ଅଭିନେତ୍ରୀ କୃତିସାନନ୍ ଖୁବଶୀଘ୍ର ଫିଲ୍ମ‘କକ୍ଟେଲ୍-୨’ରେ ନଜର ଆସିବେ। ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ଶାହିଦକପୁର ଓ ରଶ୍ମିକା ମନ୍ଦାନା। କୃତି ତାଙ୍କର ଏହି ନୂଆ ଫିଲ୍ମକୁ ନେଇ ଖୁବ୍ ଏକ୍ସସାଇଟେଡ୍ ଆଛନ୍ତି।
Published By: Sangita – Prameya-News7 Bureau | March 31, 2026 04:28 PM
NEWS7
ମୁମ୍ବାଇ : ଅଭିନେତ୍ରୀ କୃତିସାନନ୍ ଖୁବଶୀଘ୍ର ଫିଲ୍ମ‘କକ୍ଟେଲ୍-୨’ରେ ନଜର ଆସିବେ। ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ଶାହିଦକପୁର ଓ ରଶ୍ମିକା ମନ୍ଦାନା। କୃତି ତାଙ୍କର ଏହି ନୂଆ ଫିଲ୍ମକୁ ନେଇ ଖୁବ୍ ଏକ୍ସସାଇଟେଡ୍ ଆଛନ୍ତି। ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମସହ ସାକ୍ଷାତକାରରେ କ୍ରିତି କହିଛନ୍ତି, ‘କକଟେଲ୍-୨’ରେତାଙ୍କ ଚରିତ୍ର ତାଙ୍କ କ୍ୟାରିଅରର ସବୁଠୁ ହଟ୍ ଭୂମିକା । ଯାହାର ପୂରା ଶ୍ରେୟ ଦେଇଛନ୍ତି ନିର୍ଦ୍ଦେଶକ ହୋମୀ ଅଦଜାନିୟାଙ୍କୁ। ଅଭିନେତ୍ରୀ କହିଛନ୍ତି,ଏହି ଫିଲ୍ମରେ କୃତିଙ୍କ ଏମିତି ଲୁକ୍ସ ଦେଖିବାକୁ ମିଳିବ ଯାହାକୁ ହୁଏତ ପୂର୍ବରୁ ଦେଖି ନାହାନ୍ତି ଦର୍ଶକ।
କୃତିଙ୍କ ନୂଆ ଲୁକ୍ କାହିଁକି ଖାସ୍ ?
ଫିଲ୍ମରେ ତାଙ୍କ ଚରିତ୍ର ଖୁବ୍ ଭିନ୍ନ, ଯେଉଁଥିପାଇଁ ହୋମି ତାଙ୍କର ଲୁକ୍କାୟିତ ‘କୁଲ୍’ ବ୍ୟକ୍ତିତ୍ୱକୁ ବାହାରକୁ ଆଣିଛନ୍ତି । ଏ ବିଷୟରେ କ୍ରିତିଙ୍କର ଆଦୌ ଧାରଣାନ ଥିଲା । ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ କ୍ରିତି କହିଛନ୍ତି, ‘କକଟେଲ୍’ ଓ ‘କକଟେଲ୍-୨’ର କାହାଣୀ ମଧ୍ୟରେ ସାମଞ୍ଜସ୍ୟ ନାହିଁ । ମୂଳ ଫିଲ୍ମ ଭଳି ସିକ୍ୱେଲର ଭାଇବ୍ ସମାନ । କିନ୍ତୁ ସେ ଆଶା ରଖିଛନ୍ତି ତାଙ୍କ ଗ୍ଲାମରସ୍ ଓ ବିନ୍ଦାସ୍ ଅନ୍ଦାଜ ଦର୍ଶକଙ୍କୁ ପସନ୍ଦ୍ ଆସିବ। ଦୁଇଜଣ ଝିଅଓ ଜଣେ ପୁଅକୁ ନେଇ ଫିଲ୍ମର କାହାଣୀ । ଫିଲ୍ମରେ ଭାବପ୍ରବଣତା, ବନ୍ଧୁତା, ଡ୍ରାମା ଓ ମ୍ୟୁଜିକ୍ ସାଙ୍ଗକୁ ଚମତ୍କାର ସ୍ଥାନର ଝଲକ୍ ଦେଖିବାକୁ ମିଳିବ । ଆସନ୍ତା ଜୁନ୍ ୧୯ରେ ଫିଲ୍ମ ଥିଏଟରକୁ ଆସିବ ।
‘କକଟେଲ୍-୨’ରେ କୃତିଙ୍କ ଆକର୍ଷଣ ଲୁକ୍, ଦମଦାର ସ୍କ୍ରିନ୍ ପ୍ରେଜେନ୍ସ ଖୁବ୍ ଚର୍ଚ୍ଚା ସାଉଁଟୁଛି। ଯାହା ଚଳିତ ବର୍ଷର ବହୁ ପ୍ରତିକ୍ଷୀତ ଫିଲ୍ମ ଭିତରେ ସାମିଲ୍ ହୋଇଛି। କୃତିଙ୍କ ଲୁକ୍ ସାମ୍ନାକୁ ଆସିବା ପରେ ମଲ୍ଟି ଟ୍ୟାଲେଣ୍ଟେଡ୍ ଷ୍ଟାରଙ୍କ ପରଫର୍ମାନ୍ସ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ।
Also Read- ଫ୍ୟାମିଲି ସହ ଦମଦାର ଏଣ୍ଟ୍ରି କଲେ ସଞ୍ଜୟ ଦତ୍ତ, ପୁଅ ଶାହରାନକୁ ଦେଖି ଫ୍ୟାନ୍ସ କହିଲେ- ଆସିଗଲେ ଛୋଟା ବାବା



