲର, ପିକ୍ଚର ଅଭି ବାକି ହେ। ପଞ୍ଜାବ ମୋ ପାଇଁ କେବଳ ଆଲୋଚନାର ପ୍ରସଙ୍ଗ ନୁହେଁ,ଏହା ମୋ ଘର , ମୋ କର୍ତ୍ତବ୍ୟ, ମୋ ମାଟି ମୋ ଆତ୍ମ।

Also Read- କପିଲ ଶିବଲ କହିଲେ-ନିର୍ବାଚନ ଆୟୋଗ ସାଙ୍ଗରେ ଥିଲେ ବିଜେପି ’ଆତ୍ମ ନିର୍ଭର’, Watch Video

ରାଘବଙ୍କୁ ଆପ୍ ନେତାଙ୍କ ଟାର୍ଗେଟ୍

ଦଳକୁ ନେଇ ରାଘବଙ୍କ ମତାନ୍ତର ବଢିବା ପରେ ପଞ୍ଜାବର ଆପ୍ ନେତୃତ୍ୱ ରାଘବ ଚଢାଙ୍କୁ ସମାଲୋଚନା କରିଥିଲେ। ରାଘବ ପଞ୍ଜାବ ବିଧାୟକଙ୍କ ଦ୍ୱାରା ନିର୍ବାଚିତ ହେବା ସତ୍ତ୍ୱେ ସଂସଦରେ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପ୍ରସଙ୍ଗ ଉଠାଇବାରେ ବିଫଳ ହୋଇଛନ୍ତି ବୋଲି ପଞ୍ଜାବ ସରକାର କହିଥିଲେ।

ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂହ ଚିମା, ରାଜ୍ୟ ୟୁନିଟ୍ ମୁଖ୍ୟ ଅମନ ଆରୋରା ଏବଂ ବରିଷ୍ଠ ନେତା କୁଲଦୀପ ସିଂହ ଧାଲିୱାଲ ଏକ ମିଳିତ ବିବୃତ୍ତି ଜାରି ରି ଚଢାଙ୍କ ନୀରବତା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଚିମା କହିଥିଲେ ଯେ ଶ୍ରୀ ଚଢା ସଂସଦରେ ପଞ୍ଜାବ ସମ୍ପର୍କରେ “ଏକ ସମ୍ବେଦନଶୀଳ ପ୍ରସଙ୍ଗ ମଧ୍ୟ” ଉଠାଇ ନାହାଁନ୍ତି, ତାଙ୍କର ସ୍ଥାଣୁତା ଦଳର ନୀତି ବିପରୀତ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

Scroll to Top