Sambalpur News: ହନୁମାନ ଜୟନ୍ତୀ ପାଇଁ ଚାଲିଛି ଭବ୍ୟ ପ୍ରସ୍ତୁତି, ଶୋଭାଯାତ୍ରାରେ ବାହାରିବ ୧୫ ହଜାରରୁ ଅଧିକ ବାଇକ

sambalpur-news:-ହନୁମାନ-ଜୟନ୍ତୀ-ପାଇଁ-ଚାଲିଛି-ଭବ୍ୟ-ପ୍ରସ୍ତୁତି,-ଶୋଭାଯାତ୍ରାରେ-ବାହାରିବ-୧୫-ହଜାରରୁ-ଅଧିକ-ବାଇକ

ଆସନ୍ତା ୧୪ ତାରିଖରେ ଆୟୋଜିତ ହେବ ଭବ୍ୟ ହନୁମାନ ଜୟନ୍ତୀ ଯାତ୍ରା। ଏହାପୂର୍ବରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ହନୁମାନ ଜୟନ୍ତ୍ରୀ ପୂର୍ବରୁ ଆସନ୍ତା ୧୦ ତରିଖରେ ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ଏହି ବିଶାଳ ବାଇକ ରାଲିର ଆୟୋଜନ କରାଯାଇଛି।

Published By: Deepak – Prameya-News7 Bureau | April 05, 2026 03:43 PM

NEWS7

Hanuman Jayanti 2026: Grand Preparations Underway Sambalpur

ସମ୍ବଲପୁର: ଆସନ୍ତା ୧୪ ତାରିଖରେ ଆୟୋଜିତ ହେବ ଭବ୍ୟ ହନୁମାନ ଜୟନ୍ତୀ ଯାତ୍ରା। ଏହାପୂର୍ବରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ହନୁମାନ ଜୟନ୍ତ୍ରୀ ପୂର୍ବରୁ ଆସନ୍ତା ୧୦ ତରିଖରେ ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ଏହି ବିଶାଳ ବାଇକ ରାଲିର ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ୧୫୦୦୦ରୁ ଅଧିକ ମୋଟର ସାଇକେଲ୍ ଶୋଭାଯାତ୍ରାରେ ବହାରିବ। ରବିବାର ଏହାର ସୂଚନା ଦେଇଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର।

ଏହା ସହ ସମ୍ବଲପୁର ସହରର ୩୦ କିମି ପରିଧିରେ ହନୁମାନ ଜୟନ୍ତ୍ରୀ ପାଇଁ ବ୍ୟାପକ ବୈଠକ, ସଭା ଓ ପଥପ୍ରାନ୍ତ ସଭାର ଅନୁଷ୍ଠିତ ହେଉଛି। ଆଜିଠାରୁ ଚାଏ ପେ ଚର୍ଚ୍ଚା ମାଧ୍ୟମରେ ଲୋକ ସମ୍ପର୍କ ଆରମ୍ଭ କରାଯାଇଛି। ସେହିପରି ୧୪ ତାରିଖରେ ଜୟନ୍ତୀ ଶୋଭାଯାତ୍ରାକୁ ଭବ୍ୟ କରିବା ପାଇଁ ୩୦ରୁ ଅଧିକ ସାଂସ୍କୃତିକ ଦଳ କଳା ପ୍ରଦର୍ଶନ କରିବେ।

Also  Read:  ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ମୟୂରଭଞ୍ଜର ଛଉରୁ ସମ୍ବଲପୁରୀ ଦୁଲଦୁଲି ସବୁକିଛି ଦେଖିପାରିବେ ସମ୍ବଲପୁରବାସୀ। ଆଜି ଏନେଇ ଏକ ପ୍ରେସମିଟ କରି ସୂଚନା ଦେଇଛନ୍ତି ହନୁମାନ ଜୟନ୍ତୀ ସମନ୍ବୟ ସମିତିର ସଭାପତି ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର।

Scroll to Top