Iran War: ୪,୭୦୦ ସୁରକ୍ଷା କର୍ମୀ ନିହତ, ୭୬୦ ସ୍କୁଲ ଏବଂ ୩୦୦ ସ୍ୱାସ୍ଥ୍ୟ କେନ୍ଦ୍ର ଧ୍ୱଂସ… ଯୁଦ୍ଧରେ ଇରାନର ସ୍ଥିତି ବେହାଲ୍ !

iran-war:-୪,୭୦୦-ସୁରକ୍ଷା-କର୍ମୀ-ନିହତ,-୭୬୦-ସ୍କୁଲ-ଏବଂ-୩୦୦-ସ୍ୱାସ୍ଥ୍ୟ-କେନ୍ଦ୍ର-ଧ୍ୱଂସ…-ଯୁଦ୍ଧରେ-ଇରାନର-ସ୍ଥିତି-ବେହାଲ୍-!

ନୂଆଦିଲ୍ଲୀ: ଇରାନ୍ ଉପରେ ଆମେରିକା ଏବଂ ଇସ୍ରାଏଲ୍ର ମିଳିତ ଆକ୍ରମଣ ପରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧକୁ ୩୦ ଦିନରୁ ଅଧିକ ବିତିଲାଣି, କିନ୍ତୁ ଥମିବାର ନାଁ ଧରୁନାହିଁ । ଯୁଦ୍ଧରେ ଲିପ୍ତ ପ୍ରତ୍ୟେକ ଦେଶ କ୍ଷତି ସହୁଛନ୍ତି । କେବଳ ସେତିକି ନୁହେଁ, ଯୁଦ୍ଧରେ ସାମିଲ ହୋଇନଥିବା ଦେଶ ମଧ୍ୟ ପ୍ରଭାବିତ ହୋଇଛନ୍ତି । ବିଶେଷକରି ଇରାନର ଆକ୍ରମଣରେ ଗଲ୍ଫ ଦେଶଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଇରାନ ସବୁଠାରୁ ଅଧିକ କ୍ଷତି ସହିଛି। ଅନ୍ୟପକ୍ଷରେ, ନିଜ ମାଟିରେ ଯୁଦ୍ଧ ଲଢ଼ୁନଥିବାରୁ ଆମେରିକାର ଅପେକ୍ଷାକୃତ କମ୍ କ୍ଷତି ହୋଇଛି ।

ଏକ ରିପୋର୍ଟ ଅନୁଯାୟୀ, ତେହେରାନ ସମେତ ସାରା ଦେଶରେ ୯୦,୦୬୩ ଘର କ୍ଷତିଗ୍ରସ୍ତ ହୋଇଛି । ୩୦୭ଟି ହସ୍ପିଟାଲ ଏବଂ ଅନ୍ୟାନ୍ୟ ଚିକିତ୍ସା ସୁବିଧା କ୍ଷତିଗ୍ରସ୍ତ ହୋଇଛି । ଏପରିକି ୭୬୦ଟି ସ୍କୁଲ ଧ୍ବଂସ ହୋଇଛି । ଯୁଦ୍ଧର ପ୍ରଥମ ସପ୍ତାହରେ ଆମେରିକା ତେହେରାନର ଅନେକ ସ୍ଥାନରେ ଆକ୍ରମଣ କରିଥିଲା। କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ରିପୋର୍ଟରୁ ଜଣାପଡିଛି ଯେ, ଯୁଦ୍ଧରେ ୨୦,୮୮୦ ଜଣ ଗୁରୁତର ହୋଇଛନ୍ତି।

ମିସାଇଲ୍ ସଂଖ୍ୟା କମୁଛି

ଇରାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକୁ ଆମେରିକା ଟାର୍ଗେଟ କରିଥିଲା । ସେପଟେ ଆମେରିକା ଏବଂ ଇସ୍ରାଏଲକୁ ମଧ୍ୟ ଜବାବ ଦେଉଛି ଇରାନ୍ । ଆମେରିକା ଏବଂ ଇସ୍ରାଏଲ ବିରୋଧରେ ଇରାନ୍ କ୍ଲଷ୍ଟର ବୋମା ବ୍ୟବହାର କରୁଛି। ଯଦିଓ ଇରାନ ପାଖରେ କେତେ ଅସ୍ତ୍ରଶସ୍ତ୍ର ଗଚ୍ଛିତ ଅଛି ତାର ରିପୋର୍ଟ ନାହିଁ, କିନ୍ତୁ ଯୁଦ୍ଧରେ ଏଗୁଡ଼ିକର ସଂଖ୍ୟା ହ୍ରାସ ପାଉଛି ।

Also Read: Trump’s oil massage to UK: ସହଯୋଗୀଙ୍କୁ ଟ୍ରମ୍ପଙ୍କ କଡା ଚେତାବନୀ, ଯାହାର ତେଲ ଦରକାର ଆମ ଠାରୁ କିଣ, ହରମୁଜ ନେଇ ଆମେ ସାହାଯ୍ୟ କରିବୁନି

ଇରାନକୁ ନେଇ ଆମେରିକାର ବଡ଼ ଦାବି

ଯୁଦ୍ଧ ମଧ୍ୟରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଇରାନ ସମ୍ପର୍କରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆଗାମୀ ଦିନନରେ ଲଢ଼େଇ ନିର୍ଣ୍ଣାୟକ ହେବ। ହେଗସେଥ୍ କହିଛନ୍ତି, ‘ସାମରିକ ଭାବରେ ଇରାନ ଧ୍ୱଂସ ହୋଇଛି । ସେମାନେ ଏନେଇ କିଛି କରିପାରିବେ ନାହିଁ। ଆମେରିକାର ତୀବ୍ର ଆକ୍ରମଣ ଇରାନ କମାଣ୍ଡରମାନଙ୍କ ମନୋବଳ ଭାଙ୍ଗି ଦେଉଛି। ଯଦି ଇରାନ ବୁଦ୍ଧିମାନ, ତେବେ ଏକ ଚୁକ୍ତି କରିବ । ଯଦି ଚୁକ୍ତି ନହୁଏ, ତେବେ ଆମେରିକା ଆହୁରି ଘାତକ ଆକ୍ରମଣ କରିବ।’

Scroll to Top