Bansadhara News: ସରକାର ଯେତେ ଭଲ କଲେବି ସେମାନେ ସନ୍ତୁଷ୍ଟ ହେବେନି, ବର୍ଷିଲେ ମନ୍ତ୍ରୀ…

bansadhara-news:-ସରକାର-ଯେତେ-ଭଲ-କଲେବି-ସେମାନେ-ସନ୍ତୁଷ୍ଟ-ହେବେନି,-ବର୍ଷିଲେ-ମନ୍ତ୍ରୀ…

ଭୁବନେଶ୍ୱର: ବଂଶଧାରା ନଦୀ ଜଳ ବଣ୍ଟନ ନେଇ ବହୁବର୍ଷ ଧରି ଚାଲିଥିବା ବିବାଦ ନୂଆ ମୋଡ଼ ନେଇଛି । ଆନ୍ଧ୍ରର ଦାବିକୁ ସ୍ବୀକାର କରି ଗେଜେଟ ନୋଟିଫିକେଶନ ପ୍ରକାଶ ପାଇଲା । ଟ୍ରିବ୍ୟୁନାଲ୍ର ରାୟ ଓଡ଼ିଶାକୁ ଝଟ ହୋଇଥିବା ବେଳେ ଆନ୍ଧ୍ର ଲାଗି ଲାଭଦାୟକ ହୋଇଛି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

Also Readବଂଶଧାରା ବିବାଦରେ ଓଡ଼ିଶାକୁ ଝଟ୍‌କା, ଆନ୍ଧ୍ରରେ ନେରେଡି ବ୍ୟାରେଜ୍‌ ନିର୍ମାଣ ପାଇଁ ଫିଟିଲା ବାଟ

ସେ କହିଛନ୍ତି ବିରୋଧିଙ୍କ ଧର୍ମ ହେଲା କେବଳ ବିରୋଧ କରିବା । ସରକାର ଯେତେ ଭଲ କଲେବି ସେମlନେ ବିରୋଧ କରିବେ । ପୂର୍ଵ ସରକାରଙ୍କ ପାଖରେ ବହୁତ ଅବସର ଥିଲା କିଛି କରିବା ପାଇଁ ହେଲେ କିଛି କଲେ ନାହିଁ । କମ୍ ଦିନର ସରକାର ସବୁ ଦିଗକୁ ନଜର ଦେଉଛନ୍ତି ଓ ସଚେତନ ଅଛନ୍ତି । ମୋହନ ମାଝିଙ୍କ ସରକାର ବିଶେଷ କରି ଆଗାମୀ ଦିନରେ କିପରି ସମାଧାନ କରାଯାଇ ପାରିବ ସବୁ ପଦକ୍ଷେପ ନେଇ କାମ କରୁଛନ୍ତି । ୟେ ସରକାରରେ ସବୁ ସମ୍ଭବ । କାରଣ ଆମେ ସବୁବେଳେ ଚାଷୀଙ୍କ ସହିତ ରହିଛୁ । ଚାଷୀଙ୍କ କଥା ଦେଖିବୁ କହିବୁ ଆଲୋଚନା କରିବୁ । ସେଥିରେ କୌଣସି ପ୍ରକାର ସନ୍ଦେହ ନାହିଁ । ଚାଷୀଙ୍କ ବିକାଶ ପାଇଁ ଆମ ସରକାର ଚିନ୍ତା କରୁଛନ୍ତି ତାଙ୍କ ହିତ କଣ ହେବ ଆମେ କାର୍ଯ୍ୟ କରିବୁ । 

କଣ ଥିଲା ରାୟ?

କହିବାକୁ ଗଲେ ରାୟ ଅନୁଯାୟୀ, ଆନ୍ଧ୍ରକୁ ବ୍ୟାରେଜ୍ ନିର୍ମାଣ ପାଇଁ ସ୍ୱତନ୍ତ୍ର ଅନୁମତି ମିଳିଛି। ଏପରିକି ଡାହାଣ ଡାଇକ୍ରେ ୮୦୦ କ୍ୟୁସେକ୍ କ୍ଷମତା ବିଶିଷ୍ଟ ସ୍ଲୁଇସ୍ ଗେଟ୍ ନିର୍ମାଣ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି । ତେବେ ଟ୍ରିବ୍ୟୁନାଲ୍‌ଙ୍କ ଏହି ନିଷ୍ପତ୍ତି ଓଡ଼ିଶାର ରାୟଗଡ଼ା ଜିଲ୍ଲା ଚାଷୀଙ୍କ ମଧ୍ୟରେ ଛନକା ପସାଇ ଦେଇଛି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ ଏହି ରାୟକୁ ଐତିହାସିକ ଦର୍ଶାଇ କହିଛନ୍ତି ଯେ, ଏହା ଶ୍ରୀକାକୁଲମ୍ ଜିଲ୍ଲାର କୃଷି ସମ୍ପ୍ରଦାୟ ପାଇଁ ନୂତନ ଆଶା ସଞ୍ଚାର କରିବ ।

​​​​​​​କିଏ କରିବ କ୍ଷତିପୂରଣ? 

ରାୟ ଅନୁଯାୟୀ, ଗୋଟ୍ଟା ବ୍ୟାରେଜ୍ରେ ଉପଲବ୍ଧ ୧୧୫ ଟିଏମ୍ସି ଜଳରୁ ଅଧା ଅର୍ଥାତ୍ ୫୦ ପ୍ରତିଶତ ଆନ୍ଧ୍ରପ୍ରଦେଶକୁ ଯିବ । ବର୍ଷର ଅବଶିଷ୍ଟ ୬ ମାସରେ ମଧ୍ୟ ନଦୀର ଜଳପ୍ରବାହକୁ ଉଭୟ ରାଜ୍ୟ ସମାନ ଅନୁପାତରେ ବାଣ୍ଟିବେ। ପ୍ରକଳ୍ପ ପାଇଁ ଆବଶ୍ୟକ ୧୦୬ ଏକର ଜମି ଓଡ଼ିଶାକୁ ଏକ ବର୍ଷ ମଧ୍ୟରେ ଆନ୍ଧ୍ରକୁ ହସ୍ତାନ୍ତର କରିବାକୁ ପଡ଼ିବ, ଯାହାର କ୍ଷତିପୂରଣ ଆନ୍ଧ୍ର ସରକାର ବହନ କରିବେ। ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପାର୍ଶ୍ୱ କେନାଲ୍ ଦେଇ ୮ ଟିଏମ୍ସି ଜଳ ବ୍ୟବହାର କରାଯିବ । ୨୦୦୬ରୁ ଆରମ୍ଭ ହୋଇଥିବା ଏହି ଲଢ଼େଇ ଏବେ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ଓଡ଼ିଶାର କୃଷି ଓ ଜଳ ସମ୍ପଦ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବାର ଆଶଙ୍କା ।

Scroll to Top