Mother and Son : ଏମିତି ମାଆ ଅଛନ୍ତି ? ପୁଅର ସତ୍ ରୋଜଗାର ନଜାଣିବା ଯାଏଁ ନେଲେନି ଦାମୀ ଉପହାର…

mother-and-son-:-ଏମିତି-ମାଆ-ଅଛନ୍ତି-?-ପୁଅର-ସତ୍-ରୋଜଗାର-ନଜାଣିବା-ଯାଏଁ-ନେଲେନି-ଦାମୀ-ଉପହାର…

ମୁମ୍ବାଇ, ୦୨/୦୪ : ପୁଅ ଦେବାକୁ ଚାହିଁଲା ଦାମୀ ଉପହାର । ମାଆ ଖୁସି ହେବ ବୋଲି କେତେ ଆଶା ନେଇ କହିଲା । କିନ୍ତୁ ନେବାକୁ ମନା କଲା ମାଆ । ରାଜି ହେଲାନି । ଏପରିକି ପୁଅର ଦାମୀ ଉପହାରକୁ ଆଡେଇ ଦେଲା । କାରଣ ମାଆକୁ ଲାଗିଲା ପୁଅର ଦରମା କମ୍ । କମ୍ ଦରମାରେ ଏତେ ଦାମୀ ଉପହାର ଦେଖି ମା ସିନା ଖୁସି ଥିଲା କିନ୍ତୁ ତାକୁ ଲାଗୁଥିଲା ପୁଅ ଉପରେ ଏହା ଆର୍ଥିକ ବୋଝ ପକାଉଛି । ହେଲେ ସତ ଜାଣିଲା ପରେ ମାଆ ଆଖିକୁ ଲୁହ ବାହାରି ଆସିଲା ।

ରିପୋର୍ଟ ଅନୁସାରେ, ଦିଲ୍ଲୀର ସାହିଲ ରାଜ କୁମାର ନାମକ ଜଣେ ବ୍ୟକ୍ତି ନିଜର କାହାଣୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ତାଙ୍କ ମାଆ ଦାମୀ ଉପହାର ଗ୍ରହଣ କରିବାକୁ ମନା କରିଦେଇଥିଲେ । ସେ ମାଆଙ୍କ ପାଇଁ ୧୨୦୦ ଡଲାର ବା ଲକ୍ଷେ ୧୦ ହଜାର ମୂଲ୍ୟର ଏକ ଚଷମା କିଣି ବାକୁ କହିଥିଲେ । ହେଲେ ମାଆ ଏତେ ଟଙ୍କା ଶୁଣି ରାଜି ହୋଇନଥିଲେ ।

ସାହିଲ କହିଚନ୍ତି ଯେ, ମାଆ ଏକ ଦାମୀ ଉପହାର ଦେଖି ଖୁସି ହୋଇଥିଲେ ବି ଗ୍ରହଣ କରିବାକୁ ରାଜି ନଥିଲେ । ସେ କେବେ ଏତେ ବିଳାସପୂର୍ଣ୍ଣ ଜୀବନ ପସନ୍ଦ କରନ୍ତିନି । ଦିନେ ମାଆ ଚଷମା କିଣିବାକୁ ଯାଇଥିଲେ । ଭିଡିଓ କଲରେ ସାହିଲଙ୍କୁ ବିଭିନ୍ନ ଚଷମା ଦେଖାଇଥିଲେ । ଏଥିରୁ ଗୋଟିଏ ଚଷମା ମାଆଙ୍କୁ ପସନ୍ଦ ଆସିଥିଲା ।କିନ୍ତୁ ପରେ ସେ ଏହାର ଦାମ୍ ଲକ୍ଷେ ଟଙ୍କାରୁ ବେଶି ବୋଲି ଜାଣିବାକୁ ପାଇଥିଲେ । ତେଣୁ କିଣିବାକୁ ମନା କରିଦେଇଥିଲେ ।

😭😭 my mom doesn’t exactly know how much I make.

She is well off but never splurges on luxuries for herself.

Today she went to buy some glasses, and she VC’d me to show some of the pairs.

She liked one of them and it was like $1,200 and went like hell nah.

I told her to…

— Sahil (@vedictrades) April 1, 2026

ଏହାପରେ ସାହିଲ ଏହି ଚଷମା ମାଆଙ୍କୁ ଉପହାର ଭାବେ ଦେବେ ବୋଲି ଭାବିଥିଲେ । ଏପରିକି ମାଆଙ୍କୁ ଚଷମା କିଣିବାକୁ କହିଥିଲେ ଯାହାର ପେମେଣ୍ଟ୍ ସାହିଲ କରିଥାନ୍ତେ । କିନ୍ତୁ ମାଆ ରାଜି ହୋଇନଥିଲେ । ସାହିଲଙ୍କୁ ମାସକୁ ୫ରୁ ୬ ଲକ୍ଷ ରୋଜଗାର କଲେ ହିଁ ଏହି ଚଷମା କିଣିବେ ବୋଲି ମାଆ କହିଥିଲେ । କାରଣ ପୁଅ ସେତେବେଳେକୁ ମାସକୁ ୫ରୁ ୬ ଲକ୍ଷ ଟଙ୍କା ଆୟ କରୁଥିବା ତାଙ୍କୁ ଜଣାନଥିଲା ।

Also Read :-

ଶେଷରେ ସାହିଲ ସବୁ ସତ କହିଥିଲେ । ସେ ମାଆଙ୍କୁ ନିଜ ଦରମା ବାବଦରେ ସବୁ କଥା ଖୋଲି କହିଥିଲେ । ଯାହା ପରେ ମାଆ ଚଷମା ଦାମୀ ଚଷମା କିଣିବାକୁ ରାଜି ହୋଇଯାଇଥିଲେ ।ଏହାସହ ଭଗବାନ ଭଲରେ ରଖନ୍ତୁ ବୋଲି ମାଆ ଆଶୀର୍ବାଦ ଦେଇଥିଲେ ବୋଲି ସାହିଲ ପ୍ରକାଶ କରିଛନ୍ତି।

Scroll to Top