ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ, ବଦଳିଗଲା ଏହି ସବୁ ନିୟମ : ଜାଣନ୍ତୁ ୮ଟି ବଡ ପରିବର୍ତ୍ତନ ବିଷୟରେ…

ଆରମ୍ଭ-ହେଲା-ନୂଆ-ଆର୍ଥିକ-ବର୍ଷ,-ବଦଳିଗଲା-ଏହି-ସବୁ-ନିୟମ-:-ଜାଣନ୍ତୁ-୮ଟି-ବଡ-ପରିବର୍ତ୍ତନ-ବିଷୟରେ…

ନୂଆଦିଲ୍ଲୀ,୦୧ /୦୪ବୁଧବାରଠାରୁ ବଦଳିଲା ୮ ବଡ଼ ନିୟମ । ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ । ତେବେ ନୂଆ ଆର୍ଥିକ ବର୍ଷରେ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ଯାହାର ସିଧାସଳଖ ପ୍ରଭାବ ଦେଶବାସୀଙ୍କ ଉପରେ ପଡିବାକୁ ଯାଉଛି ।

ଏଟିଏମ ନିୟମରେ ପରିବର୍ତ୍ତନ

ବୁଧବାରଠୁ ATM ନିୟମରେ ଆସିଛି ପରିବର୍ତ୍ତନ । ବିଭିନ୍ନ ବ୍ୟାଙ୍କର ATMର ଫ୍ରି ଟ୍ରାଞ୍ଜାକ୍ସନ ଲିମିଟ୍ ବଦଳିଛି । HDFC ବ୍ୟାଙ୍କର ATM କାର୍ଡ଼ରେ କେବଳ ୫ଟି ଟ୍ରାଞ୍ଜାକ୍ସନ ଫ୍ରି ହେବ । ଫ୍ରି ଟ୍ରାଞ୍ଜାକ୍ସନ ପରେ ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ୨୩ ଟଙ୍କା ଚାର୍ଜ ପଡ଼ିବ । ସେହିଭଳି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବିଭିନ୍ନ କାର୍ଡ଼ରେ ପ୍ରତିଦିନ ୧ ଲକ୍ଷ ଜାଗାରେ ମାତ୍ର ୫୦ହଜାର ଟଙ୍କା ଉଠାଇ ପାରିବେ ଗ୍ରାହକ ।

​​​​​​​Also Read :- ବଢିଗଲା LPG ସିଲିଣ୍ଡର ଦାମ୍, ଏବେ ଏତେ ଟଙ୍କା ମହଙ୍ଗା : ଚିନ୍ତାରେ ବ୍ୟବସାୟୀ

ନୂଆ ଆୟକର ନିୟମ, ସେୟାର କାରବାରରେ ଟ୍ୟାକ୍ସ

ଆଜିଠୁ ଲାଗୁ ହୋଇଛି ନୂଆ ଇନକମ୍ ଟ୍ୟାକ୍ସ ନି୍ୟମ -୨୦୨୫। ଯାହା ଇନକମ୍ ଟ୍ୟାକ୍ସ ଆକ୍ଟ ୧୯୬୧ ସ୍ଥାନରେ ବ୍ୟବହାର ହେବ । ଏମିତିରେ HRA , ଆଲାଉନ୍ସ ଏବଂ ଟ୍ୟାକ୍ସ ସିଷ୍ଟମରେ ପରିବର୍ତ୍ତନ ହୋଇଛି ।

ସେହିପରି ସେୟାର ବଜାରରେ ଅଧିକ ଟ୍ୟାକ୍ସ ଲାଗିବ। ଯଦି ଆପଣ F&O ଟ୍ରେଡିଂ କରୁଛନ୍ତି ତାହେଲେ ଏପ୍ରିଲ ୧ରୁ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସି ବା STT ଅଧିକ ଦେବାକୁ ପଡ଼ିବ । ଆହୁରି ମଧ୍ୟ ଆଜିଠାରୁ ଫାସ୍ ଟ୍ୟାଗ୍ ପାଇଁ ବାର୍ଷିକ ଦେୟ ବଢ଼ିଛି । ପୂର୍ବରୁ ୨ଶହ ଟ୍ରିପ୍ ପାଇଁ ୩ହଜାର ଟଙ୍କା ଦେବାକୁ ପଡ଼ୁଥିଲା । ଆଜିଠୁ ଫାସଟ୍ୟାଗର ବାର୍ଷିକ ଦେୟ ୩୦୭୫ ଟଙ୍କା ଦେବାକୁ ପଡ଼ିବ ।

ପାନ୍ କାର୍ଡରେ ପରିବର୍ତ୍ତନ

ପାନକାର୍ଡ଼କୁ ନେଇ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି। ବର୍ଷକୁ ୧୦ଲକ୍ଷ ଟଙ୍କା ନଗଦ ଜମା,୫ଲକ୍ଷ ଟଙ୍କାର ଯାନବାହାନ କ୍ରୟ,ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ୧ଲକ୍ଷ ଟଙ୍କାର ବିଲ୍ ପେମେଣ୍ଟ ଏବଂ ୨୦ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି କିଣିଲେ ଆପଣଙ୍କୁ ପାନ୍ କାର୍ଡ଼ ଦେଖାଇବାକୁ ପଡ଼ିବ ।

ନୂଆ ଲେବର୍ କୋଡ୍

ସେହିପରି ଆଜିଠାରୁ ହେବ ନୂଆ ଲେବର କୋଡ୍ କାର୍ଯ୍ୟକ୍ଷମ ହେବାକୁ ଯାଉଛି । । ଏମିତିରେ ପିଏଫ୍ କଣ୍ଟ୍ରିବ୍ୟୁସନ ବଢ଼ିପାରେ । ଆପଣଙ୍କ ଟେକ ହୋମ୍ ସାଲାରି କମିପାରେ ।

ଏଲପିଜି ବଢିଲା

ଏପ୍ରିଲ ୧ ତାରିଖରୁ ଦେଶରେ LPG ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି । ରେଲଓ୍ବେ ଟିକେଟ୍ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । ୭୨ଘଣ୍ଟା ପୂର୍ବରୁ ଟିକେଟ୍ କ୍ୟାନସଲ କଲେ ୭୫ ପ୍ରତିଶତ୮ଘଣ୍ଟା ପୂର୍ବରୁ ଟିକେଟ୍ କ୍ୟାନସଲ କଲେ ୫୦% ରିଫଣ୍ଡ ମିଳିବ । ତେବେ ପୂର୍ବ ନିୟମ ୪ଘଣ୍ଟା ଜାଗାରେ ଏଣିକି ଟ୍ରେନ୍ ଛାଡ଼ିବାର ୮ଘଣ୍ଟା ପୂର୍ବରୁ ଯାତ୍ରୀ ଟିକେଟ୍ କ୍ୟାନସଲ କରିପାରିବେ ।

Scroll to Top