Published By: Ruby – Prameya-News7 Bureau | April 03, 2026 10:46 AM
NEWS7
ଭୁବନେଶ୍ବର ୩।୪: ନକଲି CID ଅଧିକାରୀଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ପୋଲିସ । ସିଆଇଡି ପରିଚୟ ଦେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ । ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ କଲା ପୋଲିସ
ନିଜକୁ CID ଅଧିକାରୀ କହି ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପ୍ରବେଶ କରୁଥିଲେ l ଶିକ୍ଷା ଅନୁଷ୍ଠାନରେ ପ୍ରବଳ ଅନିୟମିତତା ଦର୍ଶାଇ ଅର୍ଥ ଆଦାୟ କରୁଥିଲେ l କେବଳ ଶିକ୍ଷା ଅନୁଷ୍ଠାନ ନୁହଁ ବଡବଡ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ଏମାନେ ନିଜକୁ CID କହି ଯାଞ୍ଚ ଆଳରେ ମାଲିକଙ୍କ ଠାରୁ ଟଙ୍କା ଲୁଟୁଥିଲେ । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏକ ଘରୋଇ ଶିକ୍ଷା ଅନୁଷ୍ଠାନ ବାହାରେ ନାଲି ପତକା ମାରି ଟଙ୍କା ମାଗୁଥିବା ସମୟରେ ପୋଲିସ ପହଞ୍ଚିଥିଲା । ନିଜକୁ CID ପରିଚୟ ଦେଉଥିବା ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦ୍ରଶେଖରପୁର ପୋଲିସ ।
Also Read:- Marijuana Smuggling: ଦାମୀ କାର୍ ଧରି ହେଉଥିଲେ ସଜବାଜ ; ଗୋଡ଼ାଇଲା ପୋଲିସ, ମାରିଲେ ଛୁ




