ନକ୍ସଲ ମୁକ୍ତ ଭାରତ ଡେଡ୍ଲାଇନ୍ର ଆଜି ଶେଷ ଦିନ, ଏବେବି ଜଙ୍ଗଲରେ ଲଚିଛନ୍ତି ଅନେକ ମାଓବାଦୀ
Published By: Kirti – Prameya-News7 Bureau | March 31, 2026 08:51 AM
NEWS7
ଭୁବନେଶ୍ୱର ୩୧।୦୩ : ନକ୍ସଲମୁକ୍ତ ଭାରତ ପାଇଁ ଆଜି କଣ୍ଟ ପୂରୁଥିବା ବେଳେ ସୋମବାର ଲୋକସଭାରେ ଏହି ପ୍ରସଙ୍ଗରେ ବିତର୍କ ହୋଇଛି । ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହରେ ଜବାବ ରଖି କହିଛନ୍ତି ଯେ, ଯେଉଁ ଲୋକ ଦେଶର ବ୍ୟବସ୍ଥାକୁ ଅବଜ୍ଞା କରି ଅସ୍ତ୍ର ଉଠାଇବ, ତାକୁ ଏହାର ବହୁମୂଲ୍ୟ ଦେବାକୁ ହେବ। ସେମାନଙ୍କ ପାଇଁ ମହଙ୍ଗା ପଡ଼ିବ। ଭାରତ ଏବେ ନକ୍ସଲ ହିଂସାରୁ ମୁକ୍ତ ହୋଇଥିବା ଶାହ ଘୋଷଣା କରିଛନ୍ତି। ଶାହ କହିଛନ୍ତି, ବର୍ଷ ବର୍ଷ ଧରି ସରଳ ଓ ନିରୀହ ଆଦିବାସୀଙ୍କୁ ଅନ୍ଧାରରେ ରଖାଗଲା। ବାମପନ୍ଥୀ ନିଜ ବିଚାରଧାରାକୁ ବଢ଼ାଇବା ପାଇଁ ସେମାନଙ୍କୁ ବ୍ୟବହାର କଲେ । ଏହି ବିଚାରଧାରାରୁ ହିଁ ନକ୍ସଲବାଦ ସୃଷ୍ଟି ହେଲା। ସ୍ବାଧୀନତା ପରେ ୬୦ ବର୍ଷ ଧରି ଆଦିବାସୀଙ୍କୁ ବିକାଶର ବଞ୍ଚିତ ରଖାଯାଇଥିଲା।




