ନୂଆଦିଲ୍ଲୀ ୦୨/୦୪: ଆଜି ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ରଙ୍କ ପରମ ଭକ୍ତ ହନୁମାନ ଜୟନ୍ତୀ । ହିନ୍ଦୁମାନଙ୍କର ଏକ ବଡ ପର୍ବ । ଭଗବାନ ହନୁମାନଙ୍କୁ ସମର୍ପିତ । ଏହି ଦିନ ହନୁମାନଙ୍କ ଜନ୍ମତିଥି ପାଳନ କରାଯାଏ । ସେ ଚୈତ୍ର ମାସର ଶୁଳ୍କ ପକ୍ଷ ପୂର୍ଣ୍ଣିମା ତିଥି(୧୫ ତାରିଖ)ରେ ଜନ୍ମଗ୍ରହଣ କରିଥିଲେ । ଏହି ଦିନଟିକୁ ସାରା ଦେଶରେ ମହାଆଡମ୍ବରରେ ପାଳନ କରାଯାଏ ।ହନୁମାନଙ୍କ ନିକଟରେ ପ୍ରାର୍ଥନା କରି ଆଶୀର୍ବାଦ ଲୋଡନ୍ତି । ଚଳିତ ବର୍ଷ ଏପ୍ରିଲ ୨, ଗୁରୁବାର ହନୁମାନ ଜୟନ୍ତୀ ଧୁମଧାମରେ ପାଳନ କରାଯାଇଛି । ବିଭିନ୍ନ ସ୍ଥାନରେ ପରମ୍ପରା ଅନୁସାରେ ହନୁମାନଙ୍କ ଜନ୍ମୋତ୍ସବକୁ ପାଳନ କରାଯାଉଛି । ସଂଟକମୋଚନଙ୍କ ଦର୍ଶନ ପାଇଁ ବିଭିନ୍ନ ମନ୍ଦିରରେ ଭିଡ ଲାଗିଛି ।
ହନୁମାନ ଜୟନ୍ତୀ ୨୦୨୬: ତାରିଖ ଓ ସମୟ
ତିଥି, ତାରିଖ ଓ ସମୟ
ପୂର୍ଣ୍ଣିମା ତିଥି ଆରମ୍ଭ : ୧ଏପ୍ରିଲ ୨୦୨୬, ସକାଳ ୦୭.୦୬
ପୂର୍ଣ୍ଣିମା ତିଥି ଶେଷ : ୨ ଏପ୍ରିଲ ୨୦୨୬,ସକାଳ ୦୭.୪୧
ଶୁଭ ମୁହୂର୍ତ୍ତ ଏପ୍ରିଲ୨, ୨୦୨୬
ସକାଳ ୦୬.୧୦ରୁ ୦୭.୪୪
ଅପରାହ୍ନ ୦୫.୦୫ରୁ ୦୮.୦୫ ସଂଧ୍ୟା
ଅଭିଜିତ ମୁହୂର୍ତ୍ତ ୨ ଏପ୍ରିଲ
ଦିନ ୧୨ଟାରୁ ୧୨ଟା ୫୦ ଯାଏ
ହନୁମାନ ଜୟନ୍ତୀର ମହତ୍ତ୍ବ
ପବିତ୍ର ହିନ୍ଦୁ ପର୍ବ, ଭଗବାନ ହନୁମାନଙ୍କ ପାଇଁ ଉତ୍ସର୍ଗୀକୃତ ଦିନଟିଏ ହନୁମାନ ଜୟନ୍ତୀ । ଏହି ଦିନଟି ଚୈତ୍ର ମାସର ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ଏହି ଦିନଟି ଭଗବାନ ହନୁମାନଙ୍କ ଜନ୍ମବାର୍ଷିକୀକୁ ମନେ ପକାଇବା ପାଇଁ ପାଳିତ ହୁଏ । ସାରା ଦେଶରେ ଭକ୍ତମାନେ ଏହି ଦିନଟିକୁ ଭକ୍ତି ଓ ଉତ୍ସାହର ସହ ପାଳନ କରିଥାନ୍ତି । ତ୍ରେତ ଯୁଗରେ ମାତା ଅଞ୍ଜନୀ ଓ ପିତା କେଶରୀଙ୍କ କୋଳରୁ ଜନ୍ମ ନେଇଥିଲେ ହନୁମାନ ।ସେହି ସମୟରେ ପ୍ରଭୁ ଶ୍ରୀରାମ ମଣିଷ ରୂପରେ ପୃଥିବୀରେ ଅବତାର ନେଇଥିଲେ । ତାଙ୍କୁ ପବନ ପୁତ୍ର ଭାବରେ ଅନେକ ଜାଣନ୍ତି । ତାଙ୍କୁ ଭଗବାନ ଶିବଙ୍କ ଅବତାର ବୋଲି ବିଶ୍ବାସ କରାଯାଏ । ସେଥିପାଇଁ ତାଙ୍କର ଅନ୍ୟ ନାମ ରୁଦ୍ର ଅବତାର । ମାତା ଅଞ୍ଜନୀ ତାଙ୍କୁ ସୁନ୍ଦର ବୋଲି ଡାକୁଥିଲେ । ସେଥିପାଇଁ ଋଷି ବାଲ୍ମିକୀ ରାମଚରିତ ମାନସରେ ଏକ ଅଂଶ ସୁନ୍ଦର କାଣ୍ଡ ନାମ ଦେଇଥିଲେ । ବାଲ୍ୟକାଳରୁ ହନୁମାନଙ୍କର ଅସାଧାରଣ ଶକ୍ତି ଏବଂ ଦିବ୍ୟ କ୍ଷମତା ଥିଲା । ଭଗବାନ ହନୁମାନଙ୍କ ବାଲ୍ୟକାଳ ସହ ଜଡିତ ଏକ ସୁନ୍ଦର କାହାଣୀଟି ହେଉଛି ସେ ସୂର୍ଯ୍ୟଙ୍କୁ ଫଳ ଭାବି ଗିଳି ଦେଇଥିଲେ ଓ ତାପରେ ପୁରା ବ୍ରହ୍ମାଣ୍ଡ ଅନ୍ଧକାରରେ ଛାଇ ଯାଇଥିଲା । ସେତେବେଳେ ଇନ୍ଦ୍ର ତାଙ୍କ ଉପରେ ବଜ୍ର ପ୍ରହାର କରିଥିଲେ ଓ ଚିବୁକକୁ ଆଘାତ କରିଥିଲେ ।
କେମିତି ପାଳନ କରାଯାଏ ହନୁମାନଙ୍କ ଜନ୍ମୋତ୍ସବ ?
-ଦେଶବ୍ୟାପୀ ହନୁମାନ ଜୟନ୍ତୀକୁ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯାଏ ।
-ଏହି ପବିତ୍ର ଦିନରେ ଭକ୍ତମାନେ ପ୍ରଭୁଙ୍କ ସାନିଧ୍ୟ ପାଇବାକୁ ବିଭିନ୍ନ ଆଧ୍ୟାତ୍ମିକ ଓ ଧାର୍ମିକ କାର୍ଯ୍ୟରେ ନିୟୋଜିତ ହୁଅନ୍ତି ।
– ଭକ୍ତମାନେ ସକାଳେ ଶୀଘ୍ର ଉଠି ପବିତ୍ର ସ୍ନାନ କରନ୍ତି ।
-କାଠ ପଟାରେ ହନୁମାନଙ୍କ ମୂର୍ତ୍ତି ରଖି ପୂଜା କରନ୍ତି ।
-ଦେଶୀ ଘିଅ କିମ୍ବା ତିଳ ତେଲ ବ୍ୟବହାର କରି ଦୀପ ଜଳାହୁଏ ।
-ମୂର୍ତ୍ତିକୁ ଫୁଲ କିମ୍ବା ମାଳାରେ ସଜ୍ଜିତ କରାଯାଏ।
-ଘରେ ତିଆରି ଭୋଗ ପ୍ରସାଦ ଅର୍ପଣ କରାଯାଏ ।
-ଅନେକ ଭକ୍ତ ହନୁମାନ ମନ୍ଦିରକୁ ଯାଇ ପ୍ରାର୍ଥନା କରନ୍ତି ଓ ଆଶୀର୍ବାଦ ଲୋଡନ୍ତି ।
-ଏହି ଦିନ ହନୁମାନଙ୍କ ମନ୍ଦିରକୁ ଫୁଲ ଓ ଆଲୋକରେ ସଜାଯାଇଥାଏ ।
-ହନୁମାନଙ୍କୁ ନୂଆ ପୋଷାକ, ମାଳା,ସୁନା ଓ ରୂପା ଅଳଙ୍କାରରେ ସଜ୍ଜିତ କରାଯାଏ ।
– ଭକ୍ତ ଭଗବାନ ରାମ ଓ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଅଖଣ୍ଡ ରାମାୟଣ ପାଠ ଓ ସୁନ୍ଦରକାଣ୍ଡ ପାଠ ଆୟୋଜନ କରନ୍ତି ।
-ଅନେକ ଅସହାୟ ଓ ଅବହେଳିତ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଖାଦ୍ୟ ଷ୍ଟଲ,ପାଣି ଷ୍ଟଲର ଆୟୋଜନ କରନ୍ତି
-ଏହି ଦିନ କ୍ରୀଡା,କୁସ୍ତି ଏବଂ ଯୁଦ୍ଧ କଳାରେ ଆଗ୍ରହୀ ଲୋକଙ୍କ ପାଇଁ ସବୁଠାରୁ ବିଶେଷ ଦିନ ଭାବରେ ବିବେଚନା କରାଯାଏ ।
-ଭକ୍ତମାନେ ହନୁମାନଙ୍କୁ ଗୁରୁର ମାନ୍ୟତା ଦେଇ ଭକ୍ତିର ସହ ପୂଜା କରିଥାନ୍ତି । ତାଙ୍କ ଠାରୁ ସୁରକ୍ଷା, ଶକ୍ତି ଓ ସାହସ ମାଗିଥାନ୍ତି ।
ଭଗବାନ ହନୁମାନଙ୍କ ମନ୍ତ୍ର
-ଓମ୍ ଅଞ୍ଜନି ସୁତାୟେ ନମଃ
-ଓମ୍ ହମ୍ ହନୁମତେ ନମଃ
-ଓମ୍ ହନୁମେଟ୍ ରୁଦ୍ରମାକାୟ ନମଃ
-ଓମ୍ ଅଞ୍ଜାନେଇ ବିଦମାହେ ଭାୟୁପୁତ୍ରାୟା ଧିମାହି,ତନ୍ନ ହନୁମାନନ୍ତ ପ୍ରାଚୋଦୟତ
Also Read: କେଉଁ ରାଶି ବ୍ୟକ୍ତି ରଖିବେ କେଉଁ ଫଟୋଚିତ୍ର, ଜାଣନ୍ତୁ ଆପଣଙ୍କର କ’ଣ…




