Old Woman Driving : ୭୩ ବର୍ଷରେ ବୃଦ୍ଧାଙ୍କ କମାଲ, ହାଇୱେରେ ଦବଙ୍ଗ ଦାଦି ଉଡାଉଛନ୍ତି କାର

old-woman-driving-:-୭୩-ବର୍ଷରେ-ବୃଦ୍ଧାଙ୍କ-କମାଲ,-ହାଇୱେରେ-ଦବଙ୍ଗ-ଦାଦି-ଉଡାଉଛନ୍ତି-କାର

ମୁମ୍ବାଇ ୦୫।୦୪; ଜମ୍ମୁ କାଶ୍ମୀରର କଠୁଆରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେଖୁବ ଭାଇରାଲ ହେଉଛି। ୭୦ବର୍ଷରୁ ଅଧିକ ବୟସ୍କା ବିଦ୍ୟା କୌର,ତାଙ୍କ କାର ଚାଳନା ଦକ୍ଷତା ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଜାତୀୟ ରାଜପଥରେ ତାଙ୍କର କାର ଚଲାଇବାର ଏକ ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି। ସାଧାରଣତଃ ବିଶ୍ୱାସ କରାଯାଏ ଯେ ବୟସ ବଢ଼ିବା ସହିତ ଶାରୀରିକ କ୍ଷମତା ହ୍ରାସ ପାଇବା ଆରମ୍ଭ କରେ। ଯାହା ଫଳରେ ଦୈନନ୍ଦିନ କାର୍ଯ୍ୟ ଗୁଡ଼ିକ ମଧ୍ୟ କଷ୍ଟକର ହୋଇପଡ଼େ। ବିଦ୍ୟା କୌର ଏହି ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ଏହି ବୟସରେ ତାଙ୍କ ଆତ୍ମବିଶ୍ୱାସ ଏବଂ ଶକ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଭାଇରାଲ ଭିଡିଓରେ ସେ ସହଜରେ ଏବଂ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସହିତ ତାଙ୍କର ମାରୁତି ଅଲ୍ଟୋ ଚଳାଉଥିବାର ଦେଖାଯାଉଛି। ଏତିକି ନୁହେଁ ତାଙ୍କ ମୁହଁରେ ଭୟ କିମ୍ବା ସଂକୋଚ ଦେଖିବାକୁ ମିଳୁନାହିଁ ସେ ସହଜରେ ଷ୍ଟିଅରିଂକୁ ବୁଲାଉଥିବାର ନଜର ଆସିଛନ୍ତି। ସେ ଜାତୀୟ ରାଜପଥରେ ପ୍ରାୟ୫୦-୬୦କିଲୋମିଟର ପ୍ରତି ଘଣ୍ଟା ବେଗରେ କାର ଚଳାଉଛନ୍ତି ।

ବିଦ୍ୟା କୌର କହିଛନ୍ତି ଏକ ସକାରାତ୍ମକ ମାନସିକତା ଏବଂ ଏକ ଖୁସି ମନୋଭାବ ହେଉଛି ଭଲ ସ୍ୱାସ୍ଥ୍ୟର ରହସ୍ୟ। “ମୁଁ ଖୁସି ରହେ,ଏବଂ ସେଥିପାଇଁ ମୁଁ ସୁସ୍ଥ ରହେ।” ମୋର ତିନୋଟି ଝିଅ ଅଛି,ଏବଂ ତିନିଜଣ ବିବାହିତ। ମୋ ଝିଅମାନେ ପ୍ରାୟତଃ କୁହନ୍ତି, “ମା ଯଦି ଲୋକମାନେ ତୁମର ପ୍ରତିଭା ବିଷୟରେ ଜାଣିବେ,ତେବେ ସେମାନେ ଖୁସି ହେବେ।” ମୋ ପିଲାମାନେ ଖୁସି ଅଛନ୍ତି,ଏବଂ ମୁଁ ମଧ୍ୟ ଖୁସିରେ ରହିବି। ସେହି ଖୁସି ହିଁ ମୋତେ ସୁସ୍ଥ ରଖେ। ମୁଁ୨୦୧୨ମସିହାରେ ଅବସର ନେଇଥିଲିଏହା ପରେ ମୁଁ ଗାଡ଼ି ଚଲାଇବା ଶିଖିଥିଲି। ମୁଁ ସେତେବେଳେ ଏକ ନୂଗାଡ଼ି କିଣିଥିଲି ଯେଉଁ ଗାଡ଼ିଟି ମୁଁ ଆଜି ପର୍ଯ୍ୟନ୍ତ ଚଲାଉଛି। ଯେତେବେଳେ ମୁଁ ଗାଡ଼ି ଚଲାଇବା ପାଇଁ ଯାଏ ସେତେବେଳେ ମୁଁ ଏକ ବଡ଼ ଆନନ୍ଦ ଅନୁଭବ କରେ। ମୋ ପିଲାମାନେ ପ୍ରାୟତଃ ମୋତେ କୁହନ୍ତି, “ତୁମେ ସବୁବେଳେ ଏହିପରି ଖୁସି ରହିବା ଉଚିତ୍।”

ବିଦ୍ୟା କୌର ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ସେ୨୦୧୨ମସିହାରେ ଚାକିରିରୁ ଅବସର ନେବା ପରେ ଗାଡ଼ି ଚଲାଇବାର ଦକ୍ଷତା ହାସଲ କରିଥିଲେ। ଆଜି ସେ୧୩ବର୍ଷରୁ ଅଧିକ ସମୟ ଧରି ଗାଡ଼ି ଚଲାଉଛନ୍ତି। ସେ କହିଛନ୍ତି ଯେ ପ୍ରାରମ୍ଭରେ ଏହା କେବଳ ଏକ ଆବଶ୍ୟକତା ଥିଲା,କିନ୍ତୁ ଧୀରେ ଧୀରେ ଏହା ତାଙ୍କ ଜୀବନରେ ଆନନ୍ଦର ଉତ୍ସ ପାଲଟିଛି। ସଡକ ସୁରକ୍ଷା ଉପରେ ଏକ ବାର୍ତ୍ତା ଦେବା ସମୟରେ,ବିଦ୍ୟା କୌର ଗୁରୁତ୍ୱାରୋପ କରନ୍ତି ଯେ ଗାଡ଼ି ଚଲାଇବା ସମୟରେ ସିଟ୍ ବେଲ୍ଟ ପିନ୍ଧିବା ଅତ୍ୟନ୍ତ ଜରୁରୀ। ଯେଉଁମାନେ ସିଟ୍ ବେଲ୍ଟ ପିନ୍ଧନ୍ତି ନାହିଁ,ସେମାନଙ୍କୁସେ ଆଇନ ପାଳନ କରିବାକୁ ଅନୁରୋଧ କରନ୍ତି।

ବିଦ୍ୟା କୌର କୁହନ୍ତି ଯେ ଗାଡ଼ି ଚଲାଇବା ସମୟରେ ତାଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ନାହିଁ। ତାଙ୍କର ଭିଡିଓ ଭାଇରାଲ୍ହେଲେ ଏହା ଅନ୍ୟମାନଙ୍କ ପାଇଁ ଖୁସି ଆଣେ। ଯାହାକୁ ଦେଖିଲା ପରେସେ ନିଜେ ଆହୁରି ଖୁସି ଅନୁଭବ କରନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାଏହିଭିଡିଓକୁ ଜନସାଧାରଣ ବହୁଳ ଭାବରେ ପ୍ରଶଂସା କରୁଛନ୍ତି।ୟୁଜର୍ସମାନେ ତାଙ୍କୁ ପ୍ରେରଣାର ପ୍ରକୃତ ଉତ୍ସ ଭାବରେ ପ୍ରଶଂସା କରିଛନ୍ତି। ବିଦ୍ୟା କୌରଙ୍କ କାହାଣୀ ପ୍ରମାଣ କରେ ଯେ ଜୀବନରେ କିଛି ନୂଆ ଶିଖିବା ଏବଂ ଚେଷ୍ଟା କରିବା ପାଇଁ କୌଣସି ବୟସ ନାହିଁଇଚ୍ଛା ଏବଂ ଆତ୍ମବିଶ୍ୱାସର ସଠିକ ମିଶ୍ରଣ ସହିତ,ଜଣେ ଯେକୌଣସି ବୟସରେ ନିଜ ସ୍ୱପ୍ନକୁ ସାକାର କରିପାରିବ।

Scroll to Top