ବଦଳୁଛି ପାଣିପାଗ, ଡରାଇଲାଣି ଖରା ! ଏଥର ନୁହେଁ, ଏଣିକି ପ୍ରତି ବର୍ଷ ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ

ବଦଳୁଛି-ପାଣିପାଗ,-ଡରାଇଲାଣି-ଖରା-!-ଏଥର-ନୁହେଁ,-ଏଣିକି-ପ୍ରତି-ବର୍ଷ-ଏପ୍ରିଲ୍-୨ରୁ-ସକାଳୁଆ-ସ୍କୁଲ

ବଦଳୁଛି ପାଣିପାଗ, ଡରାଇଲାଣି ଖରା ! ଏଥର ନୁହେଁ, ଏଣିକି ପ୍ରତି ବର୍ଷ ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ

ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଘରୋଇ ସ୍କୁଲ ପାଇଁ ଏହି ନିର୍ଦ୍ଦେଶ ଲାଗୁ କରାଯାଇଛି।

Published By: Chandan – Prameya-News7 Bureau | April 03, 2026 07:13 AM

NEWS7

Morning Schools

ଭୁବନେଶ୍ୱର: ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ସ୍କୁଲ ସମୟରେ କରାଯାଇଛି ପରିବର୍ତ୍ତନ । ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ସକାଳୁଆ ପାଠପଢ଼ା ହେବ। ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଘରୋଇ ସ୍କୁଲ ପାଇଁ ଏହି ନିର୍ଦ୍ଦେଶ ଲାଗୁ କରାଯାଇଛି।

also read- ଆଗକୁ ପଞ୍ଚାୟତ ନିର୍ବାଚନ, ସମବାୟ ଦଖଲ ଅଭିଯାନକୁ ଜୋରଦାର କଲା ବିଜେପି

କେବଳ ଏବର୍ଷ ନୁହେଁ, ଏଣିକି ଏଣିକି ପ୍ରତି ବର୍ଷ ଏପ୍ରିଲ୍ ୨ ତାରିଖରୁ ସକାଳୁଆ ପାଠପଢ଼ା ହେବ ବୋଲି କୁହାଯାଇଛି। ଗ୍ରୀଷ୍ମ ଛୁଟି ଯାଏ ସକାଳୁଆ ସ୍କୁଲ ହେବ। ଏ ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ବିଭାଗର ଚିଠି ଅନୁଯାୟୀ, ଏପ୍ରିଲ୍ ୨ ତାରିଖରୁ ଗ୍ରୀଷ୍ମ ଗ୍ରୀଷ୍ମ ଛୁଟି ଯିଏ ସକାଳୁଆ ସ୍କୁଲରେ ପାଠପ ପଢ଼ା ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରଖି ପିଲାଙ୍କୁ ଅତିରିକ୍ତ ସୁରକ୍ଷା ଯୋଗାଇ ଦେବାକୁ କୁହାଯାଇଛି।

Scroll to Top