ଭୁବନେଶ୍ଵର: ଓଡ଼ିଶାରୁ ଅନ୍ତର୍ଜାତୀୟ ଉଡ଼ାଣକୁ ପୁଣି ଝଟକା। ଭୁବନେଶ୍ଵରରୁ ସିଙ୍ଗାପୁରକୁ ବନ୍ଦ ହେଲା ଉଡ଼ାଣ। ଅଫ ସିଜିନ ପାଇଁ ବନ୍ଦ କରାଯାଇଥିବା ସୂଚନା ମିଳିଛି। ତେବେ ବାସ୍ତବତା ହେଉଛି ଭୁବନେଶ୍ଵରରୁ ଗୋଟିଏ ପରେ ଗୋଟିଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ହେବାରେ ଲାଗିଛି। ଏହା ସହିତ ଭୁବନେଶ୍ଵରରୁ ଦେଶର ତିନି ସହରକୁ ବିମାନ ସେବା ବନ୍ଦ କରାଯାଇଛି।
ବିମାନ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବର୍ତ୍ତମାନ ଅଫ ସିଜିନ କାରଣରୁ ସେହି ସଂଖ୍ୟାରେ ଯାତ୍ରୀ ସିଙ୍ଗାପୁର ଯାଉ ନାହାନ୍ତି। ତେଣୁ ସିଙ୍ଗାପୁରକୁ ବିମାନ ସେବା ବନ୍ଦ କରାଯାଇଛି। ଏହା ପୂର୍ବରୁ ଭୁବନେଶ୍ଵରରୁ ଆବୁଧାବିକୁ ଉଡ଼ାଣ ବନ୍ଦ ହୋଇଥିଲା। ଏବେ ଯୁଦ୍ଧ ପାଇଁ ଦୁବାଇକୁ ଉଡ଼ାଣ ବନ୍ଦ ରହିଛି।ଏବେ ଓଡ଼ିଶାରୁ କେବଳ ବ୍ୟାଙ୍କକକୁ ବିମାନ ଉଡ଼ୁଛି। ଭୁବନେଶ୍ଵରରୁ ସିଧାସଳଖ କେବଳ ଗୋଟିଏ ଅନ୍ତର୍ଜାତୀୟ ବିମାନ ସେବା ଚାଲିଛି।
Also Read: ପିଏଫ୍ ଟଙ୍କା ଉଠାଇବାରେ ହେବନି ଝିଞ୍ଜଟ, ଏପ୍ରିଲ ପହିଲାରୁ ମିଳିବ ଏହି ସୁବିଧା
ଏହା ସହିତ ଭୁବନେଶ୍ଵରରୁ ପୁଣି ୩ ସହରକୁ ସିଧା ବିମାନ ସେବା ବନ୍ଦ କରାଯାଇଛି। ଏହି ତିନି ସହର ହେଉଛି ଇନ୍ଦୋର, ଡେରାଡୁନ ଓ କୋଚି। ଏହି ତିନି ସହରକୁ ଏବେ ସିଧା ଉଡ଼ାଣ କରିବନି ଇଣ୍ଡିଗୋ ବିମାନ। ସୋମବାର ଏହାର ସୂଚନା ଦେଇଛନ୍ତି ଭୁବନେଶ୍ଵର ବିମାନ ବନ୍ଦର ନିର୍ଦ୍ଦେଶକ।




