ଅବକାରୀ ଗୁଇନ୍ଦା ବିଭାଗରେ ଟଙ୍କା ହେରଫେର : ୨ ଅଭିଯୁକ୍ତ ଗିରଫ, ଆକାଉଣ୍ଟ ଫ୍ରିଜ୍
ଅବକାରୀ ବିଭାଗରେ ଆର୍ଥିକ ଠକେଇ ଅଭିଯୋଗରେ ୨ ଗିରଫ । ୩.୭୬ କୋଟି ଟଙ୍କାର ଠକେଇ ନେଇ ଅଇଁଠାପଲି ଥାନାରେ ଅଭିଯୋଗ । ୨୩ ଲକ୍ଷ ନଗଦ ଟଙ୍କା ଜବତ । ବିଭିନ୍ନ ବ୍ୟାଙ୍କ୍ରେ ଥିବା ଆକାଉଣ୍ଟ ଫ୍ରିଜ୍ ।
Published By: Ruby – Prameya-News7 Bureau | April 03, 2026 01:07 PM
NEWS7
ସମ୍ବଲପୁର ୩।୪: ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗରେ ସରକାରୀ ଟଙ୍କା ହେରଫେର ଘଟଣାରେ ୨ ଗିରଫ । ସମ୍ବଲପୁର ଅଇଁଠାପାଲି ପୋଲିସ ୨ ଜଣଙ୍କୁ ଗିରଫ କରିଥିବା SP ମୁକେଶ ଭାମୁ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ସେହି କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସନ୍ଦୀପ ପଟ୍ଟନାୟକ ଓ ଶରତ ଚନ୍ଦ୍ର ବେହେରା ।
Also Read:- Elephant On Road: ବୀର ଦର୍ପରେ ରାଜରାସ୍ତାରେ ଚାଲିଛି ଦନ୍ତା ; ଆଗରେ ବନ ବିଭାଗ, ପଛରେ ପଥଚାରୀ
ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର କାର୍ଯ୍ୟାଳୟର ଆକାଉଣ୍ଟରୁ ୩.୭୬ କୋଟି ଟଙ୍କା ଅବସରପ୍ରାପ୍ତ କର୍ମଚାରୀ ଅଚ୍ୟୁତ ଦେହୁରୀଙ୍କୁ ପେନସନ ଓ ଏରିଆର ବାବଦରେ ଦେଇଥିଲେ । ହେଲେ ସେତିକି ପ୍ରାପ୍ୟ ନଥିଲା । ଯାହାକୁ ନେଇ ଖୋଳତାଡ଼ କରିବା ପରେ ୨ ଜଣ କର୍ମଚାରୀ ହି ହେରଫେର କରି ଦେଇଥିବା ଜଣାପଡିବା ପରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ଅଭିଯୁକ୍ତଙ୍କ ଠାରୁ ୨୩ ଲକ୍ଷ ଟଙ୍କା ଜବତ କରିଛି । ଏହାସହ ଟଙ୍କା ନେଇଥିବା ଅଚ୍ୟୁତ ଦେହୁରୀଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି ।




