Court Bomb: ବିପଦରେ କୋର୍ଟ ସୁରକ୍ଷା, ମେଲ୍‌ରେ ଆସିଲା ଧମକ

court-bomb:-ବିପଦରେ-କୋର୍ଟ-ସୁରକ୍ଷା,-ମେଲ୍‌ରେ-ଆସିଲା-ଧମକ

ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ । କିଛି ଦିନ ବ୍ୟବଧାନ ପରେ ପୁଣି ମେଲ ଯୋଗେ ବୋମା ଧମକ ମିଳିଛି । ୧୩ ଟି ବୋମା ଥିବା ମେଲରେ ଉଲ୍ଲେଖ ରହିଛି .

Published By: Prativa – Prameya-News7 Bureau | April 02, 2026 04:28 PM

NEWS7

court threaten

ସମ୍ୱଲପୁର: ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ । କିଛି ଦିନ ବ୍ୟବଧାନ ପରେ ପୁଣି ମେଲ ଯୋଗେ ବୋମା ଧମକ ମିଳିଛି । ୧୩ ଟି ବୋମା ଥିବା ମେଲରେ ଉଲ୍ଲେଖ ରହିଛି . ତେବେ ଖବର ସାମ୍ନାକୁ ଆସିବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଡଗ ସ୍କ୍ୱାଡ଼ ଓ ବମ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୂର୍ବରୁ ମଧ୍ୟ ୨ଥର ବୋମା ଧମକ ମିଳିସାରିଛି । ହେଲେ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଧରା ପଡ଼ିନାହାନ୍ତି ।

​​​​​​​Also Read…Firearms Dealer Arrested: ସ୍ପେଶାଲ କ୍ରାଇମ୍ ୟୁନିଟ୍ ପଞ୍ଝାରେ ବନ୍ଧୁକ ବେପାରୀ, ପୂର୍ବରୁ ଝରାଫୁଲ ମାମଲାରେ ହୋଇଥିଲା ଗିରଫ

ତେବେ ବାରମ୍ବାର ବୋମା ଧମକ ପରେ ଭୟ ବଢିବା ସହ ଏହା ଅଶାନ୍ତିର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଥିବା ଓକିଲ କହିଛନ୍ତି । ଭଲ ସାଇବର expert ଙ୍କ ଦ୍ୱାରା ଏମାନଙ୍କ ପର୍ଦାଫାଶ କରିବା କଥା ବୋଲି ଓକିଲ କହିଛନ୍ତି । ସେପଟେ ତଦନ୍ତ ଚାଲିଥିବା କହିଛନ୍ତି ଅତିରିକ୍ତ SP । ପୂର୍ବ ଥର ନେଦରଲାଣ୍ଡ ଓ ଜର୍ମାନୀ ରୁ ମେଲ ଆସିଥିବା ସେ କହିଛନ୍ତି ।

Scroll to Top