ବାରୁଣୀ ଶିବମନ୍ଦିର ପରିସରରେ ପ୍ରେମୀଯୁଗଳଙ୍କ ଅସଂଯତ ମୁଦ୍ରା, ରାତିରେ ନିଶାଖୋରଙ୍କ ରାଜୁତି

ବାରୁଣୀ-ଶିବମନ୍ଦିର-ପରିସରରେ-ପ୍ରେମୀଯୁଗଳଙ୍କ-ଅସଂଯତ-ମୁଦ୍ରା,-ରାତିରେ-ନିଶାଖୋରଙ୍କ-ରାଜୁତି

ବାରିପଦା,୦୩/୦୪: ଐତିହ୍ୟସମ୍ପନ୍ନ ବାରୁଣୀ ଶିବ ମନ୍ଦିର। ବାରିପଦା ସହରର ଐତିହାସିକ କଳାସ୍ଥାପତ୍ୟ, ଆଧ୍ୟାତ୍ମିକ ମହିମା ଓ ପ୍ରାକୃତିକ ପରିବେଶର ଅନନ୍ୟ ପ୍ରତୀକ ଏ ଦେବାଳୟ। ଓଡ଼ିଶାର ଏହାର ସୁନାମ ଥିବାବେଳେ ଏବେ ଏହାର ଆଧ୍ୟାତ୍ମିକ ପରିବେଶ ସଂପୂର୍ଣ୍ଣ ନଷ୍ଟ ହେବାରେ ଲାଗିଛି। ମନ୍ଦିରକୁ ଲାଗି ପୁଟିଂ ହୋଇ ଖାଲିପଡିଥିବା ପଡିଆ ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି।

ଦିନରାତି ଏଠାରେ ମଦର ଆସର ସହ ନିଶାଖୋର ମାନଙ୍କ ଆଡ୍ଡା ଜମୁଛି । ନିର୍ଭୟରେ ଏଠାରେ ଗଞ୍ଜେଇ କାରବାର ହେଉଥିବା ନେଇ ସୂଚନା ମିଳିଛି। ମନ୍ଦିରର ପଛପାଖରେ ପ୍ରେମୀଯୁଗଳଙ୍କ ଭିଡ ଲାଗି ରହୁଛି । ସ୍ପଷ୍ଟ ଦିବାଲୋକରେ କିଛି କାହାକୁ ଭ୍ରୁକ୍ଷେପ ନ କରି ପାଚେରି କଡକୁ ଲାଗି ପ୍ରେମୀଯୁଗଳ ଅସଂଯତ ଅବସ୍ଥାରେ ଥିବା ଦେଖିବାକୁ ମିଳୁଛି।

also read- ଖଣି ଅଞ୍ଚଳ ମୁହାଁ ଗଜରାଜ, ସିସିଟିଭିରେ ଭିଡିଓ ରେକର୍ଡ, ସ୍ଥାନୀୟ ଲୋକେ ଆତଙ୍କିତ

ମନ୍ଦିର ପରିସରରେ ଏଭଳି ଦୃଶ୍ୟକୁ ବୁଦ୍ଧିଜୀବୀ ମହଲ ଓ ସ୍ଥାନୀୟ ଲୋକ ନାପସନ୍ଦ କରିଛନ୍ତି। ଏପରିକି କଲେଜ ପଢୁଆ ଯୁବକଯୁବତୀମାନେ ଏଠି ଖୋଲାଖୋଲି ସିଗାରେଟ ଓ ଚରସ ସେବନ କରୁଥିବା ଦେଖିବାକୁ ମିଳୁଛି। ସମସ୍ତଙ୍କ ଆଖିଆଗରେ ଏଭଳି ଅସାମାଜିକ କାର୍ଯ୍ୟ କଳାପ ଚାଲିଥିଲେ ସୁଦ୍ଧା ଏ ନେଇ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନି ।

Scroll to Top