ରେଡ୍ ବଲ ଷ୍ଟାର୍ ଖୋଜୁଛି ବିସିସିଆଇ: IPL 2026 ପରେ ହେବ Intra-CoE ଟୁର୍ଣ୍ଣାମେଣ୍ଟ, ବଚ୍ଛାଯିବ ପରବର୍ତ୍ତି ପିଢ଼ିର ଟ୍ୟାଷ୍ଟ କ୍ରିକେଟର

ରେଡ୍-ବଲ-ଷ୍ଟାର୍-ଖୋଜୁଛି-ବିସିସିଆଇ:-ipl-2026-ପରେ-ହେବ-intra-coe-ଟୁର୍ଣ୍ଣାମେଣ୍ଟ,-ବଚ୍ଛାଯିବ-ପରବର୍ତ୍ତି-ପିଢ଼ିର-ଟ୍ୟାଷ୍ଟ-କ୍ରିକେଟର

BCCI Intra-CoE Tournamentଛ: ଭାରତୀୟ କ୍ରିକେଟ୍ ଦଳ ପାଇଁ ପରବର୍ତ୍ତୀ ପିଢ଼ିର ଟେଷ୍ଟ ସୁପରଷ୍ଟାରମାନଙ୍କୁ ବାଛିବା ଏହି ମ୍ୟାଚ ଆୟୋଜନର ମୁଖ୍ୟ ଲକ୍ଷ୍ୟ ରଖାଯାଇଛି।

Published By: abinash – Prameya-News7 Bureau | April 05, 2026 01:19 PM

NEWS7

BCCI Intra-CoE Tournament
photo credit-crex.com

BCCI hunting India’s red-ball stars: ଭାରତୀୟ କ୍ରିକେଟ ଟିମ୍ ଦିନିକିଆ ଓ ଟି-୨୦ରେ ମଜଭୁତ ଥିବା ବେଳେ ଟେଷ୍ଟରେ ଦୁର୍ବଳ ଜଣାପଡ଼ୁଛି। ତେଣୁବିସିସିଆଇ ବର୍ତ୍ତମାନ ପରବର୍ତ୍ତି ପିଢ଼ିର ରେଡ୍ ବଲ୍ ଷ୍ଟାର୍(ଟେଷ୍ଟ ଖେଳାଳି)ସନ୍ଧାନରେ ଅଛି। ଏଥିପାଇଁ ବିସିସିଆଇ IPL 2026 ସରିବା ତୁରନ୍ତ ପରେ ଏକ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବ। ଏହାର ମୁଖ୍ୟଉଦ୍ଦେଶ୍ୟ ହେଉଛି ଭାରତର ପରିବର୍ତ୍ତିପିଢ଼ିର ରେଡ୍ ବଲ୍ ଷ୍ଟାର ଖୋଜିବା।ନିକଟରେଭାରତର ଟେଷ୍ଟ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ୨୦୨୫ରେ ଭାରତ ଦୁଇଟି ଘରୋଇ ଟୁର୍ଣ୍ଣାମେଣ୍ଟ ସହ ବିଦେଶରେ ମଧ୍ୟ ଗୋଟିଏ ଟୁର୍ଣ୍ଣାମେଣ୍ଟ ହାରିଥିଲା। ଯାହା ଭାରତୀୟ ଟିମର ଟେଷ୍ଟ ପ୍ରଦର୍ଶନ ଉପରେ ପ୍ରଶ୍ନ ଛିଡ଼ା କରିଥିଲା।

ଅଷ୍ଟ୍ରେଲିଆ ବିପକ୍ଷରେ ୨୦୨୪-୨୫ବର୍ଡର ଗାଭାସ୍କର ଟ୍ରଫିକୁ ଭାରତ ୧-୩ରେ ପରାସ୍ତ ହୋଇଥିଲା। ୧୦ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଏହି ପରାଜୟକୁ ସାମ୍ନା କରିଥିଲା ଟିମ୍ ଇଣ୍ଡିଆର ହ୍ୱାଇଟ୍ ଟିମ୍।ଲଗାତର ୩ଟି ପରାଜୟ ପରେ ଭରାତୀୟ ଟିମ୍ରେ ରେଡ୍ ବଲ ଷ୍ଟାର୍ ସଂକଟକୁ ଅନୁଭବ କରି ବିସିସିଆଇ ଏହାର ତୁରନ୍ତ ପରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଘୋଷଣା କରିଥଲା। ଯାହା ଆଇପିଏଲ୍ ୨୦୨୬ ସଂସ୍କରଣ ସରିବାର ତୁରନ୍ତ ପରେ ଆୟୋଜନ କରାଯିବ।

ଭାରତର ଫୋକସରେ ରେଡ୍ ବଲ ଡେଭଲପମେଣ୍ଟ
IPL2026 ସରିବାର ତୁରନ୍ତ ପରେ ଜୁନ-ଜୁଲାଇ ବେଳକୁ ବିସିସିଆଇ ଏକ ଇଣ୍ଟ୍ରା କୋ (Intra-CoE (Centre of Excellence)) ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ। ଏଥିରେ ଚାରି ଦିନିଆ ରେଡ୍ ବଲ୍ ଗେମ୍ର ଏକ ସିରିଜ୍ ଖେଳାଯିବ। ଭାରତୀୟ କ୍ରିକେଟ୍ ଦଳ ପାଇଁ ପରବର୍ତ୍ତୀ ପିଢ଼ିର ଟେଷ୍ଟ ସୁପରଷ୍ଟାରମାନଙ୍କୁ ଏହି ମ୍ୟାଚଆୟୋଜନର ମୁଖ୍ୟ ଲକ୍ଷ୍ୟ ରଖାଯାଇଛି।

ପିଟିଆଇର ରିପୋର୍ଟ ଅନୁଯାୟୀ,ଏହି Intra-CoE ଟୁର୍ଣ୍ଣାମେଣ୍ଟରେ ଦେଶର ୬୪ ଜଣ ଶ୍ରେଷ୍ଠ ଯୁବ କ୍ରିକେଟର ଅଂଶଗ୍ରହଣ କରିବେ।ଯେଉଁଥିରେ ଭାରତର ଅଣ୍ଡର-୧୯ ବିଶ୍ୱକପ୍ ବିଜେତା ଏବଂ ଆଇପିଏଲ ଷ୍ଟାର୍ବୈଭବ ସୂର୍ଯ୍ୟବଂଶୀ ଏବଂ ଆୟୁଷ ମହାତ୍ରେ ମଧ୍ୟ ସାମିଲ ଅଛନ୍ତି। ଏହି ରେଡ୍ ବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସମସ୍ତ ୬୪ ଖେଳାଳିଙ୍କ ବୟସ ୨୫ ବର୍ଷରୁ କମ୍ ବୟସ ହେବା ଜରୁରୀ।

ତେବେ ଟିମ ଇଣ୍ଡିଆ ପାଇଁ ପରବର୍ତ୍ତି ପିଢ଼ିର ଷ୍ଟାର୍ କ୍ରିକେଟର ବାଛିବାର ମୁଖ୍ୟ ଦାୟିତ୍ୱ ରହିବ ବିସିସିଆଇ ସିଇଓ କ୍ରିକେଟ୍ ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କ କାନ୍ଧରେ। ତେବେ ସିଇଓ ସହିତ ଜଡ଼ିତ ଅନ୍ୟ କୋଚ ଓ ଜାତୀୟ ଟିମ୍ ଚୟନ କର୍ତ୍ତମାନେ ମଧ୍ୟ ଖେଳାଳି ଚୟନ କରିବାରେ ସହଯୋଗ କରିବେ ବୋଲି ସୂଚନା ମିଳିଛି।

Scroll to Top