ଚାନ୍ଦବାଲିରେ କାଳବୈଶାଖୀ ତାଣ୍ଡବ, ବର୍ଷା- ପବନରେ ଉପୁଡ଼ିଲା ଗଛ
Published By: Chikun – Prameya-News7 Bureau | April 04, 2026 10:09 PM
NEWS7
ଚାନ୍ଦବାଲି: କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି। ପ୍ରବଳ ବର୍ଷା ସହ ରାସ୍ତା ଉପରେ ଉପୁଡ଼ି ପଡ଼ିଲା ଗଛ। ଶନିବାର ସନ୍ଧ୍ୟାରେ ଚାନ୍ଦବାଲି ବ୍ଲକ ଖଟୁଆପଟଣା ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ। କାଳବୈଶାଖୀ ଯୋଗୁ ସ୍ଥାନୀୟ ବାସନ୍ତି ପଡ଼ିଆରେ ଆୟୋଜିତ କୋଣାର୍କ ଗଣନାଟ୍ୟର ବ୍ୟାପକ କ୍ଷୟକ୍ଷତି ହୋଇଛି।କାଳବୈଶାଖୀ ଯୋଗୁ ଯାତ୍ରା ପାର୍ଟୀର ଟେଣ୍ଟ ଭାଙ୍ଗିବା ସହ ପାଲ ଓ ବାଉଁଶ ଭାଙ୍ଗିଯାଇଛି।
ସେହିଭଳି ଯାଜ୍ଞସେନୀ ଗଣନାଟ୍ୟର ଅମରଜିତ ରାଜ ସନ୍ଧ୍ୟାରେ ଫୋନରେ କଥା ହେଉଥିବା ବେଳେ ବିଜୁଳି ଓ ବଜ୍ରପାତ ଯୋଗୁ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଚାନ୍ଦବାଲି ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ। ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜ କନିକା ଥାନା ଗୁଆଁଳି ଗାଁରେ ଯାତ୍ରା ହେଉ ଥିବା ରାସ୍ତାରେ ଫୋନରେ କଥା ହେଉଥିଲେ। ସେହି ସମୟରେ ବଜ୍ରପାତ ହୋଇଥିଲା।
Also Read: ରାସ୍ତା କଡ଼କୁ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର




