ଇରାନ୍ ଉପରେ ପରମାଣୁ ଆକ୍ରମଣ କରିବାକୁ ଚାଲିଛି ପ୍ରସ୍ତୁତି…ବଡ଼ ଅଭିଯୋଗ କରି ଚାକିରି ଛାଡ଼ିଲେ ଜାତିସଂଘ କୂଟନୀତିଜ୍ଞ

ଇରାନ୍-ଉପରେ-ପରମାଣୁ-ଆକ୍ରମଣ-କରିବାକୁ-ଚାଲିଛି-ପ୍ରସ୍ତୁତି…ବଡ଼-ଅଭିଯୋଗ-କରି-ଚାକିରି-ଛାଡ଼ିଲେ-ଜାତିସଂଘ-କୂଟନୀତିଜ୍ଞ

ନୂଆଦିଲ୍ଲୀ: ଜାତିସଂଘର ମାନବାଧିକାର କୂଟନୀତିଜ୍ଞ ମହମ୍ମଦ ସାଫା ଆନ୍ତର୍ଜାତୀୟ ସଂଗଠନ ଉପରେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଥିବା ଅଭିଯୋଗ କରି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଶୁକ୍ରବାର ଦିନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଅନେକ ପୋଷ୍ଟରେ ସେ ଏକ ଆସନ୍ନ ପରମାଣୁ ବିପର୍ଯ୍ୟୟ ଏବଂ ତାଙ୍କ ନିଜ ସୁରକ୍ଷା ପ୍ରତି ବିପଦ ବିଷୟରେ ଚେତାବନୀ ଦେଇଛନ୍ତି। ମହମ୍ମଦ ସଫା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି । ସେ ତାଙ୍କ ନିଷ୍ପତ୍ତିର କାରଣ ସଂପର୍କରେ ଏକ ଚିଠି ମଧ୍ୟ ସେୟାର କରିଛନ୍ତି।

କାହିଁକି ଇସ୍ତଫା ଦେଲେ ମହମ୍ମଦ ସାଫା ?

ଏକ ପୋଷ୍ଟ ସେୟାର କରି ମହମ୍ମଦ ସାଫା କହିଛନ୍ତି ଯେ, ସେ ବହୁତ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନେଇଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଜାତିସଂଘର କିଛି ବରିଷ୍ଠ ଅଧିକାରୀ ଏକ ଶକ୍ତିଶାଳୀ ଲବିର ନିର୍ଦ୍ଦେଶରେ କାମ କରୁଛନ୍ତି। ମୁଁ ଭାବୁନାହିଁ ଯେ, ଲୋକମାନେ ଏହି ପରିସ୍ଥିତିର ଗମ୍ଭୀରତାକୁ ବୁଝିପାରୁଛନ୍ତି । କାରଣ ଜାତିସଂଘ ଇରାନରେ ପରମାଣୁ ଅସ୍ତ୍ରର ସମ୍ଭାବ୍ୟ ବ୍ୟବହାର ପାଇଁ ପ୍ରସ୍ତୁତି କରୁଛି।

ଇରାନର ଏକ ଫଟୋ ସେୟାର କରି ସାଫା ଲେଖିଛନ୍ତି, ଏହା କୌଣସି କମ ଲୋକସଂଖ୍ୟା ଥିବା ମରୁଭୂମି ନୁହେଁ । ଏଠାରେ ପରିବାର ଅଛି, ଛୋଟ ପିଲା ଅଛନ୍ତି, ପାଳିତ ପଶୁ ବି ଅଛନ୍ତି । ବହୁ ପରିଶ୍ରମୀ ଲୋକ ଅଛନ୍ତି, ଯେଉଁମାନେ ଭଲ ଭବିଷ୍ୟତ ଲାଗି ସ୍ବପ୍ନ ଦେଖୁଛନ୍ତି । ଯୁଦ୍ଧ ହେଉ ବୋଲି ଚାହିଁବା, ଏକ ରୋଗଣ ମାନସିକତା ।’

Also Read: ପରମାଣୁ ସିକ୍ରେଟ୍ ଲିକ୍ କରିଛି କି ପାକିସ୍ତାନ? ସାଉଦି ଆରବ କିପରି ତିଆରି କଲା ବୋମା?

ପରମାଣୁ ବୋମା ଭୟ

ମହମ୍ମଦ ସାଫା ଆହୁରି ଲେଖିଛନ୍ତି, ‘ତେହେରାନ ପ୍ରାୟ ୧ କୋଟି ଲୋକଙ୍କ ସହର। କଳ୍ପନା କରନ୍ତୁ, ଯଦି ୱାଶିଂଟନ, ବର୍ଲିନ, ପ୍ୟାରିସ, ଲଣ୍ଡନ କିମ୍ବା ଏପରି ଅନ୍ୟ କୌଣସି ସହରରେ ପରମାଣୁ ବୋମା ପକାଇ ଦିଆଯାଏ, ତେବେ କଣ ହେବ ?’ ସେ ଆହୁରି ଲେଖିଛନ୍ତି, ଏହି ସୂଚନା ଲିକ୍ କରିବା ପାଇଁ ମୁଁ ମୋର କୂଟନୈତିକ କ୍ୟାରିୟର ଛାଡି ଦେଇଛି । ଏହି ଅପରାଧରେ ଭାଗିଦାରୀ ହେବାକୁ ଚାହୁଁନି, ତେଣୁ ମୁଁ ମୋର କର୍ତ୍ତବ୍ୟକୁ ଛାଡ଼ି ଦେଇଛି । ବହୁତ ବିଳମ୍ବ ହେବା ପୂର୍ବରୁ ଏକ ଭୟଙ୍କର ପରମାଣୁ ଯୁଦ୍ଧ (Nuclear Winter)କୁ ରୋକିବା ପାଇଁ ମୁଁ ଏହା କରିଛି ।

ସଫା ଆହୁରି କହିଛନ୍ତି, ‘ଗତକାଲି, ଆମେରିକାରେ ପ୍ରାୟ ୧ କୋଟି ଲୋକ ‘ରାଜା ନାହିଁ’ ସ୍ଲୋଗାନ ଦେଇ ପ୍ରତିବାଦ କରିଥିଲେ। ପରମାଣୁ ଅସ୍ତ୍ର ବ୍ୟବହାର ହେବାର ସମ୍ଭାବନାକୁ ଗମ୍ଭୀରତାର ସହିତ ନିଆଯିବା ଉଚିତ। ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ।’

Scroll to Top