Bollywood’s biggest flop: ଚିନ୍ତାରେ ପକାଇଥିଲା ଏମିତି ରେକର୍ଡ , ୪୫ କୋଟିର ବଜେଟ୍, ରୋଜଗାର କେବଳ ୬୦ ହଜାର…

bollywood’s-biggest-flop:-ଚିନ୍ତାରେ-ପକାଇଥିଲା-ଏମିତି-ରେକର୍ଡ-,-୪୫-କୋଟିର-ବଜେଟ୍,-ରୋଜଗାର-କେବଳ-୬୦-ହଜାର…

ମୁମ୍ବାଇ : ବଲିଉଡରେ ବେଳେବେଳେ ଏମିତି ଫିଲ୍ମ ତିଆରି ହୁଏ, ଯାହା ଦର୍ଶକଙ୍କ ହୃଦୟକୁ ଛୁଇଁପାରେନି। ବରଂ ପୂରା ଇଣ୍ଡଷ୍ଟ୍ରିକୁ ଭାବିବାକୁ ବାଧ୍ୟ କରିଦିଏ ଯେ ଏମିତି କାହିଁକି ଓ କଣ ପାଇଁ । ଅମିତାଭ ବଚ୍ଚନ ଏବଂ ସଲମାନ ଖାନଙ୍କ ଫିଲ୍ମ ବି ଏପରି ଏକ ପରିସ୍ଥିତିର ସାମ୍ନା କରିଛି। ତଥାପି, ଗୋଟିଏ ଚଳଚ୍ଚିତ୍ର ଏମିତି ଅଛି ଯାହାର ପରିଣାମ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଏହି ଫିଲ୍ମଟି ୪୫ କୋଟି ବଜେଟରେ ନିର୍ମିତ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ଏହା ୧ଲକ୍ଷରୁ କମ୍ ଆୟ କରିଥିଲା।

ଫିଲ୍ମଟିର ନାଁ ‘ଦି ଲେଡି କିଲର୍’। ଉଚ୍ଚ ଆଶା ସତ୍ତ୍ୱେ, ଏହା ମୁକ୍ତିଲାଭ କରିବା ସମୟରେ ଖରାପ ପ୍ରଦର୍ଶନ କରିଥିଲା। ମୁଖ୍ୟ ଅଭିନେତା ଜଣେ ଜଣାଶୁଣା ପ୍ରଯୋଜକଙ୍କ ପୁଅ, କିନ୍ତୁ ଦୁର୍ବଳ କାହାଣୀ ଦର୍ଶକଙ୍କୁ ଆକର୍ଷିତ କରିପାରି ନଥିଲା। ପ୍ରଯୋଜକ ବୋନି କପୁରଙ୍କ ପୁଅ ଅର୍ଜୁନ କପୁର ଏହି ଚଳଚ୍ଚିତ୍ରରେ ଭୂମି ପେଡନେକରଙ୍କ ସହ ଅଭିନୟ କରିଛନ୍ତି, ଯାହା ୨୦୨୩ ମସିହାରେ ମୁକ୍ତିଲାଭ କରିଥିଲା। ୪୫ କୋଟିର ଏକ ବିପୁଳ ବଜେଟ୍ ରେ ନିର୍ମିତ ଏହି ଫିଲ୍ମଟି ମାତ୍ର ୬୦,୦୦୦ ରୋଜଗାର କରିପାରିଥିଲା। ଏହା କେବଳ ଭାରତୀୟ ସିନେମା ଇତିହାସର ସବୁଠାରୁ ବଡ଼ ଫ୍ଲପ୍ ମଧ୍ୟରୁ ଗୋଟିଏ।

‘ଦି ଲେଡି କିଲର୍’ ର କାହାଣୀ କ’ଣ?

‘ଦି ଲେଡି କିଲର୍’ ଅର୍ଜୁନ କପୁରଙ୍କର। ଯିଏ ଭୂମି ପେଡନେକରଙ୍କ ପ୍ରେମରେ ପଡ଼ିଯାଆନ୍ତି। ଆରମ୍ଭରେ ଦୁହିଁଙ୍କ ପ୍ରେମ ବେଶ୍ ଆକର୍ଷିତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହା ହିଂସା, ପ୍ରତାରଣା ଏବଂ ହତ୍ୟାର ଏକ ଷଡ଼ଯନ୍ତ୍ରରେ ବଦଳିଗଲା। ନିର୍ଦ୍ଦେଶକ ଅଜୟ ବହଲ ଏହି ଫିଲ୍ମକୁ ଏକ ସସପେନ୍ସ ଥ୍ରୀଲର୍ ଭାବରେ ଉପସ୍ଥାପନ କରିଥିଲେ। ତଥାପି, ଦୁର୍ବଳ ସ୍କ୍ରିପ୍ଟ , ଏଡିଟିଂ କାହାଣୀକୁ ବାଟବଣା କରିଥିଲା। IMDBରେ, ଫିଲ୍ମଟିକୁ ୧୦ ରୁ ୧.୯ ରେଟିଂ ମିଳିଛି। ଦି ଲେଡି କିଲରର ସୁଟିଂ ଏପ୍ରିଲ୍ ୨୦୨୨ ରେ ଆରମ୍ଭ ହୋଇଥିଲା। କିନ୍ତୁ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫିଲ୍ମ ତିଆରି ବିଳମ୍ବ ହୋଇଥିଲା। ଶେଷରେ ବଜେଟ୍ ୪୫ କୋଟିକୁ ବୃଦ୍ଧି ପାଇଲା। ଯେଉଁଥିରେ ପ୍ରଡକ୍ସନ ଏବଂ ଆଡଭର୍ଟାଇଜିଂ ଖର୍ଚ୍ଚ ଅନ୍ତର୍ଭୁକ୍ତ।

ଫ୍ଲପ୍ ହେବାର କାରଣ?

ଫିଲ୍ମର ରିଲିଜ୍ ହେବାର ମାତ୍ର ପାଞ୍ଚ ଦିନ ପୂର୍ବରୁ ରିଲିଜ ହୋଇଥିଲା ଟ୍ରେଲର। ତା ଛଡ଼ା ଫିଲ୍ମ କୁ ନେଇ କୌଣସି ପ୍ରମୋସନ୍ ହୋଇ ନଥିଲା। ଅର୍ଜୁନ ଏବଂ ଭୂମି ବି କୌଣସି ପ୍ରମୋସନାଲ୍ ଇଭେଣ୍ଟରେ ଅଂଶଗ୍ରହଣ କରିନଥିଲେ। ଫଳାଫଳ କ’ଣ ହେଲା? ସାରା ଭାରତରେ, ଫିଲ୍ମଟି ମାତ୍ର ୧୨ଟି ଥିଏଟରରେ ପ୍ରଦର୍ଶିତ ହୋଇଥିଲା ଏବଂ ଏହାର ପ୍ରଥମ ଦିନରେ ମାତ୍ର ୨୯୩ଟି ଟିକେଟ ବିକ୍ରି ହୋଇଥିଲା। ଯାହା ୩୮,୦୦୦ ଟଙ୍କା ଆୟ କରିଥିଲା। ସପ୍ତାହାନ୍ତ ସୁଦ୍ଧା, ଏହାର ଆୟ ୬୦,୦୦୦ ଟଙ୍କାରେ ସ୍ଥଗିତ ରହିଥିଲା। ଫିଲ୍ମଟି ମୂଳତଃ OTT ପ୍ଲାଟଫର୍ମ Netflix ରେ ମୁକ୍ତିଲାଭ କରିବାକୁ ସ୍ଥିର କରାଯାଇଥିଲା, କିନ୍ତୁ ଚୁକ୍ତି ବିଫଳ ହୋଇଥିଲା। ଶେଷରେ, ସେପ୍ଟେମ୍ବର ୨୦୨୪ ରେ, T-Series ଏହାକୁ YouTube ରେ ମାଗଣାରେ ମୁକ୍ତିଲାଭ କରିଥିଲା।

Also Read- ହନି ସିଂହ ଏବଂ ବାଦଶାହଙ୍କୁ ଝଟ୍‌କା, ଦୁଇ ଦଶନ୍ଧି ପୁରୁଣା ଗୀତ ଉପରେ ବ୍ୟାନ୍ ଲଗାଇଲେ କୋର୍ଟ

ଏହି ଫିଲ୍ମ ବଲିଉଡ୍ ପାଇଁ ଏକ ଶିକ୍ଷା ଯେ, କେବଳ ବଡ଼ ତାରକା ଏବଂ ମୋଟା ଅଙ୍କର ବଜେଟ୍ ଫିଲ୍ମ ହିଟ୍ ପାଇଁ ଯଥେଷ୍ଟ ନୁହେଁ। ଏଥିପାଇଁ ଦରକାର ଜବରଦସ୍ତ ସ୍କ୍ରିପ୍ଟ ଓ ପ୍ରମୋଶନ।

Scroll to Top