Odisha Police: ଓଡ଼ିଶା ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର’ ପୁରସ୍କାର, ୯୧ ବର୍ଷ ପରେ ଏହି ସମ୍ମାନ

odisha-police:-ଓଡ଼ିଶା-ପୋଲିସକୁ-‘ପ୍ରେସିଡେଣ୍ଟସ୍-କଲର’-ପୁରସ୍କାର,-୯୧-ବର୍ଷ-ପରେ-ଏହି-ସମ୍ମାନ

ଓଡ଼ିଶା ପୋଲିସକୁ ପ୍ରେସିଡେଣ୍ଟ ମର୍ଯ୍ୟାଦା ଜନକ ‘ପୋଲିସ କଲର’ ପୁରସ୍କାର । ପୋଲିସ କଲର ରାଷ୍ଟ୍ରପତିଙ୍କ ଦ୍ୱାରା ପୋଲିସ ବାହିନୀକୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ । ‘ପ୍ରେସିଡେଣ୍ଟସ୍ କଲର’ ପୁରସ୍କାର ପାଇବା ସଶସ୍ତ୍ର ବାହିନୀ ପାଇଁ ଗର୍ବ ଏବଂ ସମ୍ମାନର ବିଷୟ ।

Published By: Ruby – Prameya-News7 Bureau | April 01, 2026 04:27 PM

NEWS7

Odisha Police

ଭୁବନେଶ୍ବର ୧।୪: ଓଡ଼ିଶା ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର’ ପୁରସ୍କାର । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ପୋଲିସକୁ ପ୍ରେସିଡେଣ୍ଟ ମର୍ଯ୍ୟାଦା ଜନକ ‘ପୋଲିସ କଲର’ ପ୍ରଦାନକୁ ମଞ୍ଜୁରୀ ଦେଇଛନ୍ତି । ପୋଲିସ କଲର (President’s Colour) ହେଉଛି ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଏକ ପୋଲିସ ବାହିନୀକୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ, ଯାହା ସେମାନଙ୍କ ଅସାଧାରଣ ସେବା ଏବଂ ସାହସିକତାକୁ ସୂଚିତ କରେ । ‘ପ୍ରେସିଡେଣ୍ଟସ୍ କଲର’ ପୁରସ୍କାର ପାଇବା ସଶସ୍ତ୍ର ବାହିନୀ ପାଇଁ ଗର୍ବ ଏବଂ ସମ୍ମାନର ବିଷୟ । ଏହି ପୁରସ୍କାର ମିଳିବା ସେମାନଙ୍କ ପାଇଁ କଠିନ ପରିଶ୍ରମ, ସାହାସିକତା ଓ ସମର୍ପଣର ପ୍ରତୀକ ।

Also Read:- ପୋଲିସ ପ୍ରତିଷ୍ଠା ଦିବସ : ଉତ୍ତମ କାର୍ଯ୍ୟ କରିଥିବା ପୋଲିସ ଅଫିସର ଓ ଯବାନଙ୍କୁ ସମ୍ମାନିତ କଲେ DGP

ଡ଼ିଶା ପୋଲିସର କାର୍ଯ୍ୟଦକ୍ଷତା, ପରାକାଷ୍ଠାର ନିଦର୍ଶନକୁ ଦେଖି ଏହା ପ୍ରଥମ ଥର ପାଇଁ ଓଡ଼ିଶା ପୋଲିସକୁ ପ୍ରଦାନ କରାଯାଉଛି । ଯାହା ଓଡ଼ିଶା ପୋଲିସ ପ୍ରତିଷ୍ଠାର ୯୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରଦାନ କରାଯାଉଛି । ଯାହାକୁ ନେଇ ଡିଜିପି ଓ୍ବାଇ.ବି. ଖୁରାନିଆ ସବୁ ସ୍ତରର ସହକର୍ମୀ, ଅଧିକାରୀଙ୍କୁ ଶ୍ରେୟ ଦେଇଛନ୍ତି ।

​​​​​​​

Scroll to Top