ସରକାରୀ ବାସଭବନରୁ ମହିଳା ଅଧାପୋଡ଼ା ମୃତଦେହ ଠାବ, ହତ୍ୟା ପରେ ପୋଡ଼ି ଥିବା ସନ୍ଦେହ

ସରକାରୀ-ବାସଭବନରୁ-ମହିଳା-ଅଧାପୋଡ଼ା-ମୃତଦେହ-ଠାବ,-ହତ୍ୟା-ପରେ-ପୋଡ଼ି-ଥିବା-ସନ୍ଦେହ

ସରକାରୀ ବାସଭବନରୁ ମହିଳା ଅଧାପୋଡ଼ା ମୃତଦେହ ଠାବ, ହତ୍ୟା ପରେ ପୋଡ଼ି ଥିବା ସନ୍ଦେହ

ସରକାରୀ ବାସଭବନରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ବଲାଙ୍ଗିର ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ରାମଚନ୍ଦ୍ରପୁର ଗାଁରେ ହତ୍ୟାକାଣ୍ଡ ଘଟିଛି ।

Published By: Kirti – Prameya-News7 Bureau | April 01, 2026 08:52 AM

NEWS7

deogaon

ବଲାଙ୍ଗୀର ୦୧।୦୪ : ସରକାରୀ ବାସଭବନରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ବଲାଙ୍ଗିର ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ରାମଚନ୍ଦ୍ରପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତ ମହିଳା ଜଣକ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରର ହେଲ୍ଥ ୱାର୍କର ଜୟନ୍ତୀ ବାରିକ ବୋଲି ଜଣାପଡିଛି। ତେବେ ମହିଳାଙ୍କୁ ହତ୍ୟା ପରେ ପୋଡି ଦେଇଥିବା ସନ୍ଦେହ କରାଯାଉଛି। ମୃତ ସ୍ଵାସ୍ଥ୍ୟ କର୍ମୀଙ୍କ ସ୍ୱାମୀ ଏଭଳି ଘଟଣା ଘଟାଇଥିବା ସନ୍ଦେହ ଉପୁଜିଛି। ଘଟଣାସ୍ଥଳରେ ବନ୍ଧପଡା ଫାଣ୍ଡି ପୋଲିସ ଓ ଦେଓଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Scroll to Top